ମହାକାଶ ଫେରନ୍ତା ମୂଷା ହେଲା ମା
By: Ipsita
ସମ୍ବନ୍ଧିତ ଖବର ଜଣା ଅଜଣା
ମହାକାଶରୁ ଫେରିଥିବା ଏକ ମୂଷା ମାଆ ହେବାପରେ ଖୁବ ଚର୍ଚ୍ଚାରେ ରହିଛି । ଶୁଣିବାକୁ ଏହା ଏକ ସାଧାରଣ ଖବର ଭଳି ଲାଗିଲେ ମଧ୍ୟ ବିଜ୍ଞାନ ଦୁନିଆରେ ଏହା ଏକ ବଡ ସଫଳତା । ଏହାଦ୍ବାରା ମଣିଷଙ୍କର ଅନେକ ସମ୍ଭାବନା ବଢିଛି । ସୂଚନା ଅନୁସାରେ ୩୧ ଅକ୍ଟୋବରରେ ଚୀନ ନିଜର ସ୍ପେସ କ୍ରାଫ୍ଟ ଜରିଆରେ ଚାରୋଟି ମୂଷାଙ୍କୁ ମହାକାଶକୁ ପଠାଇଥିଲା । ସେଠାରେ ସେମାନେ ପ୍ରାୟ ୨ ସପ୍ତାହ ଧରି ବିତାଇଥିଲେ ଏବଂ ୧୪ ନଭେମ୍ବରରେ ପୃଥିବୀକୁ ଫେରିଥିଲେ । ତେବେ ମହାକାଶରୁ ଫେରିବା ପରେ ଗୋଟିଏ ମୂଷା ୧୦ ଡିସେମ୍ବରରେ ଉକ୍ତ ମୂଷାଟି ୯ଟି ଛୁଆ ଜନ୍ମ କରିଛି । ଛୁଆ ଜନ୍ମହେବା ପରେ ମାଆ ଓ ପିଲା ଉଭୟେ ସୁସ୍ଥ ଅଛନ୍ତି । ତେବେ ଏଥିରୁ ବୈଜ୍ଞାନିକମାନେ ଏକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି କି ଅନ୍ତରୀକ୍ଷ ଯାତ୍ରା ମୂଷାର ପ୍ରଜନନ କ୍ଷମତା ଉପରେ କୌଣସି ଖରାପ ପ୍ରଭାବ ପକାଇ ନାହିଁ । ତେଣୁ ଏହି ତଥ୍ୟ ମଣିଷଙ୍କ କ୍ଷେତ୍ରରେ ମଧ୍ୟ ଉପକାରୀ ହେବ ବୋଲି ସେମାନେ ଆଶା ରଖିଛନ୍ତି ।
ସମ୍ବନ୍ଧିତ ଖବର ପକ୍ଷୀ ଜଗତ
Tags:
Related Posts



