ସେବା ହିଁ ପରମ ଧର୍ମ

ଆମ ସମାଜ ରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସାଂସାରିକ ବିଷୟବସ୍ତୁଗୁଡ଼ିକରେ ବ୍ୟତିବ୍ୟସ୍ତ ହୋଇ ଈଶ୍ୱରଙ୍କୁ ପ୍ରାପ୍ତ କରିବା ପାଇଁ ଘର ଛାଡ଼ିଦେଇ ଅନ୍ୟତ୍ର ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ଅନେକଙ୍କର କୌଣସି ଈଶ୍ୱରୀୟ ଚେତନା ନ ଥାଏ । କେବଳ ହୃଦୟରେ କ୍ଷଣିକ ପାଇଁ ଶ୍ମଶାନ ବୈରାଗ୍ୟ ଜାଗ୍ରତ ହୋଇ ଯାଇଥିବାରୁ ନିଜକୁ ଭଗବାନଙ୍କ ଦାସ ବୋଲି ପରିଚୟ ଦେଇଥାନ୍ତି । ଦିନେ କିଛି ଯୁବକଙ୍କ ମଧ୍ୟରେ ଏଭଳି […]

Samaya Live Picture
Published On

ଆମ ସମାଜ ରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସାଂସାରିକ ବିଷୟବସ୍ତୁଗୁଡ଼ିକରେ ବ୍ୟତିବ୍ୟସ୍ତ ହୋଇ ଈଶ୍ୱରଙ୍କୁ ପ୍ରାପ୍ତ କରିବା ପାଇଁ ଘର ଛାଡ଼ିଦେଇ ଅନ୍ୟତ୍ର ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ଅନେକଙ୍କର କୌଣସି ଈଶ୍ୱରୀୟ ଚେତନା ନ ଥାଏ । କେବଳ ହୃଦୟରେ କ୍ଷଣିକ ପାଇଁ ଶ୍ମଶାନ ବୈରାଗ୍ୟ ଜାଗ୍ରତ ହୋଇ ଯାଇଥିବାରୁ ନିଜକୁ ଭଗବାନଙ୍କ ଦାସ ବୋଲି ପରିଚୟ ଦେଇଥାନ୍ତି । ଦିନେ କିଛି ଯୁବକଙ୍କ ମଧ୍ୟରେ ଏଭଳି କିଛି ଚିନ୍ତାଧାରା ଜାଗ୍ରତ ହେବାରୁ ସେମାନେ ଘର ଛାଡ଼ି ଜଙ୍ଗଲକୁ ଚାଲିଗଲେ । ଚାଲୁ ଚାଲୁ ସେମାନେ ପରସ୍ପର ମଧ୍ୟରେ ନିଜର ଭବିଷ୍ୟତ ବିଷୟରେ ଚର୍ଚ୍ଚା କରିବାକୁ ଲାଗିଗଲେ । ଜଣେ ପଚାରିଲା,ଭାଇ! ଆମେ ଯେତେବଳେ ତପସ୍ୟା କରିବା, ସେତେବେଳେ ଆମ ଉପରେ ପ୍ରସନ୍ନ ହୋଇ ଭଗବାନ ଆମ ନିକଟକୁ ଆସିବେ, ତା’ ହେଲେ ତାଙ୍କୁ ଆମେ କଣ ବରଦାନ ମାଗିବା ? ଦ୍ୱିତୀୟ ବ୍ୟକ୍ତି ଜଣକ କହିଲା, ମୁଁ ତ ପେଟପୂରା ଅନ୍ନ ମାଗିବି । ଭୋକିଲା ପେଟରେ କିଏ କଣ ଜୀବିତ ରହି ପାରେ? ତୃତୀୟ ଜଣକ କହିଲା,ମୁଁ ତ ଅପାର ଶକ୍ତି ମାଗିବି ! ଶକ୍ତି ଥିଲେ ସିନା ଯେ କୌଣସି କାର୍ଯ୍ୟ ହୋଇପାରେ । ଚତୁର୍ଥ ଜଣକ କହିଲା, ମୁଁ ତ ବୁଦ୍ଧି ମାଗିବି, ଶୁଣିଛି ଧନ ବଳ,ଜନ ବଳ ଠାରୁ ବୁଦ୍ଧି ବଳ ଶ୍ରେଷ୍ଠ । ପଞ୍ଚମ ବ୍ୟକ୍ତି କହିଲା, ମୁଁ ତ ସ୍ୱର୍ଗ ମାଗିବି ।
ସେଠାରେ ତ ସବୁ କିଛି ସହଜରେ ଉପଲବ୍ଧ ହୋଇପାରିବ । ସେମାନଙ୍କ କଥା ଶୁଣୁଥିବା ଜଣେ ସାଧୁ କହିଲେ, ଆରେ ମୂର୍ଖଗଣ ! ତୁମ ଦ୍ୱାରା କୌଣସି ଜପ,କିମ୍ବା ତପସ୍ୟା ହୋଇପାରିବ ନାହିଁ କି ଭଗବାନ ଆସି ତୁମ ମାନଙ୍କୁ କୌଣସି ବରଦାନ ଦେବେ ନାହିଁ । ତପସ୍ୟା ପାଇଁ ଦୃଢ଼ ମନୋବଳ ଓ ତିତିକ୍ଷାର ଆବଶ୍ୟକତା ରହିଛି ଏବଂ ଯଦି ତାହା ତୁମ ମଧ୍ୟରେ ଥାଆନ୍ତା ତେବେ ତୁମେମାନେ ସଂସାର ପ୍ରତି ବ୍ୟତିବ୍ୟସ୍ତ ହୋଇ ପଳାୟନ କରିବା ପରିବର୍ତ୍ତେ ନିଜର ଦାୟିତ୍ୱଗୁଡ଼ିକ ନିର୍ବାହ କରି ଆଗକୁ ବଢ଼ିଥାନ୍ତ । ମୋ କଥା ଟିକିଏ ହେଜ କରି ଘରକୁ ଫେରିଚାଲ ଏବଂ ତୁମ ସାମ୍ନାରେ ଯେଉଁ ଦୁଃଖୀରଙ୍କୀ ଗରିବ ଲୋକ ଅଛନ୍ତି, ସେମାନଙ୍କୁ ନାରାୟଣ ମନେକରି ସେମାନଙ୍କ ସେବା କର । ତାହା ପ୍ରକୃତ ସାଧନା ଅଟେ । ସ୍ୱାମୀ ବିବେକାନନ୍ଦ ଏହି ମର୍ମରେ କହିଥିଲେ, ‘ବହୁରୂପେ ସମ୍ମୁଖେ ତୁମର, ଛାଡି କାହିଁ ଖୋଜୁଚ ଈଶ୍ୱର, ଜୀବେ ପ୍ରେମ କରେ ଯେଉଁ ଜନ ସେହି ମାତ୍ର ସେବଇ ଈଶ୍ୱର ।

Tags: