ମରୁଭୂମିରେ ବରଫ ବର୍ଷା

ମରୁଭୂମିରେ ବରଫ ବର୍ଷା
Ipsita Picture
By: Ipsita
Published On


ସଦାବେଳେ ସାଉଦି ଆରବର ନାଁ ଶୁଣିଲେ ମରୁଭୂମି କଥା ମନେ ପଡିଯାଏ । ଏଠାରେ ସବୁବେଳେ ଖରା ଓ ଗରମର ଅନୁମାନ ସମସ୍ତେ କରନ୍ତି । ହେଲେ ନିକଟରେ ଏଠାରେ ବରଫ ବର୍ଷା ହେଉଥିବା ସୂଚନା ମିଳିଛି । ସାଉଦି ଆରବର ପାଣିପାଗ ବିଭାଗ ପକ୍ଷରୁ ଅନେକ ଅଞ୍ଚଳରେ ବରଫପାତ ହେବାନେଇ ଆଗୁଆ ସୂଚନା ପ୍ରଦାନ କରାଯାଇଥିବା ଜଣାପଡିଛି । ଏଠାରେ ବରଫପାତ କାରଣରୁ ସାଉଦିର ଜବଲ ଅଲ ଲଞ୍ଜ ପାହାଡ ଉପରେ ପାରା ମାଇନସ ୪ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ଏହାସହିତ ଏଠାରେ ଘନ କୁହୁଡି ଓ ଖୁବ ଅଧିକ ପବନ ବୋହୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: