ରୟାଲ ଗ୍ଲୋ

ରୟାଲ  ଗ୍ଲୋ
Ipsita Picture
By: Ipsita

ନିକଟରେ ଉଦୟପୁରରେ ଅନୁଷ୍ଠିତ ହୋଇଛି ବର୍ଷର ସବୁଠାରୁ ବିଳାସପୂର୍ଣ୍ଣ ବିବାହ । ଏହି ବିବାହର ତୂଳନା ଭାରତୀୟ ଅରବପତି ଅମ୍ବାନୀ ପରିବାର ବିବାହ ସହିତ କରାଯାଉଛି । ଆସନ୍ତୁ ପଢିବା କିଭଳି ଥିଲା ଏହି ବିବାହ ।

Read More ଶୈବାଳରୁ ବିଜୁଳି

ନଭେମ୍ବର ୨୩ଠାରୁ ତିନିଦିନ ଧରି ଆମେରକୀୟ ଆରବପତି ରାଜୁ ମଣ୍ଟେନାଙ୍କ କନ୍ୟାଙ୍କର  ବିବାହ ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ତଥା ଦେଶବିଦେଶର ବଡବଡ ରାଜନେତା ସାମିଲ ହୋଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ । ଏହାସହିତ ହଲିଉଡର ଅନେକ ସିଙ୍ଗର ଏହି ବିବାହରେ ପ୍ରଦର୍ଶନ କରିଥିଲେ । କେବଳ ବିବାହର ଅତିଥି ନୁହେଁ ବିବାହର ବର କନ୍ୟାଙ୍କ ପୋଷାକ ସହିତ ଡେକୋରେସନର ମଧ୍ୟ ଖୁବ ଚର୍ଚ୍ଚା ହୋଇଛି । ବିବାହର ସମସ୍ତ ରୀତିନୀତି ଦକ୍ଷୀଣ ଭାରତୀୟ ହିନ୍ଦୁ ଧର୍ମ ଅନୁସାରେ ଆୟୋଜନ ହୋଇଥିଲା । ବିବାହର ଆୟୋଜନ ଜଗମନ୍ଦିର ଆଇଲାଣ୍ଡ ପ୍ୟାଲେସରେ ଅନୁଷ୍ଠିତ ହୋଇଥିଲା । ବିବାହର ଥିମ ରହିଥିଲା ଧଳା, ହେଲେ କନ୍ୟାଙ୍କୁ ଲାଲ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା, ଯାହା ଏହାକୁ ସ୍ବତନ୍ତ୍ର କରିଥିଲା । ସୂଚନା ଅନୁସାରେ ନେତ୍ରା ମଣ୍ଟେନାଙ୍କ ବିବାହ ବସମି ଗଦିରାଜୁଙ୍କ ସହିତ ଅନୁଷ୍ଠିତ ହୋଇଥିଲା ।

Read More ମଣିଷଙ୍କୁ ଗାଧୋଇବ ଓ୍ୱାସିଂ ମେସିନ

ନେତ୍ରା ମଣ୍ଟେନା

Read More କୁକୁର ରଖିବାକୁ ପରୀକ୍ଷା

ବିବାହରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ନେତ୍ରା ମଣ୍ଟେନା । ତାଙ୍କୁ ସବ୍ୟସାଚୀ ରେଡ୍ ଲେହେଙ୍ଗାରେ ଦେଖିବାକୁ ମିଳିଥିଲା । ଲେହେଙ୍ଗାର ଏମ୍ବ୍ରୋଡରୀ କାମ ଖୁବ ସୁନ୍ଦର ଥିଲା । ଏଥିରେ ଲାଲ ରଙ୍ଗ ସହିତ ଧଳା ରଙ୍ଗକୁ ମ୍ୟାଚ କରାଯାଇ ଏମ୍ରୋଡରୀ କାମ କରାଯାଇଛି, ଯାହା ଏହାକୁ ଏକ ବ୍ରାଇଟ ଲୁକ ପ୍ରଦାନ କରିଛି । ସେହିଭଳି ବ୍ଲାଉଜ୍ କଥା କହିଲେ ଏହା ଫୁଲ ହାତର ହୋଇଥିଲାବେଳେ ଏହାର ହାତରେ କେବଳ ଧଳାରଙ୍ଗର ଏମ୍ବ୍ରୋଡରୀ ଫୁଲ ଦେଖିବାକୁ ମିଳିଥିଲା । ମୁଣ୍ଡରେ ଓଢଣୀ ଭାବେ ରେଡ୍ ଭେଲିକୁ ପିନ୍ଧିଥିଲା, ଯାହା ଦେଖିବାକୁ ଖୁବ ସୁନ୍ଦର ଥିଲା । ଗହଣାରେ ସେ ଭାରୀ ଚୋକର ସହିତ ଖୁବ ଲମ୍ବା ନେକପିସକୁ ଲେୟାର କରିଥିଲେ । କେଶବିନ୍ୟାସରେ ସେ କ୍ଲିନ ବନ କରିଥିବାବେଳେ ଏହାକୁ ଲାଲ ରଙ୍ଗର ଫୁଲରେ ସଜାଇଥିଲେ । ଏହାସହ ସେ ମୁଣ୍ଡରେ ଏକ ସିନ୍ଥି ପିନ୍ଧିଥିଲେ ଯାହା ତାଙ୍କ ଲୁକକୁ କମ୍ପ୍ଲିଟ କରିଥାଏ । ତାଙ୍କ ବ୍ରାଇଡାଲ ଲୁକ ସେଲିବ୍ରିଟି ମେକଅପ ଆର୍ଟିଷ୍ଟ ନମ୍ରତା ସୋନି ।

ବସମି ଗଦିରାଜୁ

ବର ବସମି ଗଦିରାଜୁଙ୍କର ବିବାହର ଡ୍ରେସ ଖୁବ ଭାଇରାଲ ହୋଇଥିଲା । ପୁଅ ହେଲେ ମଧ୍ୟ ତାଙ୍କୁ ଖୁବ ଷ୍ଟାଇଲିସ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ତାଙ୍କୁ ଏକ ଇଭୋରି ଶେରୱାନିରେ ଦେଖିବାକୁ ମିଳିଥିଲା । ଯାହା ସହିତ ସେ ଲୋଫର ଓ ହେରିଲୁମ ଜୁଏଲ ପେୟାର କରିଥିଲେ । ବରମାଲା ସମୟରେ ତାଙ୍କ ଶେରୱାନି ଓ ନେତ୍ରାଙ୍କର ଶାଢିର ପେୟାର ଖୁବ ଭଲ ହୋଇଥିଲା । ବର୍ତ୍ତମାନର ଯୁବପିଢିଙ୍କ ପାଇଁ ତାଙ୍କ ବରମାଲା ଲୁକ ଖୁବ ଭଲ ଲାଗିଥିଲା ।

 

tmp3b22_y1t

 

ଜେନିଫର ଲୋପେଜ

ଏହି ବିବାହରେ ଯୋଗ ଦେଇଥିଲେ ହଲିଉଡ ସିଙ୍ଗର ଜେନିଫର ଲୋପେଜ । ତାଙ୍କ ଆଉଟଫିଟ ମଧ୍ୟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିଥିଲା । ଜେନିଫରଙ୍କୁ ମନିସ ମଲହୋତ୍ରାଙ୍କ ଶାଢିରେ ଦେଖିବାକୁ ମିଳିଥିଲା । ତାଙ୍କୁ ଏଥିରେ ସଫ୍ଟ ଫିଙ୍କ କଲର ଶାଢୀରେ ଦେଖିବାକୁ ମିଳିଥିଲା, ଯାହା ତାଙ୍କୁ ଖୁବ ମାନୁଥିଲା । ତାଙ୍କୁ ଷ୍ଟେଟମେଣ୍ଟ ଜୁଏଲାରୀ ସହିତ ଷ୍ଟ୍ରାପଲେସ ବ୍ଲାଉଜରେ ଦେଖିବାକୁ ମିଳିଥିଲା । ତାଙ୍କ ଲୁକକୁ ଯୁବପିଢି ଖୁବ ପସନ୍ଦ କରିଥିଲେ।

ବେଟିନା ଆଣ୍ଡ୍ରେସନ

ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ଗର୍ଲଫ୍ରେଣ୍ଡ ବେଟିନା ଆଣ୍ଡ୍ରେସନଙ୍କୁ ମଧ୍ୟ ଦେଖିବାକୁ ମିଳୁଥିଲା । ତାଙ୍କୁ ଏହି ବିବାହରେ ଦେଶୀ ଲୁକରେ ଦେଖିବାକୁ ମିଳିଥିଲା । ତାଙ୍କୁ ସୋରିଷ ଓ ଧଳା ରଙ୍ଗର କୋରସେଟରେ ଦେଖିବାକୁ ମିଳିଥିଲା । ଏହାସହ ତାଙ୍କର ପ୍ୟାଣ୍ଟ ଓ ଦୁପ୍ପଟ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କ ଦେଶୀ ଲୁକକୁ ସମସ୍ତେ ଖୁବ ପସନ୍ଦ କରିଥିଲେ ।

 

432

 

ରାମ ଚରଣ

ଏହି ବିବାହର ଅନ୍ୟ ଏକ ଆକର୍ଷଣ ସାଜିଥିଲେ ସାଉଥ ଅଭିନେତା ରାମ ଚରଣ । ରାମ ଚରଣଙ୍କୁ ଅଲ୍ ଇନ ବ୍ଲାକରେ ଦେଖିବାକୁ ମିଳିଥିଲା । ଟେଲର ସୁଟ ସହିତ ବ୍ଲାକ ସାର୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ସବୁଠାରୁ ଆକର୍ଷଣୀୟ ଥିଲା ତାଙ୍କ ସନ୍ଗ୍ଲାସ ଯେଉଁଥିରେ ଗୋଲ୍ଡ ଫ୍ରେମ ରହିଥିଲା, ଯାହା ତାଙ୍କ ଲୁକକୁ କମ୍ପ୍ଲିଟ କରିଥିଲା ।

କରଣ ଜୋହର

ଫିଲ୍ମ ମେକର କରଣ ଜୋହରଙ୍କୁ ମଧ୍ୟ ଏକ ରୟାଲ ଲୁକରେ ଦେଖିବାକୁ ମିଳିଥିଲା । ମେହେନ୍ଦି ସେରିମନି ହୋଷ୍ଟିଂ ପାର୍ଟିରେ ତାଙ୍କୁ ଧଳା ରଙ୍ଗର କୁର୍ତ୍ତା ପାଇଜାମାରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେହିଭଳି ତାଙ୍କ ଲୁକର ପ୍ରଶଂସା ଅନେକସ୍ଥାନରେ ହେଉଥିବା ଦେଖିବାକୁ ମିଳିଥିଲା ।

ଇଣ୍ଟେରିଅର ଡେକୋର

ବିବାହର କେବଳ ବରକନ୍ୟା, ପରିବାର ଓ ଅତିଥିଙ୍କ ଫ୍ୟାଶନ ଷ୍ଟାଇଲ ନୁହେଁ ଇଣ୍ଟେରିଅର ଡେକୋର ମଧ୍ୟ ଖୁବ ସୁନ୍ଦର ଥିଲା । ଏହି ବିବାହରେ ଅନେକ ପ୍ରକାରର ବିଳାସ ପୂର୍ଣ୍ଣ ସାଜସଜ୍ଜା ସାମଗ୍ରୀ ଦେଖିବାକୁ ମିଳିଥିଲା । ବିବାହର ସମସ୍ତ ନୀତି ପ୍ୟାଲେସର ଖୋଲା ସ୍ଥାନରେ ହୋଇଥିଲା । ସେହି ସ୍ଥାନଟିକୁ ଧଳା ଫୁଲରେ ସଜା ଯାଇଥିଲା । ବରଣମାଳା ସମୟରେ ଭାରତର ପରମ୍ପରା ବାଦ୍ୟ ଯେପରି ତାବଲା, ହାରମୋନିଅମ, ଗିଟାର ଆଦି ପରିବେଷଣ କରାଯାଇଥିଲା । ଭୋଜି ଖାଇବାର ସ୍ଥାନକୁ ମଧ୍ୟ ଖୁବ ସୁନ୍ଦରଭାବେ ସଜା ଯାଇଥିଲା । ଡାଇନିଂ ସ୍ପେସକୁ ମେଲୋ ୟେଲୋ ଲାଇଟରେ ସଜା ଯାଇଥିଲା । ଏହି ବିବାହରେ ଅନେକ ସେଲିବ୍ରିଟି ଯେପରି ରଣବୀର ସିଂ, ନୋରା ଫତେହି, ମାଧୁରୀ ଦିକ୍ଷିତ, କ୍ରିତି ସନନ, ବରୁଣ ଧୱନ, ଜାହ୍ନବୀ କପୁର, କରଣ ଜୋହର, ସୋଫିଆ ଚୌଧୁରୀ ଆଦି ସାମିଲ ହେବା ସହିତ ନୃତ୍ୟ ପ୍ରଦର୍ଶନ କରିଥିଲେ ।

Tags: