ସ୍ମାର୍ଟ ବ୍ୟବହାର

ସ୍ମାର୍ଟ ବ୍ୟବହାର
Ipsita Picture
By: Ipsita
Published On

 

ଗ୍ରୀଷ୍ମ ଋତୁରେ ଏୟାର କଣ୍ଡିସନର ବା ଏସିର ବ୍ୟବହାର ବଢିଥାଏ । ତେବେ ଏସି ବ୍ୟବହାରରେ ବିଜୁଳି ବିଲ ଅଧିକ ଆସିଥାଏ, ଯାହାକୁ ନେଇ ଅନେକଙ୍କ ମନରେ ଏସି ଲଗାଇବାକୁ ଡର ଥାଏ । କିନ୍ତୁ କିଛି ଏଭଳି ଦିଗ ରହିଛି ଯାହାପ୍ରତି ଧ୍ୟାନଦେଲେ ଏସି ବ୍ୟବହାର କଲେ ମଧ୍ୟ ବିଜୁଳି ବିଲ କମ ଆସିବ ।

ତାପମାତ୍ରା ସଠିକ୍ ରଖନ୍ତୁ : ଏସିକୁ ସବୁବେଳେ ୨୪ ଡିଗ୍ରୀ ସେଲସିଅସରୁ ୨୬ଡିଗ୍ରୀ ସେଲସିଅସ ମଧ୍ୟରେ ଚଲାନ୍ତୁ । ଏହାଦ୍ବାରା ବିଜୁଳି ସଞ୍ଚୟ ହୋଇଥାଏ ।

ଏସି ସହ ପଙ୍ଖା ଚଲାନ୍ତୁ: ଏସି ଚଲାଇବା ସମୟରେ ପଙ୍ଖା ଚଲାଇଲେ ଥଣ୍ଡା ପବନ ସମଗ୍ର କୋଠରିରେ ଶୀଘ୍ର ଖେଳିଯାଏ, ଫଳରେ ଏସିକୁ କମ୍ ସମୟ ପାଇଁ କମ୍ପ୍ରେସର ଚଲାଇବାକୁ ପଡ଼େ ।

କୋଠରିକୁ ସିଲ୍ ରଖନ୍ତୁ: ଏସି ଚଲାଇବା ସମୟରେ କବାଟ ଓ ଝରକା ଭଲଭାବେ ବନ୍ଦ ରଖନ୍ତୁ । କୌଣସି ସ୍ଥାନରେ ଫାଙ୍କ ଥିଲେ ତାକୁ ସିଲ୍ କରନ୍ତୁ, ଯେପରି ବାହାରର ଗରମ ପବନ ଭିତରକୁ ଆସିବ ନାହିଁ ।

ନିୟମିତ ସଫା ଓ ସର୍ଭିସିଂ: ମାସକୁ ଅନ୍ତତଃ ଥରେ ଏସିର ଫିଲ୍ଟର ସଫା କରନ୍ତୁ । ଏହା ସହିତ ବର୍ଷକୁ ଅତିକମରେ ଦୁଇଥର (ଗ୍ରୀଷ୍ମ ଆରମ୍ଭ ଏବଂ ଶେଷରେ) ଏସିର ସର୍ଭିସିଂ କରାଇବା ଜରୁରୀ ।

ଟାଇମର୍ ଏବଂ ସ୍ଲିପ୍ ମୋଡ୍: ରାତିରେ ଶୋଇବା ସମୟରେ ସ୍ଲିପ୍ ମୋଡ୍  କିମ୍ବା ଟାଇମର୍ ବ୍ୟବହାର କରନ୍ତୁ, ଯାହାଦ୍ୱାରା ଏସି ଅନାବଶ୍ୟକ ଭାବେ ଚାଲିବ ନାହିଁ ।

ସଠିକ୍ କ୍ଷମତାର ଏସି ଚୟନ : କୋଠରିର ଆକାର ଅନୁଯାୟୀ ସଠିକ୍ ଟନ୍ ବିଶିଷ୍ଟ ଏସି ଲଗାନ୍ତୁ। ଏହା ସହିତ ୫-ଷ୍ଟାର୍ ରେଟିଂ ବା ଇନଭର୍ଟର ଏସି ବ୍ୟବହାର କଲେ ବିଜୁଳି ଖର୍ଚ୍ଚ କମ୍ ହୁଏ ।

ଆଉଟ୍-ଡୋର୍ ୟୁନିଟ୍ର ଯତ୍ନ: ଏସିର ବାହାର ୟୁନିଟ୍ କୁ ସିଧାସଳଖ ଖରା ପଡ଼ୁଥିବା ସ୍ଥାନରୁ ଦୂରେଇ ରଖନ୍ତୁ କିମ୍ବା ସେଠାରେ ଛାଇର ବ୍ୟବସ୍ଥା କରନ୍ତୁ ।

Tags: