ବିଦେଶରେ ବଢ଼ୁଛି ରାବଟ୍ ଫୁଡ୍ ଡେଲିଭରି ଚାହିଦା
ରୋବଟ୍ ଦ୍ୱାରା ଫୁଡ୍ ଡେଲିଭରି ଆଉ ଏକ ବୈଜ୍ଞାନିକ ତଥ୍ୟ ହୋଇ ରହିନାହିଁ । ଏହା ବର୍ତ୍ତମାନ ବାସ୍ତବରେ ପରିଣତ ହୋଇସାରିଲାଣି । ଏହି ରୋବୋ ଫୁଡ୍ ଡେଲିଭରିର ଚାହିଦା ମଧ୍ୟ ବଢୁଛି । ୟୁଏସ୍, ୟୁକେ ଭଳି ଦେଶରେ ଏହାର ବହୂଳ ବ୍ୟବହାର ହେଉଛି । କରୋନା ପୂର୍ବରୁ କମ୍ପାନୀ ଗୁଡିକ ଏହି ରୋବୋଗୁଡିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରୁଥିଲେ । ହେଲେ ମହାମାରୀ ସମୟରେ ଏହାର ବ୍ୟବହାର ଖୁବ୍ ବଢିଛି ବୋଲି କମ୍ପାନୀ ମାନେ […]
ରୋବଟ୍ ଦ୍ୱାରା ଫୁଡ୍ ଡେଲିଭରି ଆଉ ଏକ ବୈଜ୍ଞାନିକ ତଥ୍ୟ ହୋଇ ରହିନାହିଁ । ଏହା ବର୍ତ୍ତମାନ ବାସ୍ତବରେ ପରିଣତ ହୋଇସାରିଲାଣି । ଏହି ରୋବୋ ଫୁଡ୍ ଡେଲିଭରିର ଚାହିଦା ମଧ୍ୟ ବଢୁଛି । ୟୁଏସ୍, ୟୁକେ ଭଳି ଦେଶରେ ଏହାର ବହୂଳ ବ୍ୟବହାର ହେଉଛି ।

କରୋନା ପୂର୍ବରୁ କମ୍ପାନୀ ଗୁଡିକ ଏହି ରୋବୋଗୁଡିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରୁଥିଲେ । ହେଲେ ମହାମାରୀ ସମୟରେ ଏହାର ବ୍ୟବହାର ଖୁବ୍ ବଢିଛି ବୋଲି କମ୍ପାନୀ ମାନେ ମତ ଦେଉଛନ୍ତି । ତେବେ ଏହାର ଚାହିଦା ଆଗରୁ ଥିଲା ହେଲେ କରୋନା କାରଣରୁ ଏହା ଭଲଭାବେ ଲୋକଲୋଚନକୁ ଆସିପାରିଲା । ୨୦୧୯ ସୁଦ୍ଧା ଏକ କମ୍ପାନୀର ଡେଲିଭରି ରୋବୋ ସଂଖ୍ୟା ମାତ୍ର ୨୫୦ଥିଲା, ଯାହା ବର୍ତ୍ତମାନ ଏକ ହଜାରରେ ପହଞ୍ଚିଛି । ଏମାନେ ପ୍ରାୟ ୨୦ଟି କ୍ୟାମ୍ପସ୍ରେ ଖାଦ୍ୟ ପହଞ୍ଚାଉଛନ୍ତି, ଏହାସହ ଜଲଦି ଏହି ସଂଖ୍ୟା ମଧ୍ୟ ବଢିବ ବୋଲି କମ୍ପାନୀର ସିଇଓ ମତ ଦେଇଛନ୍ତି ।

ତେବେ କମ୍ପାନୀ ପକ୍ଷରୁ କାର୍ଯ୍ୟରତ ରୋବୋଙ୍କର ମଡେଲ୍ରେ ଭିନ୍ନତା ଦେଖାଦେଉଛି । କେତୋଟି ମଡେଲର ଦୁଇଟି ଚକ ଥିବାବେଳେ କେତୋଟିଙ୍କର ଚାରୋଟି ରହୁଛି । ହେଲେ ସମସ୍ତଙ୍କର କ୍ୟାମେରା, ଜିପିଏସ୍, ସ୍କାନର ରହିଛି । ଏହି ରୋବୋଗୁଡିକର ଆପେଆପେ ରାସ୍ତା ପାର କରିବାର ଜ୍ଞାନ ମଧ୍ୟ ରହିଛି । ଏହି ରୋବଟ୍ ଗୁଡିକ ତାଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଗ୍ରାହକଙ୍କୁ ନିଜ ଫୋନ୍ରେ ଏକ କୋଡ ଟାଇପ୍ କରିବାକୁ ହୋଇଥାଏ । ଏହି କୋଡ ଟାଇପ୍ କରିବା ପରେ ରୋବଟ୍ର ଲିଡ୍ ଖୋଲିଥାଏ ଏବଂ ଗ୍ରାହକ ନିଜ ସାମଗ୍ରୀ ନେଇଥାଆନ୍ତି ।

ଯାହା ଏକ ବେଶ୍ ସୁରକ୍ଷିତ ପ୍ରକିୟା । ଡେଲିଭରି ରୋବ ଗୁଡିକ ବ୍ୟାଟେରି ଦ୍ୱାରା ପରିଚାଳିତ, ଯାହାକୁ କିଛି ସମୟ ବ୍ୟବଧାନରେ ଚାର୍ଜ କରିବାକୁ ପଡିଥାଏ । ତେବେ ବର୍ତ୍ତମାନ ରୋବଟ୍ ଗୁଡିକର କାର୍ଯ୍ୟ କରିବାର ପ୍ରକ୍ରିୟା ଧୀର ରହିଛି ଆଗକୁ ଏହା ଉପରେ କାର୍ଯ୍ୟକରି ଏହାକୁ ଅଧିକ ଉନ୍ନତ କରାଯିବ ବୋଲି କମ୍ପାନୀର ସିଇଓ ମତ ଦେଇଛନ୍ତି ।




