୪୨ ଘଣ୍ଟା ଗାଇଲେ କ୍ରିସମସ ଗୀତ
By: Ipsita
ନିକଟରେ ବ୍ରିଟେନର ଜଣେ ବ୍ୟକ୍ତି ଅନେକ ଘଣ୍ଟା ଧରି କ୍ରିସମସ ଗୀତ ଗାଇ ଗିନିଜ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି । ବ୍ରିଟେନର ଡେବ ପରଚେସ ଲଗାତାର ୪୨ ଘଣ୍ଟା ଧରି ଏହି କ୍ରିସମସ ଗୀତ ପରିବେଷଣ କରିଥିଲେ । ସେ ଏହି ଦୁଇଦିନ ଭିତରେ କ୍ରିସମସର ୬୮୪ଟି ଗୀତକୁ ବୋଲିଥିଲେ । ସେ ସମସ୍ତ ଗୀତକୁ ୧୮ ଥର ଲେଖାଏଁ ବୋଲିଥିବା ସୂଚନା ରହିଛି । ଏହି ତାଲିକାରେ ଷ୍ଟେପ ଇନ୍ଟୁ କ୍ରିସମସ, ଜିଙ୍ଗଲ ବେଲ୍ସ ଓ ଲାଷ୍ଟ କ୍ରିସମସ ଭଳି ଗୀତ ସାମିଲ ରହିଛି । ୩୨ ଘଣ୍ଟା ଗାଇବା ପରେ ତାଙ୍କୁ ଲାଗିଥିବା ସେ ହାର ମାନିଯିବେ ହେଲେ ତାଙ୍କର ଇଚ୍ଛା ଶକ୍ତି ତାଙ୍କୁ ଏହି ରେକର୍ଡ ହାସଲ କରାଇବାରେ ସମର୍ଥ କରାଇଥିଲା । ୩୨ ଘଣ୍ଟା ପରେ ତାଙ୍କୁ ଖୁବ ଜୋରରେ ନିଦ ଆସିଥିଲା, ହେଲେ ସେ ଏହି ପରିସ୍ଥିତିକୁ ସମ୍ଭାଳି ୪୨ ଘଣ୍ଟା ପର୍ଯ୍ୟନ୍ତ ବୋଲିଥିଲେ । ତାଙ୍କୁ ପ୍ରତି ଏକ ଘଣ୍ଟାରେ ୫ ମିନିଟର ବ୍ରେକ ନେବାକୁ ଅନୁମତି ଥିଲା । ଏହାର ପୂର୍ବ ରେକର୍ଡ ୩୧ ଘଣ୍ଟାର ଥିଲା ।
ସମ୍ବନ୍ଧିତ ଖବର ଓଜନ ହ୍ରାସ
Tags: Christmas
Related Posts



