ରାମାୟଣର କେତୋଟି ଅଜଣା କଥା
ଅଧର୍ମର ମୂଳୋପିାଟନ, ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ଶ୍ରୀବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ଧରାବତରଣ କରିଥିଲେ। ପ୍ରାପ୍ତ ବୟସରେ ମିଥିଳା ନରେଶ ଜନକଙ୍କ ଦୁହିତା ଦେବୀ ସୀତାଙ୍କ ସହିତ ତାଙ୍କ ବିବାହ ବିଧି ସମ୍ପନ୍ନ ହୋଇଥିଲା। ପିତୃସତ୍ୟ ପାଳନ କରି ରାଜସୁଖ ପରିହାର ପୂର୍ବକ ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ପ୍ରଭୁ ଚଉଦ ବର୍ଷ ବନବାସ ଯାଇଥିଲେ। ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଅପହରଣ କରିନେଲା । […]
ଅଧର୍ମର ମୂଳୋପିାଟନ, ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ଶ୍ରୀବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ଧରାବତରଣ କରିଥିଲେ। ପ୍ରାପ୍ତ ବୟସରେ ମିଥିଳା ନରେଶ ଜନକଙ୍କ ଦୁହିତା ଦେବୀ ସୀତାଙ୍କ ସହିତ ତାଙ୍କ ବିବାହ ବିଧି ସମ୍ପନ୍ନ ହୋଇଥିଲା। ପିତୃସତ୍ୟ ପାଳନ କରି ରାଜସୁଖ ପରିହାର ପୂର୍ବକ ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ପ୍ରଭୁ ଚଉଦ ବର୍ଷ ବନବାସ ଯାଇଥିଲେ। ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଅପହରଣ କରିନେଲା ।
ରାବଣ ସମେତ ସମସ୍ତ ରାକ୍ଷସଙ୍କୁ ନିଧନ କରିଥିଲେ ପ୍ରଭୁ । ବନବାସ ପରେ ତାଙ୍କୁ ରାଜସିଂହାସନରେ ଅଭିସିକ୍ତ କରାଗଲା। ପ୍ରଜାକୁଳକୁ ସମ୍ମାନ ଦେବାକୁ ଦେବୀ ସୀତା ଅଗ୍ନିପରୀକ୍ଷା ଦେଇଥିଲେ ମଧ୍ୟ ପ୍ରଭୁ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ। ପ୍ରଭୁ ତାଙ୍କ ଅବତାରରେ ସମ୍ପୂର୍ଣ୍ଣ ମାନବ ଜୀବନଯାପନ କରିଥିଲେ । ମର୍ଯ୍ୟାଦା ପାଇଁ ସେ ନିଜର ସମସ୍ତ ସୁଖ ବଳି ଦେଇଥିଲେ । ଏହା ହିଁ ମାନବ ସମାଜ ପାଇଁ ଏକ ବଡ଼ ଶିକ୍ଷା । ମହର୍ଷି ବାଲ୍ମିକୀ ରାମାୟଣ ମହାକାବ୍ୟର ରଚନା କରିଥିଲେ । ଏଥିରେ ୨୪ ହଜାର ଶ୍ଳୋକ, ୫ ଶହ ଉପଖଣ୍ଡ ଏବଂ ଉତ୍ତର ସହିତ ୭ଟି କାଣ୍ଡ ରହିଛି । ରାଜା ଦଶରଥ ପୁତ୍ରୋଷ୍ଠି ଯଜ୍ଞ କରାଇଥିଲେ । ରାମଙ୍କୁ ବନବାସ ପଠାଇବା ଖବର ଶୁଣି ଲକ୍ଷ୍ମଣ ପିତା ଦଶରଥଙ୍କ ସହ ଯୁଦ୍ଧ କରିବାକୁ ବାହାରିଥିଲେ । ରାମଙ୍କ ଅନୁରୋଧକ୍ରମେ ସେ ଶାନ୍ତ ହୋଇଥିଲେ ।
ବାଲ୍ମିକୀ ରାମାୟଣ ଅନୁଯାୟୀ ଭଗବାନ ରାମଙ୍କ ଜନ୍ମ ଚୈତ୍ର୍ୟ ଶୁକ୍ଳପକ୍ଷ ନବମୀ ତିଥି ପୁନର୍ବସୁ ନକ୍ଷତ୍ର କର୍କଟ ଲଗ୍ନରେ ହୋଇଥିଲା । ଏହି ସମୟରେ ସୂର୍ଯ୍ୟ, ମଙ୍ଗଳ, ଶନି, ଗୁରୁ, ଶୁକ୍ର ଆଦି ଗ୍ରହ ନିଜ ନିଜ ଉଚ୍ଚ ସ୍ଥାନରେ ରହିଥିଲେ ।
ତୁଳସୀ ଦାସଙ୍କ ରାମାୟଣରେ ସୀତାଙ୍କ ସ୍ୱୟମ୍ବର ବିଷୟରେ ଉଲ୍ଲେଖ ରହିଛି, ମାତ୍ର ବାଲ୍ମିକୀ ରାମାୟଣରେ ଏହା ଦେଖିବାକୁ ମିଳେ ନାହିଁ । ବାଲ୍ମିକୀ ରାମାୟଣରେ ଥିବା ବର୍ଣ୍ଣନା ଅନୁଯାୟୀ ଶ୍ରୀରାମ, ଲକ୍ଷ୍ମଣ ଓ ଋଷି ବିଶ୍ୱାମିତ୍ର ମିଥିଳା ଯାଇ ରାଜା ଜନକଙ୍କୁ ଶିବ ଧନୁ ଦେଖାଇବାକୁ କହିଥିଲେ । ରାମ ଶିବ ଧନୁ ଉଠାଇ ସେଥିରେ ପ୍ରତ୍ୟଞ୍ଚା ବାନ୍ଧିବାକୁ ଉଦ୍ୟମ କରିବା ସମୟରେ ତାହା ଭାଙ୍ଗିଯାଇଥିଲା । ପୂର୍ବରୁ ରାଜା ଜନକ ଶପଥ କରିଥିଲେ ଯିଏ ଶିବଧନୁ ଉଠାଇବେ, ତାଙ୍କ ସହ ମାତା ସୀତାଙ୍କୁ ବାହା କରାଇବେ । ସେହି ଅନୁଯାୟୀ ରାମ-ସୀତାଙ୍କ ବିବାହ ହୋଇଥିଲା । ବନବାସ ଯିବା ସମୟରେ ଭଗବାନ ରାମଚନ୍ଦ୍ରଙ୍କୁ ୨୭ ବର୍ଷ ହୋଇଥିଲା । ଭରତଙ୍କୁ ପିତା ଦଶରଥଙ୍କ ମୃତୁ୍ୟର ଆଭାସ ମିଳିସାରିଥିଲା । ଜଟାୟୁର ପିତା ଥିଲେ ଅରୁଣ । ଅରୁଣ ସୂର୍ଯ୍ୟଙ୍କ ରଥର ସାରଥୀ ଥିଲେ ।
ରାବଣ ମାତା ସୀତାଙ୍କୁ ଅପହରଣ କରିବା ଦିନ ବ୍ରହ୍ମଦେବଙ୍କ ଆଜ୍ଞାକ୍ରମେ ଇନ୍ଦ୍ର ଦେବ କ୍ଷୀରି ନେଇ ମାତା ସୀତାଙ୍କୁ ଖାଇବାକୁ ଦେଇଥିଲେ, ଯଦ୍ୱାରା ମାତାଙ୍କ କ୍ଷୁଧା ତୃପ୍ତ ହୋଇଥିଲା । ସେତୁବନ୍ଧନ ପାଇଁ ୫ଦିନ ଲାଗିଥିଲା । ସେତୁର ଦୂରତା ୧୦ ଯୋଜନ (୧୩ରୁ ୧୬ କି.ମି.) ଥିଲା ।
ଲକ୍ଷ୍ମଣ ରାବଣର ଭଉଣୀ ସୂପର୍ଣ୍ଣଖାର ନାମ କାଟି ଦେଇଥିବାରୁ ରାବଣ ସୀତାଙ୍କୁ ହରଣ କରିଥିଲା । ତେବେ ସୂପର୍ଣ୍ଣଖା ହିଁ ରାବଣକୁ ସର୍ବନାଶ ଅଭିଶାପ ଦେଇଥିଲା । ସୂପର୍ଣ୍ଣଖାର ପତି ଥିଲା ବିଦୁ୍ୟତ୍ଜିହ୍ୱା । ସେ କାଳକେୟ ରାକ୍ଷସର ସେନାପତି ଥିଲା । ବିଶ୍ୱ ବିଜୟ ପାଇଁ ବାହାରିଥିବା ରାବଣ ହାତରେ ବିଦୁ୍ୟତ୍ଜିହ୍ୱାର ପ୍ରାଣ ଯାଇଥିଲା । ଏଥିରେ କ୍ରୋଧିତ ହୋଇ ସୂପର୍ଣଖା ରାବଣକୁ ଅଭିଶାପ ଦେଇଥିଲା ।
ଥରେ ପୁଷ୍ପକ ବିମାନରେ ଯାଉଥିବା ସମୟରେ ରାବଣ ବେଦବତୀ ନାମ୍ନୀ ଜଣେ ନାରୀଙ୍କୁ ଭେଟିଲା । ସେ ଭଗବାନ ବିଷ୍ଣୁଙ୍କୁ ପତି ରୂପେ ପ୍ରାପ୍ତ କରିବା ନିମନ୍ତେ ତପସ୍ୟା କରୁଥିଲେ । ରାବଣ ତାଙ୍କୁ ଅପହରଣ କରି ନେବାକୁ ଉଦ୍ୟମ କରିବାରୁ ବେଦବତୀ ଦେହତ୍ୟାଗ କଲେ । ସେ ରାବଣକୁ ଅଭିଶାପ ଦେଲେ, ଜଣେ ନାରୀ ପାଇଁ ତୋର ପ୍ରାଣ ଯିବ । ପରେ ବେଦବତୀ ହିଁ ଜନକପୁତ୍ରୀ ସୀତା ହୋଇ ଜନ୍ମ ନେଲେ ।




