ଷ୍ଟ୍ରିଟ ଫୁଡକୁ କୁହନ୍ତୁ ନା

ଷ୍ଟ୍ରିଟ ଫୁଡକୁ କୁହନ୍ତୁ ନା
Ipsita Picture
By: Ipsita
Published On

 

ରାଜ୍ୟରେ ପାରଦ ବଢ଼ିବା ସହିତ ଶରୀରରେ ଡିହାଇଡ୍ରେସନ ଏବଂ ପେଟ ଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଖୋଲା ସ୍ଥାନରେ ବିକ୍ରି ହେଉଥିବା ଷ୍ଟ୍ରିଟ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ସାଜିପାରେ । ତେଣୁ ଷ୍ଟ୍ରିଟଫୁଡ ଠାରୁ ଖରାଦିନେ ଦୂରରେ ରୁହନ୍ତୁ । ଅଧିକ ତାପମାତ୍ରା ବାହାରେ ରଖାଯାଇଥିବା ଖାଦ୍ୟକୁ ଅତି ଶୀଘ୍ର ପଚାଇ ଦିଏ, ଯାହା ଫଳରେ ଫୁଡ୍ ପଏଜନିଂର ଆଶଙ୍କା ଦୁଇଗୁଣ ବଢ଼ିଯାଏ । ରାସ୍ତା କଡ଼ରେ ଖୋଲାରେ ରଖାଯାଉଥିବା ଖାଦ୍ୟରେ ଧୂଳି, ମାଛି ଏବଂ ବାୟୁମଣ୍ଡଳୀୟ ପ୍ରଦୂଷଣ ସହଜରେ ମିଶିଥାଏ । ଏହାସହ ଷ୍ଟ୍ରିଟ୍ ଭେଣ୍ଡରମାନେ ବ୍ୟବହାର କରୁଥିବା ପାଣି ଓ ବରଫ ସାଧାରଣତଃ ଦୂଷିତ ହୋଇଥାଏ, ଯାହା ଟାଇଫଏଡ୍ ଓ ହେପାଟାଇଟିସ୍ ଭଳି ରୋଗର କାରଣ ପାଲଟିଥାଏ ।

Tags: