ସୋସିଆଲ୍ ମିଡିଆ ଷ୍ଟାର୍
ବର୍ତ୍ତମାନ ସମୟରେ ଅନେକ ଲୋକ ସେମାନଙ୍କର ଗର୍ଜିଅସ୍ ଫଟୋ ତଥା ଭିଡିଓ ବଳରେ ସୋସିଆଲ୍ ମିଡିଆରେ ନିଜର ଯାଦୁ ଦେଖାଇବାରେ ଲାଗିପଡ଼ିଛନ୍ତି । ଏହାରି ସାହାଯ୍ୟରେ ସେମାନେ ଏତେମାତ୍ରାରେ ଲୋକପ୍ରିୟତା ଅର୍ଜନ କରୁଛନ୍ତି ଯେ ସେମାନଙ୍କୁ ସୋସିଆଲ୍ ମିଡିଆ ଷ୍ଟାର୍ ରୂପେ ଗଣାଯାଉଛି । ସେହିପରି ବର୍ତ୍ତମାନ ଏହି ଉପଲବ୍ଧି ଗୋଟିଏ କୁକୁରକୁ ମିଳିଛି । କୁକୁରଟି ନିଜର କୁ୍ୟଟ୍ନେସ୍ କାରଣରୁ ସୋସିଆଲ୍ ମିଡିଆରେ ଏତେମାତ୍ରାରେ ଲୋକପ୍ରିୟ ହୋଇଛି ଯେ ଶହ ଶହ ଲୋକ ଏବେ ଏହି […]
ବର୍ତ୍ତମାନ ସମୟରେ ଅନେକ ଲୋକ ସେମାନଙ୍କର ଗର୍ଜିଅସ୍ ଫଟୋ ତଥା ଭିଡିଓ ବଳରେ ସୋସିଆଲ୍ ମିଡିଆରେ ନିଜର ଯାଦୁ ଦେଖାଇବାରେ ଲାଗିପଡ଼ିଛନ୍ତି । ଏହାରି ସାହାଯ୍ୟରେ ସେମାନେ ଏତେମାତ୍ରାରେ ଲୋକପ୍ରିୟତା ଅର୍ଜନ କରୁଛନ୍ତି ଯେ ସେମାନଙ୍କୁ ସୋସିଆଲ୍ ମିଡିଆ ଷ୍ଟାର୍ ରୂପେ ଗଣାଯାଉଛି । ସେହିପରି ବର୍ତ୍ତମାନ ଏହି ଉପଲବ୍ଧି ଗୋଟିଏ କୁକୁରକୁ ମିଳିଛି । କୁକୁରଟି ନିଜର କୁ୍ୟଟ୍ନେସ୍ କାରଣରୁ ସୋସିଆଲ୍ ମିଡିଆରେ ଏତେମାତ୍ରାରେ ଲୋକପ୍ରିୟ ହୋଇଛି ଯେ ଶହ ଶହ ଲୋକ ଏବେ ଏହି କୁକୁର ମୋହରେ ପଡ଼ିଯାଇଛନ୍ତି । ଏହାର ଲାଇଫ୍ଷ୍ଟାଇଲ୍ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି କୁକୁର ଦେଶବିଦେଶ ବୁଲିବା ସହ ମାଲିକାଣୀଙ୍କ ସହିତ ଲଗ୍ଜୁରୀ ଫାଇଭ୍ଷ୍ଟାର୍ ହୋଟେଲରେ ରୁହେ । କାନାଡାର ଟୋରାଣ୍ଟୋରେ ରହୁଥିବା ବାଓ ନାମକ ଚିନ୍ହୁଆହୁଆ ବ୍ରିଡ୍ର ଏହି କୁକୁରର ବୟସ ହେଉଛି ମାତ୍ର ୩ ବର୍ଷ । ଏହାରି ନିକଟରେ ୨ ଲକ୍ଷରୁ ଅଧିକ ଟଙ୍କାର ନିଜର ପୋଷାକ ଓ ଜୋତା ରହିଛି । ଇନ୍ଷ୍ଟାଗ୍ରାମ୍ରେ ବାଓର ୧.୬୬ ଲକ୍ଷ ଫଲୋଅର୍ସ ରହିଥିବାବେଳେ ଏହାର ଷ୍ଟାଇଲ୍ ଓ ଫ୍ୟାଶନ୍ ସେନ୍ସକୁ ୟୁଜର୍ସ ଖୁବ୍ ପସନ୍ଦ କରନ୍ତି । ବାଓର ମାଲିକାଣୀଙ୍କ ନଁଆ ହେଉଛି ଜା ଥି ଏନ୍ଗକ୍ ତ୍ରାନ୍, ଯିଏକି ବାଓକୁ କରୋନା କାଳରେ ପୋଷ୍ୟ ରୂପେ ଗ୍ରହଣ କରିଥିଲେ । ସେ ବାଓକୁ ନିଜ ସନ୍ତାନ ଭଳି ସ୍ନେହ କରନ୍ତି । ବର୍ତ୍ତମାନ ସୁଦ୍ଧା ବାଓ ଫ୍ରାନ୍ସ, ମେକ୍ସିକୋ, ଜର୍ମାନୀ ଭଳି ଅନେକ ଦେଶକୁ ଭ୍ରମଣରେ ଯାଇଥିବାବେଳେ ତା ନିକଟରେ ୭୫ଟି ଡ୍ରେସ୍ ରହିଛି । ତେବେ ଏ ସମସ୍ତ ଡ୍ରେସ୍କୁ ତା ମାଲିକାଣୀ ତ୍ରାନ୍ ନିଜ ସହିତ ଟୁଇନ୍ କରି ପିନ୍ଧାଇଥାଆନ୍ତି ।




