ସ୍ମାର୍ଟ ଫାବ୍ରିକ
ଆଜିକାଲିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କେବଳ ମୋବାଇଲ୍ ବା କମ୍ପ୍ୟୁଟର ମଧ୍ୟରେ ସୀମିତ ନାହିଁ, ବରଂ ଏହା ଆମ ପୋଷାକ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଲାଣି। ଆଜିକାଲି ସମସ୍ତଙ୍କୁ ସ୍ମାର୍ଟ ଫ୍ରାବ୍ରିକ ବ୍ୟବହାର କରୁଥିବା ଦେଖୁବାକୁ ମିଳୁଛି । ଆସନ୍ତୁ ଜାଣିବା ସ୍ମାର୍ଟ ଫାବ୍ରିକର ବିଭିନ୍ନ କାଟାଗୋରୀ ବିଷୟରେ ।
ପାସିଭ୍ ସ୍ମାର୍ଟ ଫ୍ରାବ୍ରିକ
ଏହା ହେଉଛି ସ୍ମାର୍ଟ ଫ୍ରାବ୍ରିକର ପ୍ରଥମ ସ୍ତର। ଏହି କପଡ଼ା କେବଳ ପରିବେଶର ଅବସ୍ଥାକୁ ଅନୁଭବ କରିପାରେ କିନ୍ତୁ ନିଜେ କୌଣସି ପରିବର୍ତ୍ତନ କରେ ନାହିଁ। ଏହା ମୁଖ୍ୟତଃ ସେନ୍ସର ଭଳି କାମ କରେ। ଏହା ଏପରି ଏକ ପୋଷାକ ଯାହା ଆପଣଙ୍କ ଶରୀରର ତାପମାତ୍ରା ବା ହୃଦସ୍ପନ୍ଦନ ମାପିପାରେ। ଏହା ସାଧାରଣତଃ ଖେଳାଳିମାନଙ୍କ ପୋଷାକରେ ବ୍ୟବହୃତ ହୁଏ, ଯାହା ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରେ।
ଆକ୍ଟିଭ୍ ସ୍ମାର୍ଟ ଫ୍ରାବ୍ରିକ
ଏହି ପ୍ରକାରର କପଡ଼ା ପରିବେଶର ପରିବର୍ତ୍ତନକୁ ଅନୁଭବ କରିବା ସହିତ ନିଜ ଭିତରେ କିଛି ପରିବର୍ତ୍ତନ ମଧ୍ୟ ଆଣିଥାଏ। ଯଦି ପରିବେଶ ଥଣ୍ଡା ହୁଏ, ଏହି କପଡ଼ା ନିଜକୁ ଗରମ କରିପାରେ। ଏଥିରେ 'ଆକ୍ଟୁଏଟର' ଥାଏ ଯାହା ସୂଚନା ପାଇବା ପରେ କାର୍ଯ୍ୟ କରେ। ଏହା ଜଳପ୍ରତିରୋଧୀ ପୋଷାକ ବା ଏମିତି ପୋଷାକ ଯାହା ପାଗ ଅନୁଯାୟୀ ନିଜର ଆକାର ବା ତାପମାତ୍ରା ବଦଳାଇପାରେ।
ମଏଶ୍ଚର ୱିକିଙ୍ଗ ଫ୍ରାବ୍ରିକ
ଏହା ଜିମ୍ ବା ଖେଳାଳିମାନଙ୍କ ପାଇଁ ସବୁଠାରୁ ଭଲ ଫାବ୍ରିକ। ଏଥିରେ ଥିବା କପିଲାରୀ ଆକ୍ସନ ଝାଳକୁ ଶରୀରରୁ ଦୂରେଇ ରଖେ। ଯେତେବେଳେ ଆପଣଙ୍କର ଝାଳ ହୁଏ, ଏହି କପଡ଼ାର ସୂକ୍ଷ୍ମ ତନ୍ତୁ ଗୁଡ଼ିକ ଝାଳକୁ ବାହାର ପଟକୁ ଠେଲି ଦିଅନ୍ତି, ଯେଉଁଠାରେ ଏହା ପବନରେ ଶୁଖିଯାଏ। ଆପଣଙ୍କ ପୋଷାକ ଓଦା ବା ଭାରି ଲାଗେ ନାହିଁ ଏବଂ ବାହାରକୁ ଝାଳର ଦାଗ ଦେଖାଯାଏ ନାହିଁ।
ଫେଜ୍ ଚେଞ୍ଜ୍ ମ୍ୟାଟେରିଆଲ୍ସ
ଏହା ଏମିତି ଏକ ଫାବ୍ରିକ ଯାହା ଆପଣଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରତ କରେ। ଏହି କପଡ଼ାରେ ଛୋଟ ଛୋଟ ମାଇକ୍ରୋ-କ୍ୟାପସୁଲ୍ ଥାଏ। ଯେତେବେଳେ ଆପଣଙ୍କୁ ଗରମ ହୁଏ, ଏହା ଉତ୍ତାପକୁ ଶୋଷି ନିଏ ଏବଂ ଯେତେବେଳେ ବାହାରେ ଥଣ୍ଡା ହୁଏ, ଏହା ସେହି ସାଇତି ରଖିଥିବା ଉତ୍ତାପକୁ ଛାଡ଼େ। ଏହା ଶରୀରକୁ ସବୁବେଳେ ଏକ ଆରାମଦାୟକ ତାପମାତ୍ରାରେ ରଖେ।

ସେଲ୍ଫ କ୍ଲିନିଂ
ଯେତେବେଳେ ଝାଳ ହୁଏ, ସେଥିରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ଦୁର୍ଗନ୍ଧ ବାହାରେ। କିନ୍ତୁ ଏହି କପଡ଼ା ତାହା ହେବାକୁ ଦିଏ ନାହିଁ। ଏଥିରେ ରୂପା ଆଇଅନ ବା ଟାଇଟାନିୟମ୍ ଡାଇଅକ୍ସାଇଡ୍ର ନାନୋ-କୋଟିଙ୍ଗ୍ ଥାଏ। ଏହା ଝାଳରୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧକାରୀ ବ୍ୟାକ୍ଟେରିଆକୁ ମାରିଦିଏ। ପୋଷାକରୁ କଦାପି ଦୁର୍ଗନ୍ଧ ଆସେ ନାହିଁ ଏବଂ ଏହାକୁ ବାରମ୍ବାର ଧୋଇବା ମଧ୍ୟ ଦରକାର ହୁଏ ନାହିଁ ।

ସେପ୍ ମେମୋରୀ ପଲିମର
ଏହି କପଡ଼ା ନିଜର ଆକାର ମନେ ରଖିପାରେ। ଯଦି ଆପଣଙ୍କ ପୋଷାକ କୁଞ୍ଚିତ ହୋଇଯାଏ, ତେବେ ସାମାନ୍ୟ ଗରମ ବା ଶରୀରର ଉତ୍ତାପ ପାଇଲେ ଏହା ନିଜେ ନିଜେ ସିଧା ହୋଇଯାଏ। ଏହି ପୋଷାକକୁ କେବେବି ଆଇରନ କରିବା ଦରକାର ହୁଏ ନାହିଁ।
Related Posts



