ଶିବ ଭକ୍ତି

ଭଗବାନ ଶିବଙ୍କୁ ମହାଦେବ ବୋଲି କୁହାଯାଇଛି । ମାନବଠାରୁ ଆରମ୍ଭକରି ଦାନବ ଆଉ ଦେବଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପୂଜା କରନ୍ତି । ତାଙ୍କୁ ପ୍ରସନ୍ନକରିବା ପାଇଁ ଅନେକ ପ୍ରକାରର ପ୍ରୟାସ କରାଯାଏ । ଭଗବାନ ଶିବଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ କି ସେ ଔପଚାରିକତାକୁ ଛାଡି ଭକ୍ତର ଭାବନାକୁ ଅଧିକ ଦେଇଥାନ୍ତି । ଅଳ୍ପରେ ସେ ବହୁତ ପ୍ରସନ୍ନ ହୋଇଯାଆନ୍ତି । ସେଥିପାଇଁ ତାଙ୍କୁ ଆଶୁତୋଷର ନାଁ ମଧ୍ୟ ଦିଆଯାଇଛି । ଏହା ତାଙ୍କର […]

Samaya Live Picture
Published On

ଭଗବାନ ଶିବଙ୍କୁ ମହାଦେବ ବୋଲି କୁହାଯାଇଛି । ମାନବଠାରୁ ଆରମ୍ଭକରି ଦାନବ ଆଉ ଦେବଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପୂଜା କରନ୍ତି । ତାଙ୍କୁ ପ୍ରସନ୍ନକରିବା ପାଇଁ ଅନେକ ପ୍ରକାରର ପ୍ରୟାସ କରାଯାଏ । ଭଗବାନ ଶିବଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ କି ସେ ଔପଚାରିକତାକୁ ଛାଡି ଭକ୍ତର ଭାବନାକୁ ଅଧିକ ଦେଇଥାନ୍ତି । ଅଳ୍ପରେ ସେ ବହୁତ ପ୍ରସନ୍ନ ହୋଇଯାଆନ୍ତି । ସେଥିପାଇଁ ତାଙ୍କୁ ଆଶୁତୋଷର ନାଁ ମଧ୍ୟ ଦିଆଯାଇଛି । ଏହା ତାଙ୍କର ମହିମା ଅଟେ କି ଆକାଶ ପାତାଳ ସର୍ବତ୍ର ପ୍ରଜାପତି, ଗନ୍ଧର୍ଭ, କିନ୍ନର, ନାଗ, ବସ୍ତୁ, ଯକ୍ଷ ତଥା ସବୁଯୋନିଙ୍କର ବିଭିନ୍ନ ଜ୍ଞାତ ଆଉ ଅଜ୍ଞାତ ଘାତକଗଣ ଭଗବାନ ଶିବଙ୍କୁ ନିଜର ଆରାଧ୍ୟ ମାନିକରି ଆସିଛନ୍ତି । ପ୍ରଭୁ ଶ୍ରୀରାମ ମଧ୍ୟ ଶିବଙ୍କୁ ଆରାଧନା କରିଛନ୍ତି । ଶିବଭକ୍ତିର ପରମ ପ୍ରଭାବ ଶିବଭକ୍ତର ରୂପରେ ରାବଣକୁ ମିଳିଥିଲା ଆଉ ଶ୍ରୀରାମଙ୍କୁ ମଧ୍ୟ ପ୍ରାପ୍ତ ହୋଇଥିଲା । କେବଳ ଶିବାଳୟ ଅଥବା ଦେବାଳୟରେ ନୁହେଁ, ଶିବତତ୍ତ୍ୱ ଏହି ଶରୀର ଭିତରେ ମଧ୍ୟ ବିଦ୍ୟମାନ । ଏହାକୁ ଅନୁଭବ କରିବା ପରେ ପ୍ରାଣରେ ଶକ୍ତିର ପ୍ରବାହସ୍ୱତଃ ହୋଇଥାଏ । ଏହା ମାନ୍ୟତା ଅଛିକି ହୃଦୟରେ ନିଷ୍ଠାର ସହିତ ଡାକରେ ମହାଦେବ ସେହି ଡାକକୁ ଡାକୁଥିବା ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାଆନ୍ତି । ଯିଏ ତାଙ୍କ ନିକଟକୁ ପହଞ୍ଚିଯାଏ,ଏହା ପ୍ରାୟତଃ ପୂର୍ଣ୍ଣ ହୋଇଯାଏ । ତପସ୍ୟାରେ ଲୀନ ଭଗବାନ ଶିବଙ୍କ ଆଖ ପାଖରେ ତ ମହାଶକ୍ତିର ବିଶାଳ ତମଭଣ୍ଡାର ଉପସ୍ଥିତ ଥାଏ । ଯାହାର ଯେତିକି କ୍ଷମତା ହୋଇଥାଏ, ତାଙ୍କଠୁ ସେତିକି ପାଇ ଯିବା ଅତି ସରଳ ଅଟେ ।

ଯେକୌଣସି ପ୍ରାଣୀ ତାଙ୍କ ନିକଟକୁ ଆସିଲେ,ସେ ନିରାଶ ହେଇ ପାରିବନି । ବାସ୍ତବରେ ଶିବକଲ୍ୟାଣର ମୂର୍ତ୍ତମାନ ଅଟନ୍ତି । ଶିବ ସତ୍ୟର ସାକାର ସ୍ୱରୂପ ଅଟେ । ପରମ ଶକ୍ତି ଭଗବତୀମାତାଙ୍କ ବିଶ୍ରାମ ଏଠାରେ ହୋଇଥାଏ । ମାନବ ମାତ୍ର ଶିବଙ୍କୁ ସମର୍ପିତ ନିଜର ବୃତ୍ତିଙ୍କୁ ଶାନ୍ତ କରି ନବୀନ ଉର୍ଜା ପ୍ରାପ୍ତ କରିବାରେ ସଫଳ ହୋଇପାରିବ । ଯେଉଁଠି ସନ୍ଦେହ ଅଛି, ସେଠାରେ ଶିବ ନାହାନ୍ତି । ଯେତେବେଳେ ବିଶ୍ୱାସ ହେବ, ସ୍ଥିରତା ହେବ, ସେଠାରେ ଶିବ ବିଦ୍ୟମାନ ଥାନ୍ତି । ବିଶ୍ୱାସରେ ହିଁ ଶିବ ଥାନ୍ତି, ଯିଏ ସତ୍ୟ ଆଉ ସୁନ୍ଦର ଅଟନ୍ତି । ସଂସାରର ଆଶ୍ରୟ ଏହି ବିଶ୍ୱାସର ମୂଳରେ ଅଛି । ଆଉ ଶକ୍ତିର ସ୍ରୋତର ରହସ୍ୟ ମଧ୍ୟ । ବାସ୍ତବରେ ଶିବଙ୍କ ଭକ୍ତିରେ ଦେହରେ ଶକ୍ତି ମିଳିବା ସହିତ ଆତ୍ମାର ମଧ୍ୟ ଉଦ୍ଧାର ହୋଇଥାଏ ।

Tags: