ସାପ
ଏବେ ବର୍ଷାଋତୁ ଚାଲିଛି । ସ୍ୱାଭାବିକ ଭାବେ ବର୍ଷା ଦିନରେ ସର୍ପମାନଙ୍କର ପ୍ରାଦୁର୍ଭାବ ଦେଖାଦେଇଥାଏ । ଏହି ଋତୁ ସେମାନଙ୍କର ପ୍ରଜନନ ଋତୁ ଏବଂ ସେମାନଙ୍କ ରହୁଥିବା ବାସସ୍ଥଳୀ ଗାତରେ ପାଣି ପଶି ଯାଉଥିବାରୁ ସାପମାନେ ବାହାରକୁ ପଳାଇ ଆସନ୍ତି । ପ୍ରତିବର୍ଷ ଜଲାଇ ୧୬ରେ ପାଳିତ ହୁଏ ବିଶ୍ୱ ସର୍ପ ଦିବସ । ଏହି ଅବସରରେ ସାପଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା । ଅଦ୍ୟାବଧି ମୋଟ ୩୪୫୮ ପ୍ରଜାତିର ସାପ ଚିହ୍ନଟ କରାଯାଇଛି। […]
ଏବେ ବର୍ଷାଋତୁ ଚାଲିଛି । ସ୍ୱାଭାବିକ ଭାବେ ବର୍ଷା ଦିନରେ ସର୍ପମାନଙ୍କର ପ୍ରାଦୁର୍ଭାବ ଦେଖାଦେଇଥାଏ । ଏହି ଋତୁ ସେମାନଙ୍କର ପ୍ରଜନନ ଋତୁ ଏବଂ ସେମାନଙ୍କ ରହୁଥିବା ବାସସ୍ଥଳୀ ଗାତରେ ପାଣି ପଶି ଯାଉଥିବାରୁ ସାପମାନେ ବାହାରକୁ ପଳାଇ ଆସନ୍ତି । ପ୍ରତିବର୍ଷ ଜଲାଇ ୧୬ରେ ପାଳିତ ହୁଏ ବିଶ୍ୱ ସର୍ପ ଦିବସ । ଏହି ଅବସରରେ ସାପଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା । ଅଦ୍ୟାବଧି ମୋଟ ୩୪୫୮ ପ୍ରଜାତିର ସାପ ଚିହ୍ନଟ କରାଯାଇଛି। ଥ୍ରେଡ଼୍ ସ୍ନେକ ସବୁଠାରୁ କ୍ଷୁଦ୍ର (ଲମ୍ବ ୧୦ ସେିିମିଟର) ଓ ରେଟିକୁଲେଟେଡ୍ ପାଇଥନ୍ (ଲମ୍ବ ୨୨.୮ ଫୁଟ) ସବୁଠାରୁ ବଡ଼ ସାପ । ସାରା ବିଶ୍ୱରେ ସର୍ପ ଦଂଶନରେ ବର୍ଷକୁ ଲକ୍ଷେ ମଣିଷଙ୍କ ପ୍ରାଣ ଯାଉଛି । ବ୍ରାଜିଲ ଅନ୍ତର୍ଗତ ଏକ ଦ୍ୱୀପକୁ ଯିବା ପାଇଁ ମଣିଷକୁ ମନା । କାରଣ ସେହି ଦ୍ୱୀପରେ ପ୍ରତି ବର୍ଗ ମିଟରରେ ପାଞ୍ଚଟି ସାପ । ବୁମ୍ସ୍ଲାଙ୍ଗ ସାପ କାମୁଡ଼ିଲେ କାନ, ନାକ, ପାଟି, ମଳଦ୍ୱାର, ପରିସ୍ରାଦ୍ୱାରରୁ ରକ୍ତ ବାହାରେ । କେବଳ ନିଉଜିଲାଣ୍ଡରେ କୌଣସି ସ୍ଥଳଚର ସାପ ଦେଖାଯାଆନ୍ତି ନାହିଁ । ଛଅ କୋଟି ବର୍ଷ ତଳେ ପୃଥିବୀରେ ବିଚରଣ କରୁଥିବା ଟାଇଟାନୋବୋଆର ଲମ୍ବ ବୟାଳିଶ ଫୁଟରୁ ଅଧିକ ଥିଲା । ସାପ ଜିଭ ସାହାଯ୍ୟରେ ଆଘ୍ରାଣ କରେ । ଏକାବନ ପ୍ରତିଶତ ଆମେରିକାନ୍ ସାପକୁ ଡରନ୍ତି । ସାପ ଆଖି ବନ୍ଦ କରିପାରେ ନାହିଁ । ଲେବାନିକ୍ କମାଣ୍ଡୋଙ୍କୁ ତାଲିମ କାଳରେ ଜୀବନ୍ତ ସାପ ଖାଇବାକୁ ପଡେ । ଆାର୍କଟିକା ସାପ ନ ଥିବା ଅଞ୍ଚଳ । ସମସ୍ତ ସାପ ମାଂସାଶୀ। କୌଣସି ସାପ କ୍ଷୀର ପିଅନ୍ତି ନାହିଁ । ଏହା ଜଣାଥିବା ସତ୍ତେ୍ୱ ଭାରତରେ ସାପଙ୍କୁ ଅଯଥା କ୍ଷୀର ଦିଆଯାଏ । ମାଈ ସାପ କିଛି ନ ଖାଇ ଅଠର ମାସ ପର୍ଯ୍ୟନ୍ତ ବଞ୍ଚିପାରେ । ଅହିରାଜ ଅନ୍ୟ ସାପ ଖାଏ । ସାପ କାମୁଡ଼ା ନେଇ ଆମମାନଙ୍କ ଭିତରେ ଅନେକ ଭୁଲ ଧାରଣା ରହିଥାଏ । ସବୁ ସାପ ବିଷାକ୍ତ ନୁହଁନ୍ତି ଏବଂ ସାପ କାମୁଡ଼ିବା ପରେ କୌଣସି ପରିସ୍ଥିତିରେ ଗୁଣି ଗାରେଡ଼ିକୁ ବିଶ୍ୱାସ ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ । ଯାହାଫଳରେ ମୁର୍ମୁଷୁର ଜୀବନଟି ରହିପାରିବ । ସେହିପରି ସାପମାନଙ୍କୁ ନେଇ ଆମର ଏକ ଭ୍ରାନ୍ତ ଧାରଣା ରହିଛି । କୌଣସି ସାପ ମଣିଷକୁ ପ୍ରଥମେ ଆଘାତ ଦେଇନଥାନ୍ତି । ଆମ ଠାରୁ ବିପଦ ଆଶଙ୍କା କରିବାପରେ ସେମାନେ ଆମକୁ ଆଘାତ କରିବା ପାଇଁ ଆକ୍ରମଣ ଉଦ୍ୟମ କରିଥାନ୍ତି । ସେମାନଙ୍କ ପ୍ରତି ଆମେ ନିଷ୍ଠୁର ନହୋଇ ମାନବିକତା ରଖିବା ଆବଶ୍ୟକ ।




