ନଷ୍ଟ ହୁଏନି ସୁପର ପଟାଟୋ
ଆମେରିକା: ବର୍ତ୍ତମାନ ଦୁନିଆ ପାଇଁ ପ୍ରଦୂଷଣ, ଜଳବାୟୁରେ ପରିବର୍ତ୍ତନ ଆଦି ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ଏହାର ପ୍ରଭାବ ସମସ୍ତ କ୍ଷେତ୍ର ଉପରେ ପଡୁଛି । ପ୍ରଦୂଷଣର କୁ ପ୍ରଭାବ ଚାଷ ଉପରେ ମଧ୍ୟ ପଡୁଛି, ଯାହାଫଳରେ ଗଛମାନଙ୍କର ଉପାଦେୟତା କମିବାରେ ଲାଗୁଛି । ବୈଜ୍ଞାନିକମାନେ କିଛିମାତ୍ରାରେ ଏହାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ଆମେରିକାର ମୈନେ ବିଶ୍ୱବିଦ୍ୟାଳୟର ଗେବଷକମାନେ ସୁପର ପଟାଟୋର ଉଦ୍ଭାବନ କରିଛନ୍ତି । ଏହି ଆଳୁଟି ଯେତେ […]
ଆମେରିକା: ବର୍ତ୍ତମାନ ଦୁନିଆ ପାଇଁ ପ୍ରଦୂଷଣ, ଜଳବାୟୁରେ ପରିବର୍ତ୍ତନ ଆଦି ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ଏହାର ପ୍ରଭାବ ସମସ୍ତ କ୍ଷେତ୍ର ଉପରେ ପଡୁଛି । ପ୍ରଦୂଷଣର କୁ ପ୍ରଭାବ ଚାଷ ଉପରେ ମଧ୍ୟ ପଡୁଛି, ଯାହାଫଳରେ ଗଛମାନଙ୍କର ଉପାଦେୟତା କମିବାରେ ଲାଗୁଛି । ବୈଜ୍ଞାନିକମାନେ କିଛିମାତ୍ରାରେ ଏହାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ଆମେରିକାର ମୈନେ ବିଶ୍ୱବିଦ୍ୟାଳୟର ଗେବଷକମାନେ ସୁପର ପଟାଟୋର ଉଦ୍ଭାବନ କରିଛନ୍ତି ।

ଏହି ଆଳୁଟି ଯେତେ ଅଧିକ ତାପମାତ୍ରା ହେଲେ ମଧ୍ୟ ନଷ୍ଟ ହେବାର ସମ୍ଭାବନା କମ । ବର୍ତ୍ତମାନ ମୈନେର ଜଳବାୟୁରେ ଭଲ ଆଳୁ ଚାଷ କରିବା କଷ୍ଟକର ହୋଇପଡୁଛି । ଆଗକୁ ଏହା ଆହୁରି କଷ୍ଟକର ହେବ ବୋଲି ବୈଜ୍ଞାନିକ ଆଶା କରିଛନ୍ତି । ତେଣୁ ଆଳୁର ଏଭଳି ପ୍ରଜାତି ବାହାରିବା ଦରକାର ଯାହା କୌଣସି ବି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସହି ପାରିବ ।

ବର୍ତ୍ତମାନ ଏହି ସୁପର ପଟାଟୋର ପରୀକ୍ଷଣ ଜାରି ରହିଛି । ସୁପର ପଟାଟୋ ପ୍ରଜାତିକୁ ତିଆରି କରିବା ଏକ ବହୁତ ଲମ୍ବା ପ୍ରକ୍ରିୟା । ତେବେ କେବଳ ଅଧିକା ତାପମାତ୍ରା ନୁହେଁ, ରୋଗପୋକର ପ୍ରଭାବ ମଧ୍ୟ ବର୍ତ୍ତମାନ ଆଳୁଚାଷ ପାଇଁ ସମସ୍ୟା ପାଲଟିଛି । ତେବେ ଏହି ସୁପର ପଟାଟୋରେ ଏହି ସମସ୍ୟାର ମଧ୍ୟ ସମାଧାନ ରହିଛି ବୋଲି ଗବେଷକ ମତ ଦେଇଛନ୍ତି । ଏହି ସୁପର ପଟାଟୋ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନ କାରଣରୁ ଆଳୁ ଉତ୍ପାଦନକୁ ନେଇ ଥିବା ସମସ୍ୟାକୁ ଦୂର କରିବ ।




