୧୧ ବର୍ଷ ଧରି ଖାଉଥିଲେ ନିଜ କେଶ

୧୧ ବର୍ଷ ଧରି ଖାଉଥିଲେ ନିଜ କେଶ
Ipsita Picture
By: Ipsita
Published On

 

ଦିଲ୍ଲୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଅସାଧାରଣ ଅଭ୍ୟାସ ଡାକ୍ତରୀ ଦଳଙ୍କୁ ଚକିତ କରିଦେଇଛି । ଉକ୍ତ ଯୁବତୀ ଜଣକ ମାତ୍ର ୯ ବର୍ଷ ବୟସରୁ ଅର୍ଥାତ୍ ଗତ ୧୧ ବର୍ଷ ଧରି ନିଜ କେଶ ଖାଇବା ଅଭ୍ୟାସରେ ପୀଡ଼ିତ ଥିଲେ । ନିକଟରେ କ୍ରମାଗତ ତିନି ଦିନ ଧରି ପ୍ରବଳ ପେଟବ୍ୟଥା ଓ ବାନ୍ତି ହେବା ପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପେଟ ଭିତରେ ବାଳ ସହଜରେ ହଜମ ହୋଇ ନଥିବାରୁ ଏହା ଜମା ହୋଇ ଖାଦ୍ୟ ନଳୀଠାରୁ କ୍ଷୁଦ୍ରାନ୍ତ୍ର ପର୍ଯ୍ୟନ୍ତ ଏକ ବିରାଟ ଏବଂ ଟାଣ ଗଣ୍ଠି ସୃଷ୍ଟି କରିଥିଲା । ଯାହାକୁ ଡାକ୍ତରୀ ଭାଷାରେ ଟ୍ରାଇକୋବେଜୋଆରକୁହାଯାଏ ।  ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର କରି ପେଟରୁ ୧.୧୬ କିଲୋଗ୍ରାମ ଓଜନର ଏହି କେଶ ଗୁଚ୍ଛାକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି । ଅସ୍ତ୍ରୋପଚାର ପରେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ, ଏହି ପ୍ରକାରର ଅଭ୍ୟାସ ଟ୍ରାଇକୋଫେଜିଆକୁ ରୋକିବା ପାଇଁ କାଉନସେଲିଂ ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି ।

Tags: