କ୍ରକ୍‌ ଜୋତାକୁ ନେଇ ମହିଳାଙ୍କ ଅଜବ ସଉକ

କାନାଡା: ପ୍ରତିଟି ମନୁଷ୍ୟର ପସନ୍ଦ ଏବଂ ନାପସନ୍ଦ ରହିଛି । କାହାକୁ କୌଣସି ସାମଗ୍ରୀ ସଂଗ୍ରହ କରିବାର ସଉକ ରହିଥାଏ ତ କାହାର କିଛି କିଣିବାକୁ ଭଲପାଏ । ସେହିପରି କାନାଡାର ରହୁଥିବା ଜଣେ ମହିଳାଙ୍କ ଅଜବ ସଉକ ଚର୍ଚ୍ଚାର କାରଣ ପାଲଟିଛି । ରବର ଜୋତା କିଣିବାକୁ ସେ ଭଲପାଆନ୍ତି । ତାଙ୍କୁ କ୍ରକ୍‌ ଜୋତା ଏତେମାତ୍ରାରେ ପସନ୍ଦ ଯେ ମହିଳା ଜଣଙ୍କ ଘରର ବେଡ୍‌ରୁମ୍‌କୁ ଏହି ଜୋତାରେ ସଜାଇଛନ୍ତି । ସାରା ବେଡ୍‌ରୁମ୍‌ କ୍ରକ୍‌ […]

Samaya Live Picture
Published On

କାନାଡା: ପ୍ରତିଟି ମନୁଷ୍ୟର ପସନ୍ଦ ଏବଂ ନାପସନ୍ଦ ରହିଛି । କାହାକୁ କୌଣସି ସାମଗ୍ରୀ ସଂଗ୍ରହ କରିବାର ସଉକ ରହିଥାଏ ତ କାହାର କିଛି କିଣିବାକୁ ଭଲପାଏ । ସେହିପରି କାନାଡାର ରହୁଥିବା ଜଣେ ମହିଳାଙ୍କ ଅଜବ ସଉକ ଚର୍ଚ୍ଚାର କାରଣ ପାଲଟିଛି । ରବର ଜୋତା କିଣିବାକୁ ସେ ଭଲପାଆନ୍ତି । ତାଙ୍କୁ କ୍ରକ୍‌ ଜୋତା ଏତେମାତ୍ରାରେ ପସନ୍ଦ ଯେ ମହିଳା ଜଣଙ୍କ ଘରର ବେଡ୍‌ରୁମ୍‌କୁ ଏହି ଜୋତାରେ ସଜାଇଛନ୍ତି ।

କ୍ରକ୍‌ ଜୋତାକୁ ନେଇ ମହିଳାଙ୍କ ଅଜବ ସଉକ
ସାରା ବେଡ୍‌ରୁମ୍‌ କ୍ରକ୍‌ ଜୋତାରେ ଭରପୂର ହୋଇଥିବାରୁ ଏକ ସୁଜ୍‌ ଶୋ’ରୁମ୍‌ ପରି ଦୃଶ୍ୟମାନ ହେଉଛି । ମହିଳାଙ୍କ ନାମ ହେଉଛି ରେୟାନ । ସେ ତାଙ୍କର ଏହି ସଉକ ଯୋଗୁଁ ନିଜକୁ କ୍ରକ୍‌ କ୍ୱିନ୍‌ କହୁଛନ୍ତି । ରେୟାନ ଟିକଟକ୍‌ରେ ନିଜ ନିଆରା ସଉକ ବିଷୟରେ ଜଣାଇଛନ୍ତି । ରିପୋର୍ଟ ଅନୁଯାୟୀ ରେୟାନଙ୍କ ବେଡରୁମ୍‌ରେ ରଙ୍ଗବେରଙ୍ଗର ପ୍ରାୟ ୧୧୪ଟି ଯୋଡ଼ି କ୍ରକ୍‌ ଚପଲ ଅଛି । କେବଳ ସେତିକି ନୁହେଁ ଏହି ଚପଲ ଯୋଡ଼ିକୁ ଦେଖି ରେୟାନ ମ୍ୟାଚିଂ ଆସେସୋରିଜ୍‌ ମଧ୍ୟ କିଣିଛନ୍ତି । ସେ ପ୍ରାୟ ମ୍ୟାଚିଂ ୭୦୦ ଆସେସୋରିଜ୍‌ ରଖିଛନ୍ତି । ରେୟାନଙ୍କ ସୋସିଆଲ ମିଡିଆରେ ଖାସ୍‌ ଲୋକପ୍ରିୟତା ରହିଛି । ଟିକ୍‌ଟକ୍‌ରେ ତାଙ୍କର ୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।