ବିଲେଇ ଭଳି ବୋବାଉଛି ସିଗଲ୍ସ

ବିଲେଇ ଭଳି ବୋବାଉଛି ସିଗଲ୍ସ
Ipsita Picture
By: Ipsita
Published On

 

ତୁର୍କୀରୁ ସାମ୍ନାକୁ ଆସିଥିବା 'ସୀଗଲ୍ସ'  ସମୁଦ୍ରୀ ପକ୍ଷୀମାନଙ୍କର ଏକ ଚମତ୍କାର ଏବଂ ମଜାଦାର କାରନାମା ଏବେ ସାରା ବିଶ୍ୱର ଲୋକଙ୍କ ମନ ଜିଣିବା ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ସେଠାକାର ପ୍ରଶାସନ ପକ୍ଷରୁ ବେସହାରା ବିଲେଇମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ମାର୍ଟ ଫିଡିଂ ମେସିନ୍ ଲଗାଯାଇଛି । ଯେଉଁଠାରେ ସାଧାରଣ ଲୋକେ ମେସିନର ବଟନ ଦବାଇଲେ ବିଲେଇମାନଙ୍କ ପାଇଁ ଖାଦ୍ୟ ବାହାରିଥାଏ। କିନ୍ତୁ ଚତୁର ସୀଗଲ୍ ପକ୍ଷୀମାନେ ଏହି ବ୍ୟବସ୍ଥାର ଫାଇଦା ଉଠାଇବା ପାଇଁ ବିଲେଇଙ୍କ ଭଳି 'ମିଆଁଉ' ଆୱାଜ୍ କରିବା ଶିଖିଯାଇଛନ୍ତି । ସେମାନେ ବର୍ତ୍ତମାନ ମେସିନ୍ ପାଖରେ ରହି ବିଲେଇ ପରି ଶବ୍ଦ କରୁଛନ୍ତି, ଯାହାଦ୍ୱାରା ଯାତାୟାତ କରୁଥିବା ଲୋକମାନେ ସେମାନଙ୍କୁ ପ୍ରକୃତ ବିଲେଇ ଭାବି ମେସିନର ବଟନ ଦବାଇ ଦେଉଛନ୍ତି । ଏହାପରେ ସେଥିରୁ ବାହାରୁଥିବା ସ୍ୱାଦିଷ୍ଟ ଖାଦ୍ୟକୁ ଏହି ପକ୍ଷୀମାନେ ଆନନ୍ଦରେ ଖାଉଛନ୍ତି । ପକ୍ଷୀମାନଙ୍କର ଏଭଳି ଅତ୍ୟଧିକ ବୁଦ୍ଧିମତା  ଶୈଳୀକୁ ସୋସିଆଲ ମିଡିଆରେ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ସେମାନଙ୍କର ଏଭଳି ବ୍ୟବହାର ପ୍ରମାଣିତ କରୁଛି ଯେ କେବଳ ମଣିଷ ନୁହେଁ, ବରଂ ପଶୁପକ୍ଷୀମାନେ ମଧ୍ୟ ପରିବେଶ ଓ ପରିସ୍ଥିତି ଅନୁଯାୟୀ ନିଜକୁ ଢାଳିନେବାରେ ସକ୍ଷମ ଅଟନ୍ତି ।

Tags: