ସାଣ୍ଟାକ୍ଲଜ୍‌ଙ୍କ ଗ୍ରାମ

ସାଣ୍ଟା କ୍ଲଜଙ୍କୁ ସେଣ୍ଟ ନିକୋଲସ୍‌, ଫାଦର ଖ୍ରୀଷ୍ଟମାସ୍‌ , କ୍ରିସ୍‌ କ୍ରିଙ୍ଗଲ ବା ସାଣ୍ଟା ନାମରେ ପରିଚିତ । ପୌରାଣିକ ଏବଂ ଐତିହାସିକ ଦୃଷ୍ଟି କୋଣରୁ ସାଣ୍ଟା ହେଊଛନ୍ତି ଲୋକପ୍ରଥାରେ ପ୍ରଚଳିତ ଏକ ଚରିତ୍ର । କେତେକ ପଶ୍ଚିମ ସଂସ୍କୃତିରେ ବିଶ୍ୱାସ କରାଯାଏ ଯେ, ସାଣ୍ଟା ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟା ବା ୨୪ ଡିସେମ୍ବର ରାତ୍ରିରେ ଆସିଥାନ୍ତି ଏବଂ ବଡ଼ ଲୋକଙ୍କ କଥା ମାନୁଥିବା ଭଲ ପିଲାଙ୍କ ପାଇଁ ଉପହାର ଛାଡ଼ିଯାଆନ୍ତି । ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସର […]

Samaya Live Picture
Published On

ସାଣ୍ଟା କ୍ଲଜଙ୍କୁ ସେଣ୍ଟ ନିକୋଲସ୍‌, ଫାଦର ଖ୍ରୀଷ୍ଟମାସ୍‌ , କ୍ରିସ୍‌ କ୍ରିଙ୍ଗଲ ବା ସାଣ୍ଟା ନାମରେ ପରିଚିତ । ପୌରାଣିକ ଏବଂ ଐତିହାସିକ ଦୃଷ୍ଟି କୋଣରୁ ସାଣ୍ଟା ହେଊଛନ୍ତି ଲୋକପ୍ରଥାରେ ପ୍ରଚଳିତ ଏକ ଚରିତ୍ର । କେତେକ ପଶ୍ଚିମ ସଂସ୍କୃତିରେ ବିଶ୍ୱାସ କରାଯାଏ ଯେ, ସାଣ୍ଟା ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟା ବା ୨୪ ଡିସେମ୍ବର ରାତ୍ରିରେ ଆସିଥାନ୍ତି ଏବଂ ବଡ଼ ଲୋକଙ୍କ କଥା ମାନୁଥିବା ଭଲ ପିଲାଙ୍କ ପାଇଁ ଉପହାର ଛାଡ଼ିଯାଆନ୍ତି ।
ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସର ପ୍ରସ୍ତୁତି ଜୋରଦାରରେ ଆରମ୍ଭ ହୋଇଗଲାଣି । କ୍ରିସମସ୍‌ ଟ୍ରି ଏବଂ ଲାଇଟ୍‌ରେ ସଜେଇ ହେଲାଣି ଅନେକ ସହର । ସେପଟେ ଛୋଟପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ସାଣ୍ଟାଙ୍କୁ ପସନ୍ଦ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ବିଶ୍ୱରେ ଏପରି ଏକ ସ୍ଥାନ ରହିଛି, ଯାହାକୁ ସାଣ୍ଟା କ୍ଲଜଙ୍କ ଗ୍ରାମ ବୋଲି କୁହାଯାଏ ।

 ସାଣ୍ଟାକ୍ଲଜ୍‌ଙ୍କ ଗ୍ରାମ
ବରଫର ଚାଦରରେ ଘୋଡ଼ି ହୋଇଥିବା ଫିନଲ୍ୟାଣ୍ଡର ଲାପ୍‌ଲ୍ୟାଣ୍ଡରେ ସାଣ୍ଟା କ୍ଲଜ୍‌ଙ୍କ ଗାଁ ରହିଛି । ଗାଁର ନାମ ‘ରୋଭାନିଏମି’ । ଏହି ଗାଁକୁ ଦୁନିଆର ଔପଚାରିକ ଭାବେ ସାଣ୍ଟା କ୍ଲଜଙ୍କ ଗାଁ ଭାବେ ମାନ୍ୟତା ପାଇଛି । ପ୍ରତିବର୍ଷ ସମଗ୍ର ବିଶ୍ୱର ଲୋକମାନେ ଏଠାରେ ସାଣ୍ଟାକୁ ଭେଟିବା ପାଇଁ ଆସିଥାନ୍ତି । ହେଲେ ଗତ ଦୁଇ ବର୍ଷ ଧରି କୋଭିଡ୍‌ କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି ।

ରୋଭାନିଏମିରେ ଖ୍ରୀଷ୍ଟମାସ ସେଲିବ୍ରେସନର ଆରମ୍ଭ ୨୩ ଡିସେମ୍ବରରୁ ସାଣ୍ଟା ‘ଇଜ୍‌ ଅନ୍‌ ହିଜ୍‌ େୱ’ ଇଭେଣ୍ଟରୁ ହୋଇଥାଏ । ଏହି ଦିନ ସାଣ୍ଟା କ୍ଲଜ୍‌ ରେନ୍‌ଡିଅର ସାହାଯ୍ୟରେ ସ୍ଲେଜ୍‌ ଜରିଆରେ ଲୋକଙ୍କୁ ଭେଟିବା ପାଇଁ ବାହାରିପଡ଼ନ୍ତି । ଫିନଲ୍ୟାଣ୍ଡର ଲୋକକଥା ଅନୁଯାୟୀ ୨୭୦ ଖ୍ରୀଷ୍ଟାବ୍ଦରେ ସାଣ୍ଟା ଏହି କ୍ଷେତ୍ରରେ ଜନ୍ମ ନେଇଥିଲେ । ତେବେ ଏହି ରୋଭାନିଏମି ଗାଁରେ ସାଣ୍ଟା କ୍ଲଜ୍‌ ପରି ଜଣେ ସାଣ୍ଟା ରହୁଛନ୍ତି ଏବଂ ତାଙ୍କର ଏକ ଅଫିସ୍‌ ମଧ୍ୟ ଅଛି । ଏହାର ଏକ ଅଫିସିଆଲ େୱବସାଇଟ୍‌ ଅଛି ।

 ସାଣ୍ଟାକ୍ଲଜ୍‌ଙ୍କ ଗ୍ରାମ
ପୁରା ବର୍ଷ ତମାମ ଲୋକମାନେ ଏହି ଅଫିସକୁ ଚିଠି ପଠାଇଛନ୍ତି । ଏହି ଚିଠିକୁ ଏକତ୍ର କରିବା ପାଇଁ ଏକ ଟିମ୍‌ କାମ କରନ୍ତି ଏବଂ ପରେ ସାଣ୍ଟା ପାଖରେ ପହଞ୍ଚାଇଥାନ୍ତି । ସର୍ବଦା ଧଳା ଦାଢି ଏବଂ ଲାଲ ପୋଷାକରେ ସାଣ୍ଟା ରହିଥାନ୍ତି । ଏହି ଅଫିସର ଚାରିଆଡ଼େ କେ ବଳ ଆପଣ ପିଲାଙ୍କ ଚିଠି ଏବଂ ଉପହାର ଦେଖିବାକୁ ପାଇବେ । ତେବେ ସାଣ୍ଟା ଏହିସବୁ ଚିଠିକୁ ପଢ଼ିଥାନ୍ତି ଏବଂ ଜବାବ ମଧ୍ୟ ଦେଇଥାନ୍ତି । ଫିନଲ୍ୟାଣ୍ଡର ଏହି ଛୋଟ ସାଣ୍ଟା କ୍ଲଜ ଗାଁକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଅଫିସକୁ ଆସି ସାଣ୍ଟାଙ୍କ ସହ ଫଟୋ ଉଠାଇବାକୁ ଭୁଲନ୍ତି ନାହିଁ । ତେବେ ଏହି ଫଟୋ ଉଠାଇବା ପାଇଁ କିଛି ଫିସ୍‌ ଦେବାକୁ ପଡ଼ିନଥାଏ ।

ରୋଭାନିଏମିରେ ବିଶେଷ କରି ପିଲାଙ୍କ ଖେଳନାକୁ ପ୍ରସ୍ତୁତ କରିବା ପାଇଁ ଏକ ୱାର୍କସପ୍‌ ରହିଛି, ଯେଉଁଠାରେ ବର୍ଷସାରା ଖେଳନା ତିଆରି କରାଯାଏ । ଲୋକମାନେ ସାଣ୍ଟାକୁ ନିଜ ୱିଶ୍‌ଲିଷ୍ଟ ତଥା ଇଚ୍ଛା ପଠାଇଥାନ୍ତି ଏବଂ ଏପରି ଏକ ସବୁଠୁ ଲମ୍ବା ତାଲିକାକୁ ୨୦୧୨ରେ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ କରାଯାଇଛି ।
 ସାଣ୍ଟାକ୍ଲଜ୍‌ଙ୍କ ଗ୍ରାମ

ଫିନଲ୍ୟାଣ୍ଡର ମିଡିଆ ରିପୋର୍ଟ ଅନୁଯାୟୀ, କରୋନା ପୂର୍ବରୁ ୨୦୧୯ରେ କ୍ରିସମସ ସେଲିବ୍ରେସନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ଏହାକୁ ପାଳନ କରିବା ପାଇଁ ସେବର୍ଷ ୭୨୪ଟି ଚାର୍ଟର ଫ୍ଲାଇଟ୍‌ ପହଞ୍ଚିଥିଲା । ତେବେ ଚଳିତବର୍ଷ ଏଠାକୁ ଆସିବା ପାଇଁ କୋଭିଡ୍‌ ଗାଇଡଲାଇନ ମାନିବାକୁ ବାଧ୍ୟ କରାଯାଇଛି ।