ତିନୋଟି ଗହଣା ପିନ୍ଧିବା ପାଇଁ ନିୟମ

ନିକଟରେ ଏକ ଅଜବ ନିୟମ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଉତ୍ତରାଖଣ୍ଡର ଏକ ପଞ୍ଚାୟତ ମହିଳାଙ୍କ ଗହଣା ପିନ୍ଧାକୁ ନେଇ ନୂଆ ନିୟମ ଜାରି କରିଛି । ଏହି ନିୟମ ଅନୁସାରେ ମହିଳାମାନେ କେବଳ ତିନୋଟି ସୁନାର ଗହଣା ପିନ୍ଧିପାରିବେ । ଏହି ନିୟର ସେଠିକାର ଦୁଇଟି ଗାଁ ଉପରେ ଲାଗୁ କରାଯାଇଛି । ନିୟମ ଅନୁସାରେ କୌଣସି ବିବାହ କିମ୍ବା ସାମାଜିକ ଉତ୍ସବରେ ମହିଳା ତିନୋଟି ସୁନା ଗହଣା […]

ତିନୋଟି ଗହଣା ପିନ୍ଧିବା ପାଇଁ ନିୟମ
Samaya Live Picture
Published On

ନିକଟରେ ଏକ ଅଜବ ନିୟମ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଉତ୍ତରାଖଣ୍ଡର ଏକ ପଞ୍ଚାୟତ ମହିଳାଙ୍କ ଗହଣା ପିନ୍ଧାକୁ ନେଇ ନୂଆ ନିୟମ ଜାରି କରିଛି । ଏହି ନିୟମ ଅନୁସାରେ ମହିଳାମାନେ କେବଳ ତିନୋଟି ସୁନାର ଗହଣା ପିନ୍ଧିପାରିବେ । ଏହି ନିୟର ସେଠିକାର ଦୁଇଟି ଗାଁ ଉପରେ ଲାଗୁ କରାଯାଇଛି । ନିୟମ ଅନୁସାରେ କୌଣସି ବିବାହ କିମ୍ବା ସାମାଜିକ ଉତ୍ସବରେ ମହିଳା ତିନୋଟି ସୁନା ଗହଣା ପିନ୍ଧି ପାରିବେ । ଏହି ଗହଣାରେ ମଙ୍ଗଳ ସୁତ୍ର, ନାକ ଫୁଲ ଓ କାନ ଫୁଲ ସାମିଲ ରହିଛି । ଯଦି ତିନୋଟିରୁ ଅଧିକ ଗହଣା ପିନ୍ଧୁଛନ୍ତି ତେବେ ୫୦ ହଜାରରୁ ଅଧିକ ଟଙ୍କା ଫାଇନ ଦେବାକୁ ହେବ । ତେବେ ସେଠିକାର ସ୍ଥାନୀୟ ମହିଳା ଏହାର ବିରୋଧ କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ଦାବି ରହିଛି ଯଦି ସେମାନେ ଖର୍ଚ୍ଚ କମାଇବାକୁ ଗହଣା ପିନ୍ଧିପାରିବେନି ତେବେ ପୁରୁଷମାନେ ମଦ ପିଇବା ଉପରେ ମଧ୍ୟ ରୋକ ଲଗାଯାଉ ।

Tags: