ମିଳୁନାହାନ୍ତି ମେକାନିକ

ମିଳୁନାହାନ୍ତି ମେକାନିକ
Ipsita Picture
By: Ipsita


ଆମେରିକାରେ ବର୍ତ୍ତମାନ ମେକାନିକଙ୍କର ଘୋର ଅଭାବ ଦେଖିବାକୁ ମିଳୁଛି । କେବଳ ମେକାନିକ ନୁହେଁ ପାଣିପାଇପ କାମ କରିବାକୁ ମେକାନିକ ମଧ୍ୟ ମିଳୁନାହାନ୍ତି । ଏଥିପାଇଁ କମ୍ପାନୀମାନେ ଖୁବ ଅଧିକ ପରିମାଣର ପାରିଶ୍ରମିକ ଦେଲେ ମଧ୍ୟ କାମ କରିବାକୁ ଲୋକ ମିଳୁନଥିବା କମ୍ପାନୀଗୁଡିକ ପକ୍ଷରୁ ପ୍ରକାଶ କରାଯାଇଛି । କମ୍ପାନୀଙ୍କ ପକ୍ଷରୁ ଏହି ପୋଷ୍ଟ ଗୁଡିକପାଇଁ ଏକ କୋଟିରୁ ଅଧିକ ଦରମା ରଖାଯାଇଥିବା ଜଣା ପଡିଛି । ଏହି କମ୍ପାନୀ ତାଲିକାରେ ଫୋର୍ଡ ଭଳି ବଡ ମୋଟର କମ୍ପାନୀ ମଧ୍ୟ ସାମିଲ ରହିଛି । ଯେଉଁ କମ୍ପାନୀ ଗୁଡିକରେ ଅନେକ ସ୍ଥାନ ଖାଲି ପଡିଛି । କମ୍ପାନୀର ଅଧିକାରୀଙ୍କ ସୂଚନା ଅନୁଯାୟୀ ୫ ହଜାରରୁ ଅଧିକ ମେକାନିକଙ୍କ ସ୍ଥାନ ଖାଲି ପଡିଛି । ଆଜିକାଲିର ଯୁବପିଢି ଏଆଇ, ରୋବୋଟିକ୍ସ ଆଦି ପ୍ରତି ଆଗ୍ରହ ଦେଖାଉଥିବାରୁ ବିଭିନ୍ନ ଟେକନିକ ଓ ମାନୁଆଲ କାମରୁ ଦୂର ହେବାରେ ଲାଗିଛନ୍ତି । ତେବେ ଏହି ଅଭାବ କାରଣରୁ ଆଗକୁ ଦେଶରେ ସାଧାରଣ ଲୋକଙ୍କ ସହିତ କମ୍ପାନୀଗୁଡିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Read More ଏକ ଲକ୍ଷ ଟଙ୍କାର ଛତା

Tags: