ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ‘ସୁପର ଟମାଟୋ’
ସୂର୍ଯ୍ୟକିରଣ ପରେ ଭିଟାମିନ ଡିର ସବୁଠୁ ଭଲ ଉତ୍ସ ମାଛ ଏବଂ କ୍ଷୀରରୁ ମିଳିଥାଏ । ହେଲେ ଜିନ୍ ଏଡିଟିଂ ଟେକ୍ନୋଲୋଜି ସାହାଯ୍ୟରେ ଏବେ ଟମାଟୋ ମଧ୍ୟ ଏହି ପୋଷକର ବଡ଼ ଉତ୍ସ ପାଲଟିଛି । ଇଂଲଣ୍ଡର ଜନ୍ ଇନେସ୍ ସେଣ୍ଟର୍ର ବୈଜ୍ଞାନିକମାନେ ଶାକାହାରୀଙ୍କ (କେବଳ ପନିପରିବା ଓ ଫଳ ଖାଉଥିବା ବ୍ୟକ୍ତି ) ପାଇଁ ଏହି ସ୍ୱତନ୍ତ୍ର ଟମାଟୋ ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁଯାୟୀ ପୁରା ଦୁନିଆରେ ୧୦୦ କୋଟି ଲୋକ ଭିଟାମିନ ଡି […]
ସୂର୍ଯ୍ୟକିରଣ ପରେ ଭିଟାମିନ ଡିର ସବୁଠୁ ଭଲ ଉତ୍ସ ମାଛ ଏବଂ କ୍ଷୀରରୁ ମିଳିଥାଏ । ହେଲେ ଜିନ୍ ଏଡିଟିଂ ଟେକ୍ନୋଲୋଜି ସାହାଯ୍ୟରେ ଏବେ ଟମାଟୋ ମଧ୍ୟ ଏହି ପୋଷକର ବଡ଼ ଉତ୍ସ ପାଲଟିଛି । ଇଂଲଣ୍ଡର ଜନ୍ ଇନେସ୍ ସେଣ୍ଟର୍ର ବୈଜ୍ଞାନିକମାନେ ଶାକାହାରୀଙ୍କ (କେବଳ ପନିପରିବା ଓ ଫଳ ଖାଉଥିବା ବ୍ୟକ୍ତି ) ପାଇଁ ଏହି ସ୍ୱତନ୍ତ୍ର ଟମାଟୋ ପ୍ରସ୍ତୁତ କରିଛନ୍ତି ।

ସୂଚନା ଅନୁଯାୟୀ ପୁରା ଦୁନିଆରେ ୧୦୦ କୋଟି ଲୋକ ଭିଟାମିନ ଡି ଅଭାବରେ ପୀଡ଼ିତ ଅଛନ୍ତି । ଭିଟାମିନ ଡି ଅଭାବ ହୃଦରରୋଗଠାରୁ ଆରମ୍ଭ କରି କର୍କଟ ପର୍ଯ୍ୟନ୍ତ ଅନେକ ଗମ୍ଭୀର ରୋଗର କାରଣ ହୋଇଥାଏ । ଏକ ଅଧ୍ୟୟନ ଅନୁଯାୟୀ ଭାରତର ପ୍ରାୟ ୭୬% ଲୋକ ଭିଟାମିନ ଡି ଅଭାବର ଶିକାର ହୋଇଛନ୍ତି । ଏହାକୁ ଦେଖି ଅଧିକାଂଶ ଲୋକଙ୍କ ପସନ୍ଦ ଟମାଟୋକୁ ଭିଟାମିନ ଡିରେ ଭରପୂର କରିବା ପାଇଁ ବୈଜ୍ଞାନିକମାନେ କ୍ରିସପର୍ ଟେକ୍ନୋଲୋଜିର ବ୍ୟବହାର କରିଥିଲେ ।
ଏହାଦ୍ୱାରା ବୈଜ୍ଞାନିକମାନେ ଯେକୌଣସି ଜିନିଷର ଜେନେଟିକ୍ କୋଡ୍ରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥାନ୍ତି । ଏମାନେ ଏହି ଟୁଲ୍ ସାହାଯ୍ୟରେ ଟମାଟୋର ଜିନୋମ୍ ଗଠନପ୍ରଣାଳୀରେ ପରିବର୍ତ୍ତନ କରିଥିଲେ, ଯେଉଁଥିରେ ଟମାଟୋ ଏବଂ ଏହାର ପତ୍ରରେ ୭-ଡିଏସ୍ସି ଉପଦାନ ଏକତ୍ର ହୋଇଥାଏ । ଏହି ଉପାଦନ ଟମାଟୋର ପତ୍ରରେ ପାକୃତିକ ରୂପରେ ମିଳିଥାଏ ଏବଂ ଭିଟାମିନ ଡିଥ୍ରୀ ତିଆରି କରିବା କାମରେ ଆସିଥାଏ । ଭିଟାମିନ ଡିର ଭିଟାମିନ ଡିଥ୍ରୀ ହେଉଛି ସବୁଠୁ ଭଲ ସ୍ତର । ବୈଜ୍ଞାନିକମାନେ ଟମାଟୋ ଏବଂ ପତ୍ରକୁ ଅତିବାଇଗଣୀ ରଶ୍ମିରେ ଏକ ଘଣ୍ଟା ପାଇଁ ରଖିଥିଲେ ।

ଏହାର ଫଳାଫଳରୁ ଜଣାପଡ଼ିଲା ଯେ ଗୋଟିଏ ଟମାଟୋରେ ୨ଟି ଅଣ୍ଡା କିମ୍ବା ୨୮ ଗ୍ରାମ ଚୁନାମାଛରେ ଥିବା ଭିଟାମିନ ଡି ମିଳିଲା । ନିକଟରେ ପ୍ରକାଶିତ ନେଚର୍ ପ୍ଲାଣ୍ଟ୍ ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି । ରିସର୍ଚ୍ଚରେ ସାମିଲ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ନୂଆ ଟେକ୍ନୋଲୋଜି ବାଇଗଣ, ଆଳୁ ଏବଂ ଛତୁରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ଜରିଆରେ ପନିପରିବା ମଧ୍ୟ ଭିଟାମିନ ଡିର ଭଲ ଉତ୍ସ ହୋଇପାରିବ । ସେପଟେ ବ୍ରିଟିଶ ସଂସଦରେ ଜିନ ଏଡିଟିଂ ଫସଲର ଟ୍ରାଏଲକୁ ନେଇ ସମ୍ପ୍ରତି ବିଲ୍ ପାସ୍ ହୋଇଛି ।




