ରୋଲ୍ସ-ରୟସ  ପଗଡ଼ି ଚ୍ୟାଲେଞ୍ଜ

ରୋଲ୍ସ-ରୟସ  ପଗଡ଼ି ଚ୍ୟାଲେଞ୍ଜ
Ipsita Picture
By: Ipsita
Published On

 

ବ୍ରିଟେନର ଜଣେ ପ୍ରସିଦ୍ଧ ବ୍ୟବସାୟୀ ରୁବେନ ସିଂହ ନିଜର ବିଳାସପୂର୍ଣ୍ଣ କାର୍ ଏବଂ ପଗଡ଼ି ପାଇଁ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି । ଯାହାଙ୍କୁ ଅନେକ ଲୋକ ବ୍ରିଟିଶ ବିଲ୍ ଗେଟ୍ସବୋଲି ମଧ୍ୟ କହିଥାନ୍ତି । ବାସ୍ତବରେ, ବର୍ଷ ୨୦୧୭ରେ କେହି ଜଣେ ତାଙ୍କ ପଗଡ଼ିକୁ ନେଇ କଟାକ୍ଷ କରିବା ପରେ, ରୁବେନ ଏହାର ଜବାବରେ ରୋଲ୍ସ-ରୟସ ଟର୍ବାନ ଚ୍ୟାଲେଞ୍ଜଆରମ୍ଭ କରିଥିଲେ । ସେ ପୂରା ସପ୍ତାହ ନିଜ ପଗଡ଼ିର ରଙ୍ଗ ସହିତ ମେଳ ଖାଉଥିବା ରୋଲ୍ସ-ରୟସ କାର୍ ଚଲାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏହି ନିଆରା ଚ୍ୟାଲେଞ୍ଜର ମୂଳ ଉଦ୍ଦେଶ୍ୟ ଥିଲା ନିଜ ସଂସ୍କୃତି ପ୍ରତି ଗର୍ବ ପ୍ରଦର୍ଶନ କରିବା ଏବଂ ଲୋକଙ୍କୁ ନିଜର ସ୍ୱତନ୍ତ୍ରତାର ଗୁରୁତ୍ୱ ବୁଝାଇବା । ଯାହା ଦେଖୁଦେଖୁ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଇଣ୍ଟରନେଟର ସବୁଠାରୁ ଚର୍ଚ୍ଚିତ ଅଟୋମୋବାଇଲ ଟ୍ରେଣ୍ଡରେ ସାମିଲ ହୋଇଥିଲା । ରୁବେନ ସିଂହଙ୍କ ପାଖରେ ପ୍ରାୟ ୧୫ ରୁ ୨୦ଟି କଷ୍ଟମାଇଜ୍ଡ ରୋଲ୍ସ-ରୟସ କାର୍ ରହିଛି, ଯେଉଁଥିରେ ଅନେକ ରୋଲ୍ସ-ରୟସ କଲିନନ୍ ଏବଂ ରୋଲ୍ସ-ରୟସ ଫାଣ୍ଟମ ମଡେଲ ସାମିଲ ରହିଛି । ସେ ଆଜି ବି ସୋସିଆଲ ମିଡିଆରେ ନିଜର ମ୍ୟାଚିଂ ପଗଡ଼ି ଓ କାର୍ର ସୁନ୍ଦର ଫଟୋଗୁଡ଼ିକ ଶେୟାର କରି ଏହି ପରମ୍ପରାକୁ ଜାରି ରଖିଛନ୍ତି ।

Tags: