୧୮୦୦ ବର୍ଷର ରୌପ୍ୟମୁଦ୍ରା

ଜର୍ମାନୀରେ ଏକ ଦୁର୍ଲଭ ସାମଗ୍ରୀର ସନ୍ଧାନ କରାଯାଇଛି । ବର୍ଜ୍‌ନେ ନାମକ ଜଣେ ୮ ବର୍ଷର ଛାତ୍ର ୧୮୦୦ ବର୍ଷ ପୁରୁଣା ରୌପ୍ୟମୁଦ୍ରା ପାଇ ବୈଜ୍ଞାନିକଙ୍କୁ ଦେଇଛନ୍ତି, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରିପୋର୍ଟ ମୁତାବକ, ବର୍ଜ୍‌ନେ ନାମକ ଏହି ବାଳକ ସ୍ଥାନୀୟ ଏକ ପ୍ରାଇମେରୀ ସ୍କୁଲ୍‌ର ଛାତ୍ର । ଦିନେ ସେ ସ୍କୁଲ୍‌ ସ୍ୟାଣ୍ଡ୍‌ବକ୍ସରେ ଖେଳୁଥିବାବେଳେ ଏହି ମୁଦ୍ରାକୁ ପାଇଥିଲେ । ପରିବାରକୁ ଦେଖାଇବା ପରେ ସେମାନେ ପ୍ରନିତାତ୍ତ୍ୱିକ ବିଭାଗକୁ ଏହି […]

Samaya Live Picture
Published On

ଜର୍ମାନୀରେ ଏକ ଦୁର୍ଲଭ ସାମଗ୍ରୀର ସନ୍ଧାନ କରାଯାଇଛି । ବର୍ଜ୍‌ନେ ନାମକ ଜଣେ ୮ ବର୍ଷର ଛାତ୍ର ୧୮୦୦ ବର୍ଷ ପୁରୁଣା ରୌପ୍ୟମୁଦ୍ରା ପାଇ ବୈଜ୍ଞାନିକଙ୍କୁ ଦେଇଛନ୍ତି, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରିପୋର୍ଟ ମୁତାବକ, ବର୍ଜ୍‌ନେ ନାମକ ଏହି ବାଳକ ସ୍ଥାନୀୟ ଏକ ପ୍ରାଇମେରୀ ସ୍କୁଲ୍‌ର ଛାତ୍ର । ଦିନେ ସେ ସ୍କୁଲ୍‌ ସ୍ୟାଣ୍ଡ୍‌ବକ୍ସରେ ଖେଳୁଥିବାବେଳେ ଏହି ମୁଦ୍ରାକୁ ପାଇଥିଲେ । ପରିବାରକୁ ଦେଖାଇବା ପରେ ସେମାନେ ପ୍ରନିତାତ୍ତ୍ୱିକ ବିଭାଗକୁ ଏହି ମୁଦ୍ରା ବିଷୟରେ ଜଣାଇଥିଲେ । ପ୍ରନିତାତ୍ତ୍ୱିକ ଅଧିକାରୀଙ୍କ ଦ୍ୱାରା ଅନୁସନ୍ଧାନ କରାଯିବା ପରେ ଏହା ୧୮୦୦ ବର୍ଷ ପୁରୁଣା ରୋମାନ୍‌ ରୌପ୍ୟ ମୁଦ୍ରା ବୋଲି ଜଣାପଡିଛି । ଏହାର ଓଜନ ପ୍ରାୟ ୨.୪ ଗ୍ରାମ୍‌ । ଜର୍ମାନୀର କିଛି ଅଂଶ ରୋମାନ ସାମ୍ରାଜ୍ୟ ଅଧୀନରେ ଥିଲା । ୧୬୧ରୁ ୧୮୦ ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ଶାସନ କରିଥିବା ସମ୍ରାଟ ମାର୍କ୍ସ ଅରେଲିଅସ୍‌ ଆଣ୍ଟୋନିନସ୍‌ଙ୍କ ସମୟରେ ଏହି ମୁଦ୍ରାକୁ ତିଆରି କରାଯାଇଥିଲା । ୨୦୨୨ରେ ବର୍ଜ୍‌ନେ ଏହି ମୁଦ୍ରାକୁ ପାଇଥିବାବେଳେ ବର୍ତ୍ତମାନ ଏହାକୁ ମୁ୍ୟଜିଅମ୍‌ରେ ରଖାଯିବ । ଏହାସହ ବର୍ଜ୍‌ନେଙ୍କୁ ସମ୍ମାନିତ କରାଯିବ ଏବଂ ପୁରସ୍କୃତ କରାଯିବ ।

Tags: