୧୬ ବର୍ଷରେ ସଫ୍ଟୱେର୍ ଇଞ୍ଜିନିୟର
ଅଷ୍ଟ୍ରେଲିଆର ୧୬ ବର୍ଷୀୟ ଯୁବକ ଜେମ୍ସ ବିଗ୍ ସଫ୍ଟୱେର୍ ଇଞ୍ଜିନିୟର ହୋଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ମାତ୍ର ୧୦ ବର୍ଷ ବୟସରୁ କୋଡିଂ ଶିଖିବା ଆରମ୍ଭ କରିଥିବା ଜେମ୍ସ ୧୩ ବର୍ଷ ବୟସ ସୁଦ୍ଧା ୫ଟି ବିଭିନ୍ନ କୋର୍ସର ସାର୍ଟିଫିକେଟ୍ ହାସଲ କରିସାରିଥିଲେ । ସ୍କୁଲ ପାଠପଢ଼ା ସହିତ ବିଶ୍ୱବିଦ୍ୟାଳୟ ସ୍ତରୀୟ କୋର୍ସ ସମ୍ପୂର୍ଣ୍ଣ କରି ୧୫ ବର୍ଷ ବୟସରେ ଏକ କମ୍ପାନୀରେ ଇଣ୍ଟର୍ନସିପ୍ ପ୍ରାପ୍ତ କରିଥିଲେ । ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ୨୦୨୬ ମାର୍ଚ୍ଚ ୩୦ରେ ତାଙ୍କୁ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ସଫ୍ଟୱେର୍ ଇଞ୍ଜିନିୟର ଭାବେ ଆନୁଷ୍ଠାନିକ ମାନ୍ୟତା ଦେଇଛି । ଯେତେବେଳେ ତାଙ୍କ ବୟସ ୧୬ ବର୍ଷ ୩୦୯ ଦିନ ଥିଲା । ବର୍ତ୍ତମାନ ସେ 'ରେସକ୍ୟୁଭିଜନ' ନାମକ ଏକ ଅଷ୍ଟ୍ରେଲୀୟ କମ୍ପାନୀରେ କାର୍ଯ୍ୟରତ । ଯାହା ସମୁଦ୍ରରେ ନଜର ରଖିବାସହ ବିପଦ ଚିହ୍ନଟ କରିବା ଏବଂ ସମୁଦ୍ରରେ ଘଟୁଥିବା ଦୁର୍ଘଟଣାକୁ ରୋକିବାରେ ଉଦ୍ଧାରକାରୀ ଦଳକୁ ସାହାଯ୍ୟ କରିବା ପାଇଁ ଏଆଇ ଆଧାରିତ ପ୍ରଯୁକ୍ତିବିଦ୍ୟା ବିକଶିତ କରୁଛି ।
Tags:




