ଦୀର୍ଘ ଦିନ ଯାଏଁ ଖାଦ୍ୟକୁ ସତେଜ ରଖିବ ‘ସ୍ମାର୍ଟ ପ୍ୟାକେଜିଂ’
ସିଙ୍ଗାପୁର: ସମସ୍ତେ ସର୍ବଦା ସତେଜ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ହେଲେ ବିଭିନ୍ନ ସମୟରେ ଖାଦ୍ୟ ବିଷାକ୍ତ ହୋଇଯିବା ଏକ ବଡ ସମସ୍ୟା ଭାବେ ଉଭା ହୋଇଥାଏ । ତେଣୁ କେହି ଦୋକାନୀ ହୁଅନ୍ତୁ କିମ୍ବା ବଡବଡ ହୋଟେଲ୍ ସେମାନେ ଖାଦ୍ୟ ପ୍ୟାକେଜିଂ ସମୟରେ ଅଧିକ ସତର୍କ ହୁଅନ୍ତି । ସିଙ୍ଗାପୁରର ଏକ କମ୍ପାନୀ ବାହାର କରିଛି ‘ସ୍ମାର୍ଟ ପ୍ୟାକେଜିଂ’୧ । ଏହି ପ୍ୟାକେଜିଂ କାରଣରୁ ଖାଦ୍ୟ ନଷ୍ଟ ହୋଇନଥିବା ବେଳେ ବିଷାକ୍ତ ମଧ୍ୟ ହୋଇନଥାଏ […]
ସିଙ୍ଗାପୁର: ସମସ୍ତେ ସର୍ବଦା ସତେଜ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ହେଲେ ବିଭିନ୍ନ ସମୟରେ ଖାଦ୍ୟ ବିଷାକ୍ତ ହୋଇଯିବା ଏକ ବଡ ସମସ୍ୟା ଭାବେ ଉଭା ହୋଇଥାଏ । ତେଣୁ କେହି ଦୋକାନୀ ହୁଅନ୍ତୁ କିମ୍ବା ବଡବଡ ହୋଟେଲ୍ ସେମାନେ ଖାଦ୍ୟ ପ୍ୟାକେଜିଂ ସମୟରେ ଅଧିକ ସତର୍କ ହୁଅନ୍ତି । ସିଙ୍ଗାପୁରର ଏକ କମ୍ପାନୀ ବାହାର କରିଛି ‘ସ୍ମାର୍ଟ ପ୍ୟାକେଜିଂ’୧ । ଏହି ପ୍ୟାକେଜିଂ କାରଣରୁ ଖାଦ୍ୟ ନଷ୍ଟ ହୋଇନଥିବା ବେଳେ ବିଷାକ୍ତ ମଧ୍ୟ ହୋଇନଥାଏ ।
ବୈଜ୍ଞାନିକଙ୍କ ମତରେ ଏହି ପ୍ୟାକେଜିଂ ଖାଦ୍ୟକୁ ବାସି କରୁଥିବା ବିଭିନ୍ନ କ୍ଷତିକାରକ ବ୍ୟାକେଫରିଆକୁ ମାରିଥାଏ, ଯାହା ଫଳରେ ଖାଦ୍ୟ ଅନେକ ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ । ଏହାସହିତ ପ୍ୟାକେଜିଂଟି ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡଲି, ଯେଉଁ କାରଣରୁ ଏହା ଆବର୍ଜନା କମ କରିବାରେ ମଧ୍ୟ ସହାୟକ ହେବ ।

ଏହି ପ୍ୟାକେଜିଂ ଖାଦ୍ୟ ଉଦ୍ୟୋଗରେ ଏକ ବିପ୍ଳବ ଆଣିବ ବୋଲି ଏହାକୁ ପ୍ରସ୍ତତ କରିଥିବା ବୈଜ୍ଞାନିକ ମତ ଦେଇଛନ୍ତି । ମଣିଷ ପାଇଁ କ୍ଷତିକାରୀ ବିଭିନ୍ନ ବ୍ୟାକେଫରିଆକୁ ନଷ୍ଟ କରିବାରେ ଏହା ସକ୍ଷମ । ସେହିଭଳି ଖାଦ୍ୟ ପାଇଁ ପ୍ୟାକେଜିଂଟି ସମ୍ପୂର୍ଣ୍ଣ ସୁରକ୍ଷିତ । ପ୍ୟାକେଜିଂ ପାଇଁ ବ୍ୟବହାର ହୋଇଥିବା ସାମଗ୍ରୀ ପ୍ରୋଟିନ୍, ଷ୍ଟ୍ରାଚ୍ ଆଦି ପ୍ରାକୃତିକ ବାଇପଲିମରରୁ ପ୍ରସ୍ତୁତ କରାଯାଇଛି । ଏହି କେମିକାଲ ପ୍ୟାକେଟ୍ ଭିତରେ ଓ ଖାଦ୍ୟରେ ବିକଶିତ ହେଉଥିବା ବ୍ୟାକେଫରିଆକୁ ନଷ୍ଟ କରିଥାଏ ।
ଏହାକୁ ନେଇ ଅନେକ ଥର ପରୀକ୍ଷା ମଧ୍ୟ ସରିଛି । ପରୀକ୍ଷା ସମୟରେ ପ୍ୟାକେଟ୍ ଭିତରେ ରଖାଯାଇଥିବା ଷ୍ଟ୍ରବେରୀ ସାତ ଦିନ ପର୍ଯ୍ୟନ୍ତ ସତେଜ ରହୁଥିବା ବେଳେ ଖାଲି ପ୍ଲାଷ୍ଟିକ୍ ଡବାରେ ଏହା ମାତ୍ର ୩ଦିନ ରହିଥାଏ ।

ଏହି ବାୟୋଡିଗ୍ରେଡେବୁଲ୍ ନନ୍ ଟକ୍ସିକ୍ ପ୍ୟାକେଜିଂ ମେଟେରିଆଲ ସମସ୍ତ ଖାଦ୍ୟକୁ ସତେଜ ରଖିବା ସହିତ ଇକୋଫ୍ରେଣ୍ଡଲି ମଧ୍ୟ । ଆଗକୁ ଏହାର ବ୍ୟବହାର ବଢିବ ବୋଲି ନିର୍ମାଣକାରୀ କମ୍ପାନୀ ଆଶା ବ୍ୟକ୍ତ କରିଛନ୍ତି ।




