ହାତକଡି ବାନ୍ଧି ଦୌଡ
ସ୍ପେନର ଜଣେ ପୋଲିସ ଦମ୍ପତି ହାତରେ ହାତକଡ଼ି ଲଗାଇ ଏକାଠି ୧୦୧ କିଲୋମିଟର ଦୂରତା ବିଶିଷ୍ଟ ଏକ ଦୌଡ଼ ପ୍ରତିଯୋଗିତାକୁ ସଫଳତାର ସହ ଶେଷ କରିଛନ୍ତି । ସେମାନେ ଏହି ବ୍ୟବଧାନକୁ ୧୭ ଘଣ୍ଟା ୩୧ ମିନିଟ୍ ୩୯ ସେକେଣ୍ଡରେ ଶେଷ କରି ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କରିଛନ୍ତି । ଦକ୍ଷିଣ ସ୍ପେନର ରୋଣ୍ଡାଠାରେ ମେ' ୯ ତାରିଖରେ ସ୍ପେନିସ୍ ଆର୍ମି ଦ୍ୱାରା ଆୟୋଜିତ ଏହି ପାର୍ବତ୍ୟ ଅଞ୍ଚଳର କଠିନ ଦୌଡ଼ରେ ଉଭୟ ଭାଗନେଇଥିଲେ । ସୂଚନା ଅନୁସାରେ ୪୬ ବର୍ଷୀୟା ଜେସିକା ମୁନୋଜ ପାରେଡେସ୍ ଏବଂ ୪୦ ବର୍ଷୀୟ ପେଲାୟୋ ଆଲଭାରେଜ୍ ରେଭୁଏଲ୍ଟା ସମଗ୍ର ରାସ୍ତାରେ ପରସ୍ପର ସହ ହାତକଡ଼ିରେ ବାନ୍ଧିହୋଇ ରହିଥିଲେ । ପ୍ରତି ପାଦରେ ପରସ୍ପରର ଗତି ସହ ତାଳ ଦେଇ ଅନେକ ପ୍ରତିଯୋଗୀ ଅଧାବାଟରୁ ବିଦା ହୋଇଥିଲେ ମଧ୍ୟ ଦୃଢ଼ ମନୋବଳ ସହ ଏହାକୁ ଉଭୟ ଶେଷ କରିଥିଲେ । ଜେସିକାଙ୍କ ମତରେ, ଏହି ହାତକଡ଼ି କୌଣସି ବାଧା ନ ହୋଇ ପରସ୍ପର ପ୍ରତି ବିଶ୍ୱାସ ଓ ମିଳିତ ସହଯୋଗର ଏକ ପ୍ରତୀକ ପାଲଟିଥିଲା ।
Tags:




