ସାପ ନେଉଳ

ଆଈମା ପେଡିରୁ ଏଭଳି ଅନେକ ଗପ ବାହାରିଥାଏ, ଯାହା ଆମର ମନୋରଞ୍ଜନ କରିବା ସହିତ ଜୀବନର ଅନେକ ମୂଲ୍ୟବୋଧକୁ ଶିକ୍ଷା ଦେଇଥାଏ । ଏହି କାହାଣୀ ଗୁଡିକରେ ପଶୁମାନଙ୍କୁ ବ୍ୟବହାର କରି ଖୁବ ସରଳ ଭାବେ ଏହି ଶିକ୍ଷା ଗୁଡିକୁ ପ୍ରଦାନ କରାଯାଇଥାଏ । ଛୋଟପିଲାଙ୍କ ମନ କୋମଳ ହୋଇଥିବାରୁ ସେମାନଙ୍କୁ ସହଜ ଓ ସରଳ ଉପାୟରେ ଜୀବନର ନୀତିଶିକ୍ଷା ପ୍ରଦାନ କରାଯାଇଥାଏ । ସେହିଭଳି ଏକ ଗପ ହେଲା ସାପ ଓ ନେଉଳ । ଏଥିରେ […]

ସାପ ନେଉଳ
Samaya Live Picture
Published On

ଆଈମା ପେଡିରୁ ଏଭଳି ଅନେକ ଗପ ବାହାରିଥାଏ, ଯାହା ଆମର ମନୋରଞ୍ଜନ କରିବା ସହିତ ଜୀବନର ଅନେକ ମୂଲ୍ୟବୋଧକୁ ଶିକ୍ଷା ଦେଇଥାଏ । ଏହି କାହାଣୀ ଗୁଡିକରେ ପଶୁମାନଙ୍କୁ ବ୍ୟବହାର କରି ଖୁବ ସରଳ ଭାବେ ଏହି ଶିକ୍ଷା ଗୁଡିକୁ ପ୍ରଦାନ କରାଯାଇଥାଏ ।

ଛୋଟପିଲାଙ୍କ ମନ କୋମଳ ହୋଇଥିବାରୁ ସେମାନଙ୍କୁ ସହଜ ଓ ସରଳ ଉପାୟରେ ଜୀବନର ନୀତିଶିକ୍ଷା ପ୍ରଦାନ କରାଯାଇଥାଏ । ସେହିଭଳି ଏକ ଗପ ହେଲା ସାପ ଓ ନେଉଳ । ଏଥିରେ କିଭଳି ପ୍ରଥମେ ପରିସ୍ଥିତି ବୁଝି ତାପରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଥାଏ ତାହା ବୁଝା ଯାଇଛି । ତରତର ହୋଇ କୌଣସି ନିଷ୍ପତ୍ତି ନେଲେ ଆମେ ସବୁବେଳେ ହଇରାଣ ହେବା ବୋଲି ଏହି ଗପରେ ବୁଝା ଯାଇଛି । ଆସନ୍ତୁ ଜାଣିବା ଗପର ବିଷୟବସ୍ତୁ ଉପରେ । ଏକଦା ଗୋଟିଏ ନେଉଳ ଜଣଙ୍କ ଘରେ ପୋଷାଜୀବ ଭାବେ ରହୁଥିଲା । ସେହିଘରେ ଜଣେ ମହିଳା ତାର ଛୋଟ ପୁଅ ସହ ରହୁଥିଲେ । ସେ ନେଉଳଟିକୁ ଖୁବ ସ୍ନେହ ଓ ଶ୍ରଦ୍ଧାରେ ରଖିଥିଲେ । ଅନେକ ସମୟରେ ନେଉଳ ଓ ମହିଳାଙ୍କର ଛୋଟ ପୁଅ ସାଙ୍ଗ ହୋଇ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ଏହିଭଳି ଦିନ ଗଡୁଥାଏ । ଗୋଟିଏ ଦିନ ମହିଳାଙ୍କ ପୁଅ ଶୋଇଥାଏ ଏହିସମୟରେ ମହିଳା ଜଣଙ୍କ ମାଠିଆ ଧରି ପାଣି ଆଣିବାକୁ ବାହାରକୁ ଚାଲିଗଲେ । ନେଉଳଟି ପୁଅକୁ ଜଗି ବସିଥାଏ । ଏହି ସମୟରେ ଗୋଟିଏ ସାପ ପୁଅ ପାଖକୁ ଆସିଲା ତାକୁ କାମୁଡିବା ପାଇଁ । ହେଲେ ନେଉଳଟି ସାପ ସହିତ ଲଢେଇ କରିବା ଆରମ୍ଭ କରିଥିଲା । ଏହିପରି ଭାବେ ସେମାନଙ୍କ ମଧ୍ୟରେ ଖୁବ ଲଢେଇ ଲାଗିଲା । ଏହି ସମୟରେ ମହିଳା ଜଣଙ୍କ ଘକୁ ଆସିଲେ । ସେ ଆସି ହଠାତ୍ ଦେଖିଲେ ନେଉଳ ପାଟିରେ ରକ୍ତ ଲାଗିଛି ଏହା ଦେଖି ସେ ବିଚଳିତ ହୋଇଯାଇଥିଲେ । ହଠାତ୍ ସେ ଭାବିଥିଲେ ନେଉଳଟି ତାଙ୍କ ପୁଅକୁ କାମୁଡି ଦେଇଛି । ତେଣୁ ସେ ପାଣି ମାଠିଆଟିକୁ ନେଉଳ ମୁଣ୍ଡ ଉପରେ କଚାଡି ଦେଇଥିଲେ । ଯାହଫଳରେ ନେଉଳଟି ମରି ଯାଇଥିଲା । ଏହାପରେ ସେ ପୁଅ ପାଖକୁ ଦୌଡି ଯାଇଥିଲେ । ହେଲେ ସେଠି ଯାଇ ଦେଖିଲେ ପୁଅ ତାଙ୍କର ଶୋଇଛି ଏବଂ ପାଖରେ ଏକ ସାପ ଖଣ୍ଡଖଣ୍ଡ ହୋଇ ପଡି ମରିଛି । ସାପକୁ କାମୁଡି ମାରିଥିବାରୁ ନେଉଳ ମୁହଁରେ ରକ୍ତ ଲାଗିଥିଲା, ଯାହାକୁ ମହଳା ଜଣଙ୍କ ନିଜ ପୁଅର ରକ୍ତ ଭାବିଲେ । ପରିସ୍ଥିତି ନବୁଝି ସେ ନେଉଳକୁ ହତ୍ୟା କରିଥିଲେ । ବର୍ତ୍ତମାନ ସେ ଏଥିପାଇଁ ଯେତେ ବି ଅନୁତପ୍ତ କରିଲେ ମଧ୍ୟ ଆଉ ନେଉଳକୁ ଜୀବନ୍ତ କରିପାରିବେ ନାହିଁ । ତେଣୁ କୁହାଯାଇଛି ସବୁବେଳେ ପରିସ୍ଥିତି ବୁଝି ନିଷ୍ପତ୍ତି ନେବା ପାଇଁ । ଯାହାଫଳରେ ଆପଣ ସଠିକ ନିଷ୍ପତ୍ତି ନେଇପାରିବେ ।

Tags: