୬ଇଞ୍ଚର ସାର୍କ ଦାନ୍ତ

୬ଇଞ୍ଚର ସାର୍କ ଦାନ୍ତ
Ipsita Picture
By: Ipsita
Published On

 

ଆମେରିକାର ଫ୍ଲୋରିଡା ଉପକୂଳରେ ଜଣେ ୧୬ ବର୍ଷୀୟ ଯୁବକ ଡାଇଭର୍ ଏଡେନ୍ ଆଣ୍ଡ୍ରୁଜ୍ ସମୁଦ୍ର ଗର୍ଭରୁ ଏକ ବିରଳ ତଥା ବିଶାଳକାୟ 'ମେଗାଲୋଡନ୍' ସାର୍କର ଦାନ୍ତ ଆବିଷ୍କାର କରିଛନ୍ତି । ପ୍ରାୟ ୬ ଇଞ୍ଚ ଲମ୍ବର ଏହି ଦାନ୍ତଟି ମାନାସୋଟା କି ନିକଟରୁ ମିଳିଥିବା ବେଳେ ଏହାର ଆକାରକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ସାଧାରଣତଃ ସାର୍କର ଛୋଟ ଦାନ୍ତ ମିଳିଥାଏ, କିନ୍ତୁ ଏତେ ବଡ଼ ଦାନ୍ତ ମିଳିବା ଏକ ଅତି ବିରଳ ଘଟଣା । ସ୍ମିଥସୋନିଆନ୍ ଇନଷ୍ଟିଚ୍ୟୁସନ୍ ଅନୁଯାୟୀ, ମେଗାଲୋଡନ୍ ପୃଥିବୀର ସମୁଦ୍ରରେ ପ୍ରାୟ ୨୩ ନିୟୁତ ବର୍ଷ ରୁ ୩.୬ ନିୟୁତ ବର୍ଷ ପୂର୍ବେ ବାସ କରୁଥିଲେ ଏବଂ ଏମାନେ ବିଶ୍ୱର ସବୁଠାରୁ ବଡ଼ ସାମୁଦ୍ରିକ ଶିକାରୀ ଭାବେ ଜଣାଶୁଣା ଥିଲେ । ଏହି ବିଶାଳକାୟ ମାଛର ଲମ୍ବ ପ୍ରାୟ ୬୦ ଫୁଟ୍ ଏବଂ ଓଜନ ୫୦ ଟନ୍ ପର୍ଯ୍ୟନ୍ତ ହୋଇଥାଏ, ଯାହାର ଗୋଟିଏ ଗୋଟିଏ ଦାନ୍ତ ମଣିଷର ହାତ ପାପୁଲି ସହ ସମାନ । ଏହି ଆବିଷ୍କାର ପ୍ରାଗୈତିହାସିକ ସାମୁଦ୍ରିକ ଜୀବମାନଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

Tags: