ଘରସଜ୍ଜା
ଦୀପାବଳିରେ ଘରସଜ୍ଜାକୁ ନେଇ ସମସ୍ତେ ଦ୍ୱନ୍ଦରେ ରହିଥାଆନ୍ତି । ତେବେ କିଛି ଏଭଳି ଟ୍ରିକ ରହିଛି ଯାହାକୁ ଆପଣାଇଲେ ଖୁବ ସହଜରେ ସୁନ୍ଦରଭାବେ ଘରସଜ୍ଜା ହୋଇପାରିବ । ତେଣୁ କିଛି ଦିଗ ପ୍ରତି ଧ୍ୟାନ ରଖି ଦୀପାବଳିରେ ଘର ସଜାନ୍ତୁ । ଲାଇଟର ଚୟନ ଯେତେବେଳେ ବି ଦୀପାବଳିରେ ଘର ପାଇଁ ଲାଇଟ ଚୟନ କରୁଛନ୍ତି, ସେତେବେଳେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରଥମେ ଘରର ରଙ୍ଗ, ଡିଜାଇନକୁ ଧ୍ୟାନରେ ରଖନ୍ତୁ । ସେହିଭଳି […]
ଦୀପାବଳିରେ ଘରସଜ୍ଜାକୁ ନେଇ ସମସ୍ତେ ଦ୍ୱନ୍ଦରେ ରହିଥାଆନ୍ତି । ତେବେ କିଛି ଏଭଳି ଟ୍ରିକ ରହିଛି ଯାହାକୁ ଆପଣାଇଲେ ଖୁବ ସହଜରେ ସୁନ୍ଦରଭାବେ ଘରସଜ୍ଜା ହୋଇପାରିବ । ତେଣୁ କିଛି ଦିଗ ପ୍ରତି ଧ୍ୟାନ ରଖି ଦୀପାବଳିରେ ଘର ସଜାନ୍ତୁ ।
ଲାଇଟର ଚୟନ
ଯେତେବେଳେ ବି ଦୀପାବଳିରେ ଘର ପାଇଁ ଲାଇଟ ଚୟନ କରୁଛନ୍ତି, ସେତେବେଳେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରଥମେ ଘରର ରଙ୍ଗ, ଡିଜାଇନକୁ ଧ୍ୟାନରେ ରଖନ୍ତୁ । ସେହିଭଳି କେଉଁ ଏରିଆକୁ ଆପଣ ଲାଇଟରେ ସଜାଇବାକୁ ଚାହୁଁଛନ୍ତୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଘରର ରଙ୍ଗ ଫିକା ଅଛି ତେବେ ବ୍ରାଇଟ କଲର ଲାଇଟ ଆଣନ୍ତୁ ଘର ଗର୍ଜିଅସ ଲାଗିବ । ସେହିଭଳି ଘରର ରଙ୍ଗ ସହିତ କଣ୍ଟ୍ରାଷ୍ଟ କରି ଲାଇଟ ରଙ୍ଗକୁ ଚୟନ କରନ୍ତୁ । ସବୁବେଳେ ବେଶି ବଡବଡ ମାଳ ବଦଳରେ ଛୋଟଛୋଟ ମାଳକୁ କୌଣସି ଡିଜାଇନ କରି ଘରେ ଟାଙ୍ଗନ୍ତୁ, ଖୁବ ଭଲ ଲାଗିବ । ସେହିଭଳି ବାଲକୋନିରେ ବଡ ମାଳ ଟାଙ୍ଗି ପାରିବେ । ଅଥବା କୌଣସି ପରଦାରେ ମଧ୍ୟ ବଡ ମାଳ ଟାଙ୍ଗି ପାରିବେ ସୁନ୍ଦର ଲାଗିବ । ବର୍ତ୍ତମାନ ବଜାରରେ ଛୋଟଛୋଟ ସୁନ୍ଦର ସୁନ୍ଦର ଡିଜାଇନର ଲାଇଟ ମିଳୁଛି, ଏଗୁଡିକୁ ଘରେ ଟାଙ୍ଗନ୍ତୁ ସୁନ୍ଦର ଲୁକ ମିଳିବ ।
ରଙ୍ଗୋଲି
ଘରେ ରଙ୍ଗୋଲି ପକାଇବା ଆଗରୁ ଘରର ସ୍ଥାନ ପ୍ରତି ଧ୍ୟାନ ଦିଅନ୍ତୁ । ବଡ ଖୋଲା ସ୍ଥାନ ଥିଲେ ଟିକେ ବଡ ରଙ୍ଗୋଲି ପକାନ୍ତୁ । ତେବେ ଯଦି ଛୋଟ ସ୍ଥାନକୁ ସଜାଇବାକୁ ଚାହୁଁଛନ୍ତି ତେବେ ଛୋଟଛୋଟ ରଙ୍ଗୋଲି ପକାନ୍ତୁ ସୁନ୍ଦର ଲାଗିବ । ସେହିଭଳି ସବୁବେଳେ ରଙ୍ଗୋଲିରେ ଡାର୍କ କଲର ବ୍ୟବହାର କରନ୍ତୁ । ବଜାରରେ ଖୁବ ସୁନ୍ଦର ସୁନ୍ଦର ଫ୍ରେମ ମିଳୁଛି ଏଗୁଡିକ ବ୍ୟବହାର କରି ରଙ୍ଗୋଲି କରିପାରିବେ ।
ଫୁଲ
ଦୀପାବଳିରେ ଘରକୁ କେବଳ ଲାଇଟ କି ରଙ୍ଗୋଲି ନୁହେଁ ବରଂ ଫୁଲରେ ବି ସଜାଇ ପାରିବେ । ଯଦି ଚାହିଁବେ ପ୍ରାକୃତିକ ଫୁଲ ବ୍ୟବହାର କରି ମଧ୍ୟ ସଜାଇ ପାରିବେ କିମ୍ବା ବଜାରରେ ମିଳୁଥିବା ମନୁଷ୍ୟକୃତ ଫୁଲ ମଧ୍ୟ ବ୍ୟବହାର କରି ସଜାଇ ପାରିବେ ।




