ଲୁଣ ରେ କରନ୍ତୁ ବାସ୍ତୁ ନିବାରଣ
ରୋଷେଇ ଘରେ ଅଖଣ୍ଡ ପ୍ରାଧାନ୍ୟ ବିସ୍ତାର କରିଥାଏ ଲୁଣ I ଲୁଣ ବିନା ରୋଷେଇର କିଛି ସ୍ୱାଦ ନଥାଏ I ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ ଶରୀରର ଆୟୋଡିନ ଅଭାବକୁ ଦୂର କରିଥାଏ I ତେବେ ଲୁଣ କେବଳ ରୋଷେଇରେ ନୁହେଁ,ବାସ୍ତୁ ନିବାରଣରେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ I ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରର କାରକ ଭାବରେ ବିବେଚନା କରାଯାଇଛି । ପିଲାମାନଙ୍କୁ ନଜର ଲାଗିଥିଲେ,ଘରର ବାସ୍ତୁ ଦୋଷ ଥିଲେ ଲୁଣର ବ୍ୟବହାର […]
ରୋଷେଇ ଘରେ ଅଖଣ୍ଡ ପ୍ରାଧାନ୍ୟ ବିସ୍ତାର କରିଥାଏ ଲୁଣ I ଲୁଣ ବିନା ରୋଷେଇର କିଛି ସ୍ୱାଦ ନଥାଏ I ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ ଶରୀରର ଆୟୋଡିନ ଅଭାବକୁ ଦୂର କରିଥାଏ I ତେବେ ଲୁଣ କେବଳ ରୋଷେଇରେ ନୁହେଁ,ବାସ୍ତୁ ନିବାରଣରେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ I ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରର କାରକ ଭାବରେ ବିବେଚନା କରାଯାଇଛି । ପିଲାମାନଙ୍କୁ ନଜର ଲାଗିଥିଲେ,ଘରର ବାସ୍ତୁ ଦୋଷ ଥିଲେ ଲୁଣର ବ୍ୟବହାର କରାଯାଇଥାଏ I ଏହାବାଦ ବ୍ୟକ୍ତିର ଆର୍ଥିକ ପ୍ରତିବନ୍ଧକ ଦୂର କରିବାଠାରୁ ଘରୋଇ ସମସ୍ୟାରେ ମଧ୍ୟ ଲୁଣ ବ୍ୟବହୃତ ହୋଇଥାଏ I ଆସନ୍ତୁ ଜାଣିବା ଲୁଣର ବ୍ୟବହାର ବିଷୟରେ :
-ବାସ୍ତୁ ସମସ୍ୟା ପାଇଁ ଘରେ ଅସୁବିଧା ସୃଷ୍ଟି ହେଉଥିଲେ ପ୍ରତି ଶନିବାର ଦିନ ଘର ପୋଛା ପାଣିରେ ଅଳ୍ପ ପରିମାଣରେ ଲୁଣ ମିଶାଇ ପୋଛା ଲଗାନ୍ତୁ,ଅଳ୍ପ ଦିନରେ ସମସ୍ୟା ଦୂର ହେଇଯିବ I
ଏହାବାଦ ଗୋଟିଏ ଗିନାରେ ସମୁଦ୍ର ଲୁଣ ଭର୍ତି କରି ବାଥ ରୁମ ରେ ନିୟମିତ ବ୍ୟବଧାନରେ ରଖନ୍ତୁ I
-ଆର୍ଥିକ ଅଭାବ ଦୂର କରିବା ପାଇଁ ଏକ କାଚ ପାତ୍ରରେ ଲୁଣ ଭରନ୍ତୁ ଏବଂ ସେଥିରେ ଚାରି-ପାଞ୍ଚଟି ଲବଙ୍ଗ ରଖି ଠାକୁର ଘରେ ଦକ୍ଷିଣ ପଶ୍ଚିମ କୋଣରେ ରଖି ଦିଅନ୍ତୁ I ମାତା ଲକ୍ଷ୍ମୀଙ୍କ
ଆଶୀର୍ବାଦରୁ ଖୁବ ଶୀଘ୍ର ଆର୍ଥିକ ଅନଟନ ଦୂର ହୋଇଥାଏ I କାରଣ ଉଭୟେ ସମୁଦ୍ରରୁ ଜାତ ହୋଇଥିବାରୁ ଲକ୍ଷ୍ମୀଙ୍କ ସହ ଲୁଣର ଘନିଷ୍ଠ ସମ୍ପର୍କ ରହିଛି ବୋଲି କୁହାଯାଏ I
– ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଅସୁସ୍ଥ ରହୁଥାଏ,ତେବେ ତାଙ୍କ ଶୋଇବା ମୁଣ୍ଡ ପାଖରେ ଏକ ଗ୍ଲାସ ପାତ୍ରରେ କିଛି ଲୁଣ ରଖି ଦିଅନ୍ତୁ I ଏବଂ ନିୟମିତ ବ୍ୟବଧାନରେ ଏହାକୁ
ବଦଳାନ୍ତୁ I ଅଳ୍ପ ଦିନରେ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ I
– ପିଲାମାନେ ଅତି ଦୁଷ୍ଟ ହେଉଥିଲେ ସପ୍ତାହରେ ଥରେ ପିଲାମାନଙ୍କ ଗାଧୁଆ ପାଣିରେ ଚିମୁଟାଏ ଲୁଣ ମିଶାଇ ସ୍ନାନ କରାନ୍ତୁ I
– ନଜର ଦୋଷ ଲାଗିଥିଲେ,ଚିଡିଚିଆ ପଣ ବଢିବା ସହିତ ଭୋକ ଲାଗି ନଥାଏ I ଏହା ସହିତ ଝାଡା ଜ୍ୱର ଭଳି ସମସ୍ୟା ଦେଖା ଯାଇଥାଏ ଏହି ସମୟରେ ହାତରେ ମୁଠାଏ ଲୁଣ ନେଇ
ପୀଡିତ ବ୍ୟକ୍ତିର ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ୭ ଥର ବୁଲାଇ ଆଣି ପାଣିରେ ଫୋପାଡ଼ି ଦିଅନ୍ତୁ I
– ଘରେ ଝଗଡା ହେଉଥିଲେ ଏକ କାଚ ଗ୍ଲାସ ବା ଛୋଟ ବୋତଲରେ ସୈନ୍ଧବ ଲବଣ ଭର୍ତି କରି ଶୋଇବା ଘରର ଗୋଟିଏ କୋଣରେ ରଖି ଦିଅନ୍ତୁ I




