ନିଜେ କରିବ ନିଜର ସନ୍ତୁଳନ

ନିଜେ କରିବ ନିଜର ସନ୍ତୁଳନ
Ipsita Picture
By: Ipsita
Published On

 

କାର୍ ପରେ ଏବେ ବାଇକ୍ ମଧ୍ୟ  ନିଜର ସନ୍ତୁଳନ ନିଜେ ରକ୍ଷା କରିପାରିବ। ଯାହାକୁ ନେଇ ଚୀନର କମ୍ପାନୀ ଓମୱେ ବିଶ୍ୱର ପ୍ରଥମ ସେଲ୍ଫ୍ ବାଲାସିଂ ଇଲେକ୍ଟ୍ରିକ୍ ବାଇକ୍ 'ଓଏମଓ X' ବଜାରକୁ ଆଣିଛି । ଏହି ବାଇକ୍ର ବିଶେଷତ୍ୱ ହେଉଛି ଯେ ଏହା ଅଟକିବା ପରେ ମଧ୍ୟ ତଳେ ପଡ଼େ ନାହିଁ ଏବଂ ସବୁବେଳେ ସିଧା ଛିଡ଼ା ହୋଇ ରହେ। ଯାହା ପାଇଁ ଏଥିରେ 'କଣ୍ଟ୍ରୋଲ ମୋମେଣ୍ଟ ଜାୟରୋସ୍କୋପ୍' ସିଏମଜି ଟେକ୍ନୋଲୋଜି ବ୍ୟବହାର କରାଯାଇଛି।  ଏହି ଟେକ୍ନୋଲୋଜି ମହାକାଶରେ ସାଟେଲାଇଟ୍କୁ ବାଲାନ୍ସ ରଖିବା ପାଇଁ ବ୍ୟବହାର ହୋଇଥାଏ । ଏଥିରେ ଲାଗିଥିବା ସେନ୍ସରଗୁଡ଼ିକ କ୍ରମାଗତ ଭାବେ ବାଇକ୍ର ସନ୍ତୁଳନ ମାପିଥାନ୍ତି ଏବଂ ଗାଡ଼ି ସାମାନ୍ୟ ଢଳିବା ମାତ୍ରେ ସିଷ୍ଟମ ତୁରନ୍ତ ଏହାକୁ ସିଧା କରିଦିଏ । ମେ' ୨୦୨୬ରୁ ଏହା ବଜାରରେ ଉପଲବ୍ଧ ହେବାକୁ ଥିବାବେଳେ କମ୍ପାନୀର ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ବୁକିଂ କରାଯାଇପାରିବ। ତେବେ ଏହାର ମୂଲ୍ୟ ଏବଂ ବ୍ୟାଟେରୀ  ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସୋସିଆଲ ମିଡିଆରେ ସମସ୍ତେ ଏହି ବାଇକର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Tags: