ବଢୁଛି ଗଧ କ୍ଷୀରର କ୍ରେଜ

ବଢୁଛି ଗଧ କ୍ଷୀରର କ୍ରେଜ
Ipsita Picture
By: Ipsita


ଦୁବାଇ ଓ ସଂଯୁକ୍ତରାଷ୍ଟ୍ର ଅରବ ଅମିରାତରେ ଆଜିକାଲି ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ କ୍ରେଜ ବଢିବାକୁ ଲାଗୁଛି । ଧୀରେଧୀରେ ଜୋର୍ଡାନ ଓ ମିଶ୍ର ଦେଶରେ ମଧ୍ୟ ଏହାର କ୍ରେଜ ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ଗଧ କ୍ଷୀରରେ ଭିଟାମିନ ଏ,ବି, ସି ଓ ଇ ସହିତ ମ୍ୟାଗ୍ନେସିମ ଓ ଜିଙ୍କ ମଧ୍ୟ ରହିଛି । ଏହି କ୍ଷୀର ପ୍ରୋଟିନ, ଖଣିଜ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣରେ ଭରପୂର ହୋଇ ରହିଛି । ଏହା ଆମ ସ୍କିନକୁ ହାଇଡ୍ରେଟ ରଖିବା ସହିତ ରିଙ୍କଲକୁ କମ ରଖିଥାଏ । ଆମ ସ୍କିନକୁ ଉଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ସେହିଭଳି ଏହା ଖରାରୁ ଚର୍ମକୁ ହେଉଥିବା କ୍ଷତିରୁ ମଧ୍ୟ ରକ୍ଷା କରିଥାଏ । କିମ୍ବଦନ୍ତୀରେ ମଧ୍ୟ ଏହି ସାବୁନର ବ୍ୟବହାରର ପ୍ରମାଣ ରହିଛି । ଆଗକାଳରେ ବିଭିନ୍ନ ମହାରାଣୀମାନେ ଗଧ ଖୀରକୁ ପ୍ରସାଧାନ ସାମଗ୍ରୀରେ ବ୍ୟବହାର କରୁଥିଲେ ।

Read More ମିଳୁନାହାନ୍ତି ମେକାନିକ

Tags: