ମହାକାଶ ଶୈବାଳ

ମହାକାଶରେ କ’ଣ ହେଉଛି, ମହାକାଶ ଚାରୀମାନେ ସେଠାରେ କିପରି ଓ କେଉଁ ଖାଦ୍ୟ ଖାଇଥାଆନ୍ତି ଏହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ତେବେ ମହାକାଶଚାରୀମାନେ ନିଜ ସାଥୀରେ ଏକ ଶୈବାଳ ସ୍ପେସ୍‌କୁ ନେଇଥାଆନ୍ତି, ଯାହାକୁ କ୍ଲୋରେଲା କୁହାଯାଇଥାଏ । ଏହାର ଅନ୍ୟନାମ ସ୍ପେସ୍‌ ଆଲ୍‌ଜି । ଏହି ଶୈବାଳରେ ଆଇରନ୍‌, ଭିଟାମିନ୍‌ ଓ ଆମିନୋ ଏସିଡ୍‌ ଭରପୁରମାତ୍ରାରେ ରହିଥାଏ । ଏହା ମହାକାଶଚାରୀଙ୍କୁ ପୋଷଣ ଯୋଗାଇବାରେ ବିଶେଷ ସହାୟକ ହୋଇଥାଏ । ଏହି ଶୈବାଳକୁ ସ୍ପେସ […]

Samaya Live Picture
Published On

ମହାକାଶରେ କ’ଣ ହେଉଛି, ମହାକାଶ ଚାରୀମାନେ ସେଠାରେ କିପରି ଓ କେଉଁ ଖାଦ୍ୟ ଖାଇଥାଆନ୍ତି ଏହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ତେବେ ମହାକାଶଚାରୀମାନେ ନିଜ ସାଥୀରେ ଏକ ଶୈବାଳ ସ୍ପେସ୍‌କୁ ନେଇଥାଆନ୍ତି, ଯାହାକୁ କ୍ଲୋରେଲା କୁହାଯାଇଥାଏ । ଏହାର ଅନ୍ୟନାମ ସ୍ପେସ୍‌ ଆଲ୍‌ଜି । ଏହି ଶୈବାଳରେ ଆଇରନ୍‌, ଭିଟାମିନ୍‌ ଓ ଆମିନୋ ଏସିଡ୍‌ ଭରପୁରମାତ୍ରାରେ ରହିଥାଏ । ଏହା ମହାକାଶଚାରୀଙ୍କୁ ପୋଷଣ ଯୋଗାଇବାରେ ବିଶେଷ ସହାୟକ ହୋଇଥାଏ । ଏହି ଶୈବାଳକୁ ସ୍ପେସ କ୍ରାଫଟର ହିଁ ପ୍ରସ୍ତୁତ କରାଯାଇଥାଏ, ଯାହା ଏଠାରେ ଥିବା ଅଙ୍ଗାରକାମ୍ଳକୁ ଗ୍ରହଣକରି ଅମ୍ଳଜାନ ନିର୍ଗତ କରିଥାଏ । ସୂଚନା ଅନୁସାରେ ମହାକାଶରେ ଦିନକୁ ୧.୭ କେଜିର ଖାଦ୍ୟ ବ୍ୟବହାର କରାଯାଇଥାଏ । ଯେଉଁଥିରେ ୪୫୦ ଗ୍ରାମ ପ୍ୟାକେଜ୍‌ ଖାଦ୍ୟ ରହିଥାଏ । ଏଠାରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ଭିନ୍ନ ଉପାୟରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ତେଣୁ ଏଠାରେ ରନ୍ଧା ଖାଦ୍ୟକୁ ୪୮ ଘଣ୍ଟା ମଧ୍ୟରେ ସାରିବାକୁ ହୋଇଥାଏ । ଏଠାକୁ ମହାକାଶ ଚାରୀମାନେ ବିଭିନ୍ନ ଡ୍ରାଏଫଫୁଡ୍‌ ପ୍ୟାକିଂ କରି ନେଇଥାଆନ୍ତି । ସେମାନେ ଏହି ଶୈବାଳ ସହିତ ଏଠାକୁ ବାଦାମ, ଚକୋଲେଟ୍‌,ପିନଟ ବଟର, ବ୍ରାଓନିସ୍‌ ଆଦି ନେଇ ଯାଇଥାଆନ୍ତି । ସେହିଭଳି ବିଭିନ୍ନ ପାନୀୟ ଜାତୀୟ ପଦାର୍ଥକୁ ପାଉଡର ଫର୍ମରେ ପ୍ୟାକ କରାଯାଇ ପଠା ଯାଇଥାଏ ।
ବିଶ୍ୱର ଦ୍ରୁତତମ ଲିଫଫ
ସାଧାରଣତ ସମୟ ବଞ୍ଚାଇବା ପାଇଁ ଲିଫଫର ବ୍ୟବହାର କରାଯାଇଥାଏ । ତେବେ ଚୀନରେ ରହିଛି ବିଶ୍ୱର ସବୁଠାରୁ ଦ୍ରୁତତମ ଲିଫଫ, ଯାହା ଆଖିପିଛୁଳାକେ ଆପଣଙ୍କୁ ଗନ୍ତବ୍ୟ ସ୍ଥାନକୁ ନେଇଯିବ । ଚୀନର ସାଙ୍ଘାଇ ଟାୱାରରେ ରହିଛି ବିଶ୍ୱର ସବୁଠାରୁ ଦ୍ରୁତତମ ଲିଫଫ । ଏହି ଟାୱାରରେ ରହିଛି ୧୧୮ଟି ଫ୍ଲୋର ଯାହାକୁ ଲିଫଫଟି ମାତ୍ର ୫୫ ସେକେଣ୍ଡ୍‌ରେ କଭର କରିପାରିବ । ୨୦୧୭ରେ ଏହି ଲିଫଫକୁ ବସା ଯାଇଥିଲା । ଏହି ଲିଫଫଟି ଏକ ସେକେଣ୍ଡ୍‌ରେ ୨୦.୫ ମିଟର ବା ୬୭ ଫୁଟ ଯାଇପାରେ । ଏହି ଟାୱାରର ଲିଫଫ ପାଇଁ ୪୦ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ଏହି ଲିଫଫକୁ ଖୁବ ଭଲ ଭାବେ କାର୍ଯ୍ୟକ୍ଷମ କରାଇପାରିଛନ୍ତି ।

Tags: