୮ କୋଟିର ମେଣ୍ଢା
କିରଗିଜସ୍ତାନରେ ଏକ ମେଣ୍ଢା ୧ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୮ କୋଟି ଟଙ୍କାରେ ବିକ୍ରି ହୋଇ ବେଶ ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ଏଠାରେ ଅନୁଷ୍ଠିତ 'ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ ଆରାଶାନ୍ ସିପ୍ ବ୍ରିଡ୍' ନାମକ ଅନ୍ତର୍ଜାତୀୟ ମେଳାରେ 'ଆରାଶାନ୍' ପ୍ରଜାତିର ଏହି ମେଣ୍ଢାଟି ଏତେ ଦାମରେ ବିକ୍ରି ହୋଇଛି । କିରଗିଜସ୍ତାନ, କାଜାକସ୍ତାନ, ଉଜବେକିସ୍ତାନ, ରାଷ୍ଟ୍ରମଣ୍ଡଳ ଏବଂ ତାଜିକିସ୍ତାନ ଭଳି ୫ଟି ଦେଶର କ୍ରେତା ଓ ପ୍ରତିନିଧିମାନେ ଯୋଗଦେଇଥିବା ଏହି ଉତ୍ସବରେ କିରଗିଜସ୍ତାନ କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ବିଶେଷ ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । କିରଗିଜସ୍ତାନରେ ବିକଶିତ ଏବଂ ୨୦୨୧ରେ ସ୍ୱତନ୍ତ୍ର ପ୍ରଜାତି ଭାବେ ସରକାରୀ ମାନ୍ୟତା ପାଇଥିବା ଏହି ଆରାଶାନ୍ ମେଣ୍ଢାଗୁଡ଼ିକ ମୁଖ୍ୟତଃ ମାଂସ ଓ ଚର୍ବି ପାଇଁ ପାଳନ କରାଯାଉଥିବା ବେଳେ ଏମାନଙ୍କ ଓଜନ ୨୦୦ କିଲୋଗ୍ରାମରୁ ଅଧିକ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ, ୮ କୋଟି ଟଙ୍କାରେ ବିକ୍ରି ହୋଇଥିବା ଏହି ମେଣ୍ଢାଟି ୨୦୨୩ରେ ପ୍ରାୟ ୧.୩ କୋଟି ଟଙ୍କାରେ ବିକ୍ରି ହୋଇଥିବା 'ଫ୍ରାଙ୍କେଲ' ନାମକ ଆଉ ଏକ ମେଣ୍ଢାର ପୁଅ ଅଟେ ।




