ଆମିଷ ବିକ୍ରିକୁ ନା

ଭାରତରେ ଏଭଳି ଏକ ସହର ଅଛି ଯେଉଁଠାରେ ଖାଇବାକୁ ସ୍ୱାଦ ସହିତ ବିଶ୍ୱାସ ଓ ପରମ୍ପରା ସହିତ ମଧ୍ୟ ଯୋଡାଯାଇଥାଏ । ଗୁଜରାଟର ଭାବନଗର ଜିଲ୍ଲାରେ ରହିଛି ପାଲିତାନା ସହର । ଯାହା ବର୍ତ୍ତମାନ ବିଶ୍ୱର ପ୍ରଥମ ସହରଭାବେ ଆମିଷ ଖାଦ୍ୟର ବିକ୍ରି ଉପରେ ରୋକ ଲଗାଇଛି । ଏହି ସହରଟିକୁ ମନ୍ଦିର ମାଳିନୀର ଆଖ୍ୟା ମଧ୍ୟ ଦିଆଯାଇଥାଏ । ଏଠାରେ ପାଖାପାଖି ୮୦୦ରୁ ଅଧିକ ଜୈନ ମନ୍ଦିର ରହିଛି । ଏହା ଜୈନ ଧର୍ମର ଖୁବ […]

ଆମିଷ ବିକ୍ରିକୁ ନା

ଭାରତରେ ଏଭଳି ଏକ ସହର ଅଛି ଯେଉଁଠାରେ ଖାଇବାକୁ ସ୍ୱାଦ ସହିତ ବିଶ୍ୱାସ ଓ ପରମ୍ପରା ସହିତ ମଧ୍ୟ ଯୋଡାଯାଇଥାଏ । ଗୁଜରାଟର ଭାବନଗର ଜିଲ୍ଲାରେ ରହିଛି ପାଲିତାନା ସହର । ଯାହା ବର୍ତ୍ତମାନ ବିଶ୍ୱର ପ୍ରଥମ ସହରଭାବେ ଆମିଷ ଖାଦ୍ୟର ବିକ୍ରି ଉପରେ ରୋକ ଲଗାଇଛି । ଏହି ସହରଟିକୁ ମନ୍ଦିର ମାଳିନୀର ଆଖ୍ୟା ମଧ୍ୟ ଦିଆଯାଇଥାଏ । ଏଠାରେ ପାଖାପାଖି ୮୦୦ରୁ ଅଧିକ ଜୈନ ମନ୍ଦିର ରହିଛି । ଏହା ଜୈନ ଧର୍ମର ଖୁବ ପବିତ୍ର ସ୍ଥଳ । ୨୦୧୪ରେ ଖୁବ ଅଧିକ ସଂଖ୍ୟକ ଜୈନ ସାଧୁ ଆମିଷ ବିକ୍ରି ଉପରେ ରୋକ ଲଗାଇବାକୁ ଆନ୍ଦୋଳନରେ ଦାବି କରିଥିଲେ । ତାଙ୍କର ଏହି ଦାବିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଆମିଷ ଖାଦ୍ୟ ବିକ୍ରି ଉପରେ ନିଷେଧ ଜାରି କରାଯାଇଛି । ଏଠାରେ ଜଣେ ଲୋକ ସ୍ୱାତିକ ଖାଦ୍ୟର ଆନନ୍ଦ ନେଇପାରିବ । ଏପରିକି ଏଠାରେ ଲୋକମାନେ ଭେଗାନ ଖାଦ୍ୟଶୈଳୀକୁ ଅନୁକରଣ କରନ୍ତି ବୋଲି ସୂଚନା ରହିଛି, ଯେଉଁଥିରେ ପ୍ରାଣୀମାନଙ୍କୁ କୌଣସି କ୍ଷତି ପହଞ୍ଚାଯାଇ ନଥାଏ ।

Read More କପେ କଫିର ଦାମ ଏକ ଲକ୍ଷ

Tags: