ଶୂନ୍ୟରେ ସ୍କାଇଡାଇଭିଂ

ଶୂନ୍ୟରେ ସ୍କାଇଡାଇଭିଂ
Ipsita Picture
By: Ipsita
Published On

 

ପୋଲାଣ୍ଡର ପ୍ରସିଦ୍ଧ ଏରିଏଲ୍ ଆଥ୍‌ଲେଟ୍ ଏବଂ ୱାର୍ଲ୍ଡ ଚାମ୍ପିଅନ୍ ସ୍କାଇଡାଇଭର୍ ମାଜା କୁଚିନସ୍କା ନିଜର ଏକ ଆଶ୍ଚର୍ଯ୍ୟଜନକ କାରନାମା ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ଶୂନ୍ୟରେ ଏଭଳି ସଠିକ୍ ଏବଂ ଚମତ୍କାର ମୁଭମେଣ୍ଟ୍ସ କରନ୍ତି ଯେ, ଯାହାକୁ ଦେଖିଲେ ମନେହୁଏ ସତେ ଯେମିତି ସେ ଆକାଶରେ ଚାଲୁଛନ୍ତି । ଇନଡୋର ସ୍କାଇଡାଇଭିଂ ଏବଂ ଏରିଏଲ୍ ସ୍ପୋର୍ଟସ ଦୁନିଆର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣା ହେଉଥିବା ମାଜା ଅନେକ ବିଶ୍ୱ ଟାଇଟଲ୍ ଜିତିଛନ୍ତି ଏବଂ ସେ କ୍ରମାଗତ ଭାବେ ବିଶ୍ୱର ଶୀର୍ଷ ମାନ୍ୟତା ପ୍ରାପ୍ତ ଆଥ୍‌ଲେଟ୍‌ଙ୍କ ମଧ୍ୟରେ ସାମିଲ ରହିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ସାମ୍ପ୍ରତିକ ପ୍ରଦର୍ଶନର କିଛି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପବନରେ ଭାସୁଥିବା ଅବସ୍ଥାରେ ଏଭଳି ପାଦ ପକାଉଛନ୍ତି ଯେମିତି ମାଧ୍ୟାକର୍ଷଣ ଶକ୍ତିର ତାଙ୍କ ଉପରେ କୌଣସି ପ୍ରଭାବ ହିଁ ନାହିଁ, ଏହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Tags: