୬ ହାତଥିବା ରୋବଟ
ଚୀନର ଏକ କମ୍ପାନୀ ଏମ୍ଆଇଡିଇଏ ପ୍ରଥମଥର ପାଇଁ ବିଶ୍ୱର ୬ ହାତଥିବା ରୋବଟ ଉଦ୍ଭୁାବନ କରିଛନ୍ତି । ଏହି ରୋବଟର ଗୋଡ ବଦଳରେ ଚକ ଲାଗିଛି । ଏହି ରୋବଟକୁ ଫ୍ୟାକଫ୍ରିରେ କାମ କରିବା ପାଇଁ ସ୍ୱତନ୍ତ୍ରଭାବେ ନିର୍ମାଣ କରାଯାଇଛି । ଏହାର ନାମ ମାଇରୋୟୁ ରଖାଯାଇଛି, ଯିଏ ମଣିଷଙ୍କ ତୁଳନାରେ ଖୁବ ଶୀଘ୍ର କାମ କରିବ । ସେହିଭଳି ଏହି ରୋବଟଟି ଗୋଟିଏ ସ୍ଥାନରେ ଠିଆ ହୋଇ ୩୬୦ ଡିଗ୍ରୀ ବୁଲିପାରିବ । ଏହାର ୬ଟି ବାୟୋନିକ ମେକାନିକାଲ ହାତ ରହିଛି, ଯିଏ ଖୁବ ସଠିକ ଭାବେ କାମ କରିପାରିବ । ଏହି ରୋବଟଟି ନିଜର ଉଚ୍ଚତା ମଧ୍ୟ ନିଜେ ବଢାଇ ପାରିବ, ଯେଉଁ କାରଣରୁ ଏହା ଯେ କୌଣସି ମେସିନ ପାଖରେ ଖୁବ ସହଜରେ ପହଞ୍ଚି ପାରିଥାଏ । ଏହାକୁ ଫ୍ୟାକଫ୍ରିରେ ହେଉଥିବା ଓଜନିଆ ଭାରି କାମ ପାଇଁ ବ୍ୟବହାର କରାଯାଇଥାଏ । ୨୦୨୬ ସୁଦ୍ଧା ଏହାର ଡେମୋ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଏହାକୁ ସୋସିଆଲ ମିଡିଆରେ କିଛି ଲୋକ କମ୍ପାନୀର ମନଗଢା କାହାଣୀ ବୋଲି ମଧ୍ୟ ମତ ଦେଉଛନ୍ତି । ହେଲେ ୨୦୨୬ରେ ଏ ସମ୍ପର୍କରେ ଜଣା ପଡିବ ବୋଲି ସମୀକ୍ଷକ ମତ ଦେଉଛନ୍ତି ।




