୬ କୋଟି ଖର୍ଚ୍ଚରେ ମହାକାଶ ବୁଲା

୬ କୋଟି ଖର୍ଚ୍ଚରେ ମହାକାଶ ବୁଲା
Ipsita Picture
By: Ipsita
Published On

 

ମହାକାଶ ଭ୍ରମଣର ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଚୀନର ଏକ ଟ୍ରାଭେଲ କମ୍ପାନୀ ବିଶେଷ ସ୍ପେସ୍-ଟ୍ରିପ୍ ପ୍ୟାକେଜ୍ ଆରମ୍ଭ କରିଛି । ଯାହା ମାଧ୍ୟମରେ ପ୍ରାୟ ୬.୪ କୋଟି ଟଙ୍କା ଖର୍ଚ୍ଚ କରି ୯୦ ମିନିଟ୍ପାଇଁ ମହାକାଶ ଯାତ୍ରା କରିହେବ । ଏହି ପ୍ୟାକେଜ୍ ଅଧୀନରେ ଆମେରିକାର ନ୍ୟୁ ମେକ୍ସିକୋରୁ 'ଭର୍ଜିନ୍ ଗାଲାକ୍ଟିକ୍' ସବ୍ଅରବିଟାଲ୍ ଫ୍ଲାଇଟ୍ରେ ମହାକାଶ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କୁ ସିମୁଲେଟର, ଜି-ଫୋର୍ସ, ପାରାବୋଲିକ୍ ଫ୍ଲାଇଟ୍ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୪ ଦିନର ସ୍ୱତନ୍ତ୍ର ତାଲିମ ଦିଆଯିବ ।  ଏହି ୯୦ ମିନିଟର ଯାତ୍ରାରେ ମହାକାଶଚାରୀମାନେ ୧୭ଟି ଝରକା ଦେଇ ପୃଥିବୀର ଦୃଶ୍ୟ ଦେଖିବା ସହ କିଛି ସମୟ ପାଇଁ ଶୂନ୍ୟ ମାଧ୍ୟାକର୍ଷଣ ବା ଓଜନହୀନତାର ଅନୁଭୂତି ନେବେ । ଯାତ୍ରା ଶେଷରେ ସେମାନଙ୍କୁ 'କମର୍ସିଆଲ୍ ଆଷ୍ଟ୍ରୋନଟ୍' ପ୍ରମାଣପତ୍ର ପ୍ରଦାନ କରାଯିବ ।  ଏହି ପ୍ୟାକେଜ୍ରେ କେବଳ ସ୍ପେସ୍ ଟ୍ରିପ୍ ଏବଂ ରହିବା ଖର୍ଚ୍ଚ ସାମିଲ ଥିବା ବେଳେ ବିମାନ ଭଡ଼ା, ଭିସା ଓ ବୀମା ଖର୍ଚ୍ଚ ଅଲଗା ଦେବାକୁ ପଡ଼ିବ । ଏହି ଅଫର ଲଞ୍ଚହେବା ପରେ ଚୀନରୁ ଦୁଇଜଣ ବ୍ୟକ୍ତି ଏହାକୁ ବୁକ୍ କରିସାରିଛନ୍ତି ।

Tags: