ସ୍ଲିପ ସପିଂ

ସ୍ଲିପ ସପିଂ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉପଗ୍ରହକୁ ଜଗିବେ ବଡିଗାର୍ଡ

ବ୍ରିଟେନର ଜଣେ ମହିଳା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଚର୍ଚ୍ଚାରେ ରହିବାର କାରଣ ଏହି ମହିଳା ଜଣଙ୍କ ଗାଢ ନିଦରେ ବି ସପିଂ କରିଛନ୍ତି । ଏହାକୁ ଇଣ୍ଟରନେଟରେ ସ୍ଲିପ ସପିଂର ନାଁ ଦିଆଯାଇଛି । ଏହି ୫୬ ବର୍ଷୀୟ ମହିଳା ନିଦରେ ଥାଇ ବି ଲକ୍ଷାଧୀକ ଟଙ୍କାର ସପିଂ କରିଛନ୍ତି, ଯାହାଫଳରେ ତାଙ୍କ ଘର ଆଗରେ ସାମଗ୍ରୀର ଲାଇନ ଲାଗିଛି । ତେବେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ଏହା ସାଧାରଣ ଲୋକଙ୍କ ପାଇଁ ବୁଝିବା କଷ୍ଟକର ହୋଇଛି । ଏହାକୁ ସ୍ଲିପ ୱାକିଂର ଆଧୁନିକରଣ ବୋଲି ମତ ପ୍ରକାଶ ପାଇଛି । ଏହି ସମସ୍ୟା ହେବାଦ୍ବାରା ଲୋକ ନିଦରେ ଥାଇ ମଧ୍ୟ ସପିଂ ସାଇଟରେ ସପିଂ କରିଥାଆନ୍ତି । ଏହିଭଳି ଭାବରେ ଉକ୍ତ ମହିଳା ଜଣଙ୍କ ମଧ୍ୟ ଲକ୍ଷାଧିକ ଟଙ୍କାର ସପିଂ କରିଛନ୍ତି । ସେ ସକାଳୁ ନିଦରୁ ଉଠିବା ପରେ ଏହି ସମ୍ପର୍କରେ ଜାଣିଥିଲେ । ସେହିଭଳି ଉକ୍ତ ମହିଳାଙ୍କର କାର୍ଡର ସମସ୍ତ ଡିଟେଲ୍ସ ଫୋନରେ ସେଭ ହୋଇଥିଲା ତେଣୁ ସପିଂ କରିବା ଖୁବ ସହଜ ହୋଇଥିଲା । ନିଦରେ ହିଁ ସେ ସମସ୍ତ ଅର୍ଥନେଣ ଦେଣ ମଧ୍ୟ କରିଦେଇଥିଲେ । ସୋସିଆଲ ମିଡିଆରେ ଘଟଣାଟି ଖୁବ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର କାଚ ବର୍ଷା ହେଉଥିବା ଗ୍ରହ

Tags: