ସଲ୍ଟ ହୋଟେଲ୍
ବିଶ୍ୱରେ ଅଜବ ହୋଟେଲ୍ ଓ ବିଲ୍ଡିଂର କୌଣସି ଅଭାବ ନାହିଁ । ହେଲେ ଦକ୍ଷିଣ ଆମେରିକାର ଏଣ୍ଡିଜ୍ ପର୍ବତରେ ବିଶ୍ୱର ସବୁଠୁ ଭିନ୍ନ ତଥା ଅଜବ ହୋଟେଲ୍ ରହିଛି । ଏହି ହୋଟେଲ୍ର ବିଶେଷତା ହେଉଛି ଏହା ଲୁଣରେ ନିର୍ମିତ । ଏହି ହୋଟେଲ୍ଟି ପୃଥିବୀର ସବୁଠୁ ବଡ଼ ଲୁଣ ମଇଦାନରେ ନିର୍ମାଣ କରାଯାଇଛି । କେବଳ ଘର ନୁହେଁ, ବରଂ ଫର୍ଣ୍ଣିଚର, କାନ୍ଥ, ଚଟାଣ, ମୂର୍ତ୍ତି, କବାଦ ଆଦି ସମସ୍ତ ସାମଗ୍ରୀ ଲୁଣରେ ପ୍ରସ୍ତୁତ କରାଯାଇଛି […]
ବିଶ୍ୱରେ ଅଜବ ହୋଟେଲ୍ ଓ ବିଲ୍ଡିଂର କୌଣସି ଅଭାବ ନାହିଁ । ହେଲେ ଦକ୍ଷିଣ ଆମେରିକାର ଏଣ୍ଡିଜ୍ ପର୍ବତରେ ବିଶ୍ୱର ସବୁଠୁ ଭିନ୍ନ ତଥା ଅଜବ ହୋଟେଲ୍ ରହିଛି । ଏହି ହୋଟେଲ୍ର ବିଶେଷତା ହେଉଛି ଏହା ଲୁଣରେ ନିର୍ମିତ । ଏହି ହୋଟେଲ୍ଟି ପୃଥିବୀର ସବୁଠୁ ବଡ଼ ଲୁଣ ମଇଦାନରେ ନିର୍ମାଣ କରାଯାଇଛି । କେବଳ ଘର ନୁହେଁ, ବରଂ ଫର୍ଣ୍ଣିଚର, କାନ୍ଥ, ଚଟାଣ, ମୂର୍ତ୍ତି, କବାଦ ଆଦି ସମସ୍ତ ସାମଗ୍ରୀ ଲୁଣରେ ପ୍ରସ୍ତୁତ କରାଯାଇଛି । ଏମିତିକି ଏଠାରେ ଖାଦ୍ୟ ମଧ୍ୟ କେବଳ ଲୁଣର ହିଁ ମିଳିଥାଏ । ବୋଲିଭିଆର ସାଲାର ଦି ୟୁଆନିରେ ଏହି ହୋଟେଲ ରହିଥିବାବେଳେ ସମୁଦ୍ରପତନରୁ ଏହା ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ଏଠାରେ ଯୁଆଡ଼େ ବି ଦେଖିଲେ ତୁଷାର ପଡ଼ିଥିବା ନଜର ଆସିବ । ହେଲେ ତାହା ପ୍ରକୃତରେ ତୁଷାର ନୁହେଁ,ତାହା ହେଉଛି ଲୁଣ । ଏହି ହୋଟେଲ୍ର ନାଁ ହେଉଛି ସାଲାର୍ ଦି ସାଲ୍, ଯାହାର ଅର୍ଥ ହେଉଛି ଲୁଣର ମହଲ । ସାଲାର ଦି ୟୁଆନିର ଏହି ଅଞ୍ଚଳଟି ୪ ହଜାର ସ୍କୋୟାର ମାଇଲ୍ରେ ନିର୍ମିତ ଥିବାବେଳେ ଏହା ଲୁଣରେ ପରିପୂର୍ଣ୍ଣ । ତେଣୁ ଏହି ସ୍ଥାନଟିକୁ ଲୁଣର ମରୁଭୂମି କହିଲେ ଅତୁ୍ୟକ୍ତି ହେବନାହିଁ । ହୋଟେଲ୍ରେ କିଛି ରୁମ୍ର ଚଟାଣକୁ ଲୁଣର ଚାଦରରେ ଢଙ୍କାଯାଇଛି । ଏହାସହିତ ରେସ୍ତୋରାଁରେ ଅତିଥିଙ୍କ ପାଇଁ କେବଳ ଲୁଣିଆ ବ୍ୟଞ୍ଜନ ମିଳିଥାଏ । ଏହି ହୋଟେଲ୍କୁ ନିର୍ମାଣ କରିବାରେ ୩୫ ସେମି ଲୁଣଦାନାରେ ନିର୍ମିତ ପ୍ରାୟ ୧୦ ଲକ୍ଷ ବ୍ଲକ୍ର ବ୍ୟବହାର କରାଯାଇଛି । ୧୯୯୮ ମସିହାରେ ହୋଟେଲିଅର୍ ଜୁଆନ୍ କେ୍ୱସାଦା ବାଲଦାଙ୍କ ମାର୍ଗଦର୍ଶନରେ ଏହି ସଲଫ ହୋଟେଲ୍କୁ ନିର୍ମାଣ କରାଯାଇଥିବାବେଳେ ବର୍ତ୍ତମାନ ତାଙ୍କ ଝିଅ ଲୁସିଆ କେ୍ୱସାଦା ଏହି ହୋଟେଲ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି । ୧୦ ହଜାର ଟନ୍ ଓଜନବିଶିଷ୍ଟ ଏହି ବିଲଡିଂକୁ ନିର୍ମାଣ କରିବାରେ ସେତେବେଳେ ଦୁଇବର୍ଷର ସମୟ ଲାଗିଥିଲା ।




