ବିଲଇ ରକ୍ତର ଚୋରାବ୍ୟବସାୟ
ଚୀନର କିଛି ସ୍ଥାନରେ ବର୍ତ୍ତମାନ ଏକ ନୂଆ ଅପରାଧ ନେଇ ସୂଚନା ମିଳିଛି । ଏଠାରେ ଅବୈଧ ଉପାୟରେ ରାସ୍ତାରେ ବୁଲୁଥିବା ବିଲେଇଙ୍କର ରକ୍ତକୁ ଡାକ୍ତରଖାନା ଗୁଡିକୁ ବିକା ଯାଉଛି । ଯେଉଁ ଉପାୟରେ ଲୋକମାନେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ଆସିଛି । ଏନେଇ ଜଣେ ବ୍ଲଗର ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି । ପୋଷାଜୀବ ଓ ପ୍ରାଣୀମାନଙ୍କ ପାଇଁ ଥିବା ବ୍ଲଡବ୍ୟାଙ୍କ ଗୁଡିକୁ ଏହା ବିକ୍ରି କରଯାଉଛି […]
ଚୀନର କିଛି ସ୍ଥାନରେ ବର୍ତ୍ତମାନ ଏକ ନୂଆ ଅପରାଧ ନେଇ ସୂଚନା ମିଳିଛି । ଏଠାରେ ଅବୈଧ ଉପାୟରେ ରାସ୍ତାରେ ବୁଲୁଥିବା ବିଲେଇଙ୍କର ରକ୍ତକୁ ଡାକ୍ତରଖାନା ଗୁଡିକୁ ବିକା ଯାଉଛି । ଯେଉଁ ଉପାୟରେ ଲୋକମାନେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ଆସିଛି । ଏନେଇ ଜଣେ ବ୍ଲଗର ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି । ପୋଷାଜୀବ ଓ ପ୍ରାଣୀମାନଙ୍କ ପାଇଁ ଥିବା ବ୍ଲଡବ୍ୟାଙ୍କ ଗୁଡିକୁ ଏହା ବିକ୍ରି କରଯାଉଛି । ଗୋଟିଏ ଗୋଟିଏ ବିଲେଇ ଠାରୁ ପାଖାପାଖି ୩ ରୁ ୪ ପ୍ୟାକେଟ୍ ପର୍ଯ୍ୟନ୍ତ ରକ୍ତ କଢାଯାଉଛି, ଯାହାକୁ ଭେଟନାରୀ ହଲପିଟାଲ ଗୁଡିକୁ ବିକ୍ରି କରାଯାଉଛି । ଗୋଟିଏ ପୋଷା ବିଲେଇ ପାଇଁ ରକ୍ତ କିଣାଯିବାବେଳେ ଏହା ଦୂଷିତ ବୋଲି ଜଣା ପଡିଥିଲା । ଯାହାର ତଦନ୍ତ ସମୟରେ ଏହି ଫ୍ରଡ ସାମନାକୁ ଆସିଛି । ଗୋଟିଏ ବିଲେଇରୁ ଏହି ମାଫିଆମାନେ ପାଖାପାଖି ୨୮ ରୁ ୩୫ ହଜାର ପର୍ଯ୍ୟନ୍ତ ଟଙ୍କା ବ୍ୟବସାୟ କରୁଛନ୍ତି ।


