ଚର୍ଚ୍ଚାରେ ସାରା

ଅନେକ ସମୟରେ ସାରା ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ସାରା ଓ ଶୁଭମନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥାଏ । ବର୍ତ୍ତମାନ କ୍ରିକେଟରେ ଶୁଭମନଙ୍କ କ୍ୟାପ୍ଟେନସିପକୁ ନେଇ ଚର୍ଚ୍ଚା ବଢିବାପରେ ସାରା ମଧ୍ୟ ଲାଇମ ଲାଇଟକୁ ଆସିଛନ୍ତି । ସାରା ଓ କ୍ରିକେଟର ସମ୍ପର୍କ ଜନ୍ମରୁ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ହେଉଛନ୍ତି ସାରା । ହେଲେ କେବଳ ସଚିନ ନୁହେଁ ସାରାଙ୍କ କ୍ରିକେଟ ସହିତ ରହିଛି ଅନ୍ୟ […]

ଚର୍ଚ୍ଚାରେ ସାରା
Samaya Live Picture
Published On

ଅନେକ ସମୟରେ ସାରା ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ସାରା ଓ ଶୁଭମନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥାଏ । ବର୍ତ୍ତମାନ କ୍ରିକେଟରେ ଶୁଭମନଙ୍କ କ୍ୟାପ୍ଟେନସିପକୁ ନେଇ ଚର୍ଚ୍ଚା ବଢିବାପରେ ସାରା ମଧ୍ୟ ଲାଇମ ଲାଇଟକୁ ଆସିଛନ୍ତି ।
ସାରା ଓ କ୍ରିକେଟର ସମ୍ପର୍କ ଜନ୍ମରୁ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ହେଉଛନ୍ତି ସାରା । ହେଲେ କେବଳ ସଚିନ ନୁହେଁ ସାରାଙ୍କ କ୍ରିକେଟ ସହିତ ରହିଛି ଅନ୍ୟ ଏକ ସମ୍ପର୍କ । ବର୍ତ୍ତମାନର ଭାରତୀୟ ଟିମର କ୍ୟାପ୍ଟେନ ଶୁଭମନ ଗିଲଙ୍କ ସହିତ ମଧ୍ୟ ତାଙ୍କ ନାଁକୁ ଯୋଡା ଯାଇଥାଏ । ଅନେକ ସମୟରେ ଉଭୟଙ୍କ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ । ବର୍ତ୍ତମାନ ଶୁଭମନ ନିଜର କ୍ରିକେଟ କ୍ୟାରିୟର ପାଇଁ ପ୍ରଶଂସା ସାଉଁଟୁ ଥିବାରୁ ପୁଣି ସାରା ତେନ୍ଦୁଲକର ଚର୍ଚ୍ଚାକୁ ଆସିଛନ୍ତି । ତେବେ କିଛି ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ ଉଭୟଙ୍କର ବ୍ରେକଅପ ହୋଇଛି । କିନ୍ତୁ କେବେ ବି ଉଭୟ ଏହି ସମ୍ପର୍କକୁ ସର୍ବ ସମ୍ମୁଖରେ ଗ୍ରହଣ କରିନାହାନ୍ତି । ୧୯୯୭ରେ ସାରା ମହାରାଷ୍ଟରେ ଜନ୍ମ ଗ୍ରହଣ କରନ୍ତି । ମୁମ୍ବାଇରେ ନିଜର ପାଠ ପଢା ସାରନ୍ତି ସାରା । ପାଠ ପଢା ସରିବା ପରେ ମଡେଲିଂରେ କ୍ୟାରିୟର କରିବାକୁ ଆଗ୍ରହ ଦେଖାନ୍ତି ସାରା । ଏହାସହ ବିଜ୍ଞାନ ପାଠରେ ମଧ୍ୟ ରୁଚି ରଖନ୍ତି ସାରା । ସେ ଜଣେ ନ୍ୟୁଟ୍ରିସନିଷ୍ଟ ମଧ୍ୟ । ତାଙ୍କର ପ୍ରଥମ ମଡେଲିଂ କ୍ୟାରିୟର ଏକ ବିଜ୍ଞାପନରୁ ଆରମ୍ଭ ହୁଏ । ଏଥିରେ ସେ ଏଜିଓ ପାଇଁ ବିଜ୍ଞାପନରେ ମଡେଲିଂ କରନ୍ତି । ୨୦୨୧ରେ ତାଙ୍କର ମଡେଲିଂ କ୍ୟାରିୟର ଆରମ୍ଭ ହୋଇଥିଲା । ଏହାସହିତ ସେ ମେବିଲିନ୍ ଓ ଲାକମେ ପାଇଁ ମଧ୍ୟ କାମ କରିଛନ୍ତି । ଏହାସହିତ ସେ ଅନେକ ବ୍ରାଣ୍ଡର ପ୍ରମୋସନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କରିଥାଆନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ ରହିଛନ୍ତି । ତାଙ୍କର ବ୍ୟବସାୟରେ ମଧ୍ୟ ଡେବ୍ୟୁ ସରିଛି । ତାଙ୍କର ଏକ ଅନଲାଇନ ଷ୍ଟୋର ମଧ୍ୟ ରହିଛି । ନିଜର ବ୍ୟବସାୟ ସହିତ ଏଭଳି କିଛି ସ୍କିନ କେୟାର ବ୍ରାଣ୍ଡ ରହିଛି ଯାହା ସହିତ ସାରା କାମ କରୁଛନ୍ତି । ଆଗକୁ ବ୍ୟବସାୟରେ ଖୁବ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି ସାରା ।

Tags: