ଆଜିଠାରୁ ଆରମ୍ଭ ହେଲା ଶନି ଚଳନ,କରନ୍ତୁ ଏହି ଉପାୟ
ଜାନୁୟାରୀ ୧୭ , ୨୦୨୩ ଆଜି ଠାରୁ ହେଉଛି ଶନି ଚଳନ I କର୍ମଫଳ ଦାତା ଶନି ଦେବ ଆଜି ସ୍ଵଗୃହୀ ଅର୍ଥାତ ନିଜ ଘର କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି Iଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ନ୍ୟାୟର ଦେବତା ରୁପେ ଗଣାଯାଏ । ୨୩ ଅକୋବର ୨୦୨୨ରେ ଶନି ମକର ରାଶିରେ ମାର୍ଗୀ ହୋଇ ୧୭ ଜାନୁୟାରୀ ୨୦୨୩ ରେ କୁମ୍ଭରାଶି ରେ ପ୍ରବେଶ କରିଛନ୍ତି I ସବୁଠୁ ଧୀର ଗତିରେ ଚଳନ ହେଉଥିବା […]
ଜାନୁୟାରୀ ୧୭ , ୨୦୨୩ ଆଜି ଠାରୁ ହେଉଛି ଶନି ଚଳନ I କର୍ମଫଳ ଦାତା ଶନି ଦେବ ଆଜି ସ୍ଵଗୃହୀ ଅର୍ଥାତ ନିଜ ଘର କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି Iଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ନ୍ୟାୟର ଦେବତା ରୁପେ ଗଣାଯାଏ । ୨୩ ଅକୋବର ୨୦୨୨ରେ ଶନି ମକର ରାଶିରେ ମାର୍ଗୀ ହୋଇ ୧୭ ଜାନୁୟାରୀ ୨୦୨୩ ରେ କୁମ୍ଭରାଶି ରେ ପ୍ରବେଶ କରିଛନ୍ତି I ସବୁଠୁ ଧୀର ଗତିରେ ଚଳନ ହେଉଥିବା ଗ୍ରହ ହେଉଛି ଶନି । ଶନିଦେବ ବ୍ୟକ୍ତିର କର୍ମ ଅନୁସାରେ ଶୁଭ ଓ ଅଶୁଭ ଫଳ ଦେଇ ଥାଆନ୍ତି ବୋଲି କୁହାଯାଏ । ବର୍ତ୍ତମାନ ଧନୁ ରାଶିରୁ ଶନି ସାଢେ ସIତୀ କଟି ବିଛା,କର୍କଟ,ମକର,କୁମ୍ଭ,ମୀନରେ ଶନି ଅଢେଇ ଆରମ୍ଭ ହେବାକୁ ଯାଉଛି I ଆସନ୍ତୁ ଜାଣିବା ଶନି ଅଢେଇ (ଢେୟା) ରେ କଣ କରିବା :
ଆଜିଠାରୁ ଜାନୁଆରୀ ୧୭ରୁ ବିଛା,କର୍କଟ ,ମକର ,କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢ଼େସାତୀ ର ପ୍ରଭାବ ଦେଖାଯିବ I ଆଜି ରାତି ୮ ଟାରୁ ଶନି ଦେବ କୁମ୍ଭ ରାଶିରେ ପ୍ରବେଶ କରିବେ I ଅନ୍ୟପକ୍ଷରେ ମିଥୁନ ଏବଂ ତୁଳା ରାଶିର ବ୍ୟକ୍ତିମାନେ ଶନିଙ୍କ ସାଢ଼େସାତୀରୁ ମୁକ୍ତ ହେବେ I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ମକର ରାଶିରେ ଥିବା ସମୟରେ ଶନିଙ୍କ ସାଢେ ସIତୀ ଧନୁ ରାଶି, ମକର ରାଶି ଏବଂ କୁମ୍ଭ ଚାଲିଥିଲା । ସେହିପରି କୁମ୍ଭ ରାଶିରେ ଶନିଙ୍କ ସାଢ଼େସାତୀ ୨୪ ଜାନୁୟାରୀ ୨୦୨୨ ରୁ ଆରମ୍ଭ ହୋଇଛି ଏହା ଜୁନ୍ ୩,୨୦୨୭ ରେ ଶେଷ ହେବ I

ସାଢ଼େସାତୀ ବା ଢେୟାରେ ପ୍ରତିକାରରେ କଣ କରିବେ: ଯେଉଁମାନେ ଶନିଙ୍କ ପ୍ରଭାବରୁ ମୁକ୍ତ ହେବାକୁ ଚାହାଁନ୍ତି, ସେମାନେ ଶନିବାର ଦିନ ଉପବାସ ସହିତ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ । ଏହା ସହ ଶନିବାର ଦିନ କଳା ପୋଷାକ, ଚୋପା ଲଗI ବିରିଡାଳି କିମ୍ବା ସପ୍ତ ଶସ୍ୟ ମିଶାଇ ଦାନ କରନ୍ତୁ I ଏହା ସହ ଶନିବାର ଦିନ ଭୁଲ ରେ ମଧ୍ୟ ସୋରିଷ ତେଲ,ଲୁହI ସାମଗ୍ରୀ କିମ୍ବା କଳା ବସ୍ତ୍ର କିଣନ୍ତୁ ନାହିଁ I ଶନିବାର ଦିନ ନିରାମିଷ ଭୋଜନ ସହିତ ଗରିବ ଦୁଃଖୀଙ୍କୁ ଅନ୍ନଦାନ କରନ୍ତୁ I
ଶନିବାର ଦିନ କ୍ଷୀରରେ ପାଣି ମିଶାଇ ଅଶ୍ୱସ୍ଥ ଗଛ ମୂଳରେ ଅର୍ପଣ କରନ୍ତୁ I ଯଦି ସୁବିଧା ହୁଏ ନିକଟସ୍ଥ ଶନି ମନ୍ଦିର ଯାଇ ସୋରିଷ ତେଲ ରେ ଦୀପ ଜଳାନ୍ତୁ I
ଶନିବାର ଠାରୁ ୪୩ ଦିନ ପର୍ଯ୍ୟନ୍ତ, ହନୁମାନ ମନ୍ଦିରରେ ଜସ୍ମିନ୍ ତେଲ, ଲଡୁ ଏବଂ ନଡିଆ ନଡିଆ ଅର୍ପଣ କରନ୍ତୁ I ଏହା ବ୍ୟତୀତ ସୁନ୍ଦରାକାଣ୍ଡ, ଶ୍ରୀ ହନୁମାନଷ୍ଟକ ଏବଂ ହନୁମାନ ଚାଳିଶା କରନ୍ତୁ I
ଶନିସାଢେ ସାତୀ ରେ ଏହି ସବୁ କରନ୍ତୁ ନାହିଁ : ଭୁଲରେ ମଧ୍ୟ ମଙ୍ଗଳବାର ଦିନ କଳା ପୋଷାକ ପିନ୍ଧନ୍ତୁ ନାହିଁ I ଆପଣ ଶନିବାର ଦିନ କଳା ପୋଷାକ ପିନ୍ଧିପାରିବେ କିନ୍ତୁ ସେଗୁଡିକ କିଣନ୍ତୁ ନାହିଁ I ଅସତ ଉପାୟରେ ଧନ ଅର୍ଜନ ପରନିନ୍ଦା,ଅନ୍ୟାୟ,ଅନୀତିଠାରୁ ଦୁରେଇ ରୁହନ୍ତୁ I ସେହିପରି ଶନି ବାର ଓ ମଙ୍ଗଳ ବାର ରେ କୌଣସି ପ୍ରକାର ନିଶା ଦ୍ରବ୍ୟ ସହିତ ଆମିଷ ଠାରୁ ଦୁରେଇ ଦୂରନ୍ତୁ I ଗୁରୁଜନ ଙ୍କ ସହିତ ଭଦ୍ର ବ୍ୟବହାର କରନ୍ତୁ I

ଅନ୍ୟପଟେ ଧନୁ ଓ ତୁଳା ରାଶି ବ୍ୟକ୍ତିମାନଙ୍କର ସର୍ବ ଶୁଭ ଯୋଗ ଆରମ୍ଭ ହୋଇଯାଇଛି I ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ସାଙ୍ଗକୁ ବିଗିଡିଯାଇଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ I
(ତଥ୍ୟ ସଂଗୃହିତ )




