୯୯ ବର୍ଷରେ ଷ୍ଟଣ୍ଟ କରି ରେକର୍ଡ

୯୯ ବର୍ଷରେ ଷ୍ଟଣ୍ଟ କରି ରେକର୍ଡ
Ipsita Picture
By: Ipsita
Published On

 

ବ୍ରିଟେନ୍‌ର ୯୯ ବର୍ଷୀୟା ବୃଦ୍ଧା ହେଲ୍‌ଗା ଡଫି ଉଡ଼ନ୍ତା ବିମାନର ଡେଣା ଉପରେ ଛିଡ଼ା ହୋଇ ସାହସିକ ‘ୱିଙ୍ଗ - ୱାକିଂ’ ଷ୍ଟଣ୍ଟ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଗ୍ଲୋସେଷ୍ଟରଶାୟାରସ୍ଥିତ ରେଣ୍ଡକମ୍ ଏୟାରଫିଲ୍ଡରେ ସୁରକ୍ଷା ହାର୍ନେସ୍ ପିନ୍ଧି ସେ ଏହି କାର୍ଯ୍ୟ କରିଛନ୍ତି । ଏହି ରୋମାଞ୍ଚକର କାର୍ଯ୍ୟ ପାଇଁ ସେ ୯୭ ବର୍ଷୀୟା ବେଟି ବ୍ରୋମେଜ୍‌ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ୱିଲ୍ଟଶାୟାରର ଏକ କେୟାର ହୋମ୍‌ରେ ରହୁଥିବା ହେଲ୍‌ଗା ନିଜର ୯୯ତମ ଜନ୍ମଦିନ (୨୩ ସେପ୍ଟେମ୍ବର) ଅବସରରେ ଏହି ଷ୍ଟଣ୍ଟ କରିବାକୁ ସ୍ଥିର କରିଥିଲେ ବି ପରେ ଏହା ଘୁଞ୍ଚିଯାଇଥିଲା । ସେ ବିନା ଭୟ ଓ ଦ୍ବନ୍ଦ୍ବରେ ଅତ୍ୟନ୍ତ ଉତ୍ସାହର ସହ ଏହାକୁ ପୂରଣ କରିଛନ୍ତି । ଏହି ସାହସିକ ପ୍ରୟାସ ମାଧ୍ୟମରେ ସେ ‘ୱିଲ୍ଟଶାୟାର ଆଣ୍ଡ ବାଥ୍ ଏୟାର ଆମ୍ବୁଲାନ୍ସ’ ପାଇଁ ୧.୪ ଲକ୍ଷରୁ ଅଧିକ ଅର୍ଥ ସଂଗ୍ରହ କରିଛନ୍ତି ।  ୯୯ ବର୍ଷ ବୟସରେ ବି ଜଣେ ମହିଳା ଏଭଳି କିଛି କରିପାରିବ ବୋଲି ପ୍ରମାଣିତ କରିଥିବା ହେଲ୍‌ଗାଙ୍କ ଏହି ଗୌରବମୟ ସଫଳତା ପାଇଁ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି ।

Tags: