ପିମ୍ପୁଡିକୁ ନେଇ କିଛି ରୋଚକ ତଥ୍ୟ

ପିମ୍ପୁଡିକୁ ନେଇ କିଛି ରୋଚକ ତଥ୍ୟ
Ipsita Picture
By: Ipsita
Published On

 

ନିକଟରେ ପିମ୍ପୁଡିକୁ ନେଇ ଅନେକ ରୋଚକ ତଥ୍ୟ ସାମନାକୁ ଆସିଛି । ସୂଚନା ଅନୁସାରେ ପୋଲାଣ୍ଡର ଏକ ପୁରୁଣା ବଙ୍କର ଭିତରେ ବନ୍ଦୀ ହୋଇ ରହିଯାଇଥିବା ଲକ୍ଷ ଲକ୍ଷ ପିମ୍ପୁଡ଼ି ବଞ୍ଚିରହିବା ପାଇଁ ଏକାବେଳକେ ନିଜ ସାଥୀ ପିମ୍ପୁଡ଼ିମାନଙ୍କୁ ଖାଇବା ଆରମ୍ଭ କରିଦେଇଥିବା ଜଣାପଡିଛି ।  ବଙ୍କରର ଭେଣ୍ଟିଲେସନ୍ ପାଇପ୍ ଉପରେ ଏହି ପିମ୍ପୁଡ଼ିମାନଙ୍କର ବସା ଥିବା ବେଳେ, ସେଠାରୁ ଖସିପଡ଼ୁଥିବା ପିମ୍ପୁଡ଼ିମାନେ ବଙ୍କରରୁ ଆଉ ଉପରକୁ ଉଠିପାରି ନଥିଲେ। ଫଳରେ କାଳକ୍ରମେ ବଙ୍କର ଭିତରେ ପ୍ରାୟ ୧୦ ଲକ୍ଷ ପିମ୍ପୁଡ଼ି ବିନା ଖାଦ୍ୟ ଓ ବାହାରିବାର ବାଟ ନପାଇ ଫସି ରହିଥିଲେ । ତେବେ କ୍ଷୁଧାର୍ତ୍ତ ପରିସ୍ଥିତିରେ ଆତ୍ମରକ୍ଷା ପାଇଁ ସେମାନେ ନିଜର ମୃତ ସାଥୀମାନଙ୍କୁ ଖାଇବାକୁ ବାଧ୍ୟ ହୋଇଥିଲେ ବୋଲି ବର୍ତ୍ତମାନ ଜଣା ପଡିଛି । ଉକ୍ତ ବଙ୍କରରୁ ସଂଗୃହିତ ପ୍ରାୟ ୨୦ ଲକ୍ଷ ପିମ୍ପୁଡ଼ିଙ୍କ ଅବଶିଷ୍ଟାଂଶ ମଧ୍ୟରୁ ୯୩ ପ୍ରତିଶତଙ୍କ ଦେହରେ କାମୁଡ଼ା ଦାଗ ଥିବା ଗବେଷକମାନେ ଠାବ କରିଥିଲେ । ଏହି ସଙ୍କଟଜନକ ପରିସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗବେଷକମାନେ ବାହାରକୁ ଆସିବା ଲାଗି ୩ ମିଟର ଲମ୍ବର ଏକ ବିକଳ୍ପ ପଥ ମଧ୍ୟ ତିଆରି କରିଥିଲେ । ପ୍ରଥମ ୧୦୦ଟି ପିମ୍ପୁଡ଼ିଙ୍କୁ ମୁକ୍ତ କରାଯିବା ପରେ, ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଫସି ରହିଥିବା ପ୍ରାୟ ସମସ୍ତ ପିମ୍ପୁଡ଼ି ନିଜର ମୂଳ ବସାକୁ ଫେରିଆସିବା ସହ ପରସ୍ପରକୁ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ଜଣାପଡିଛି ।

Tags: