ମଣିଷଙ୍କୁ ପରାସ୍ତ କରୁଛି ରୋବଟ 

ମଣିଷଙ୍କୁ ପରାସ୍ତ କରୁଛି ରୋବଟ 
Ipsita Picture
By: Ipsita
Published On

 

ଏଆଇ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରି ସୋନି  କମ୍ପାନୀ । ଏହାର ଇଞ୍ଜିନିୟରମାନେ ଏକ୍ ନାମକ ଏକ ଏପରି ରୋବଟ୍ ପ୍ରସ୍ତୁତ କରିଛନ୍ତି, ଯିଏ ବିଶ୍ୱର ଅନେକ ଦକ୍ଷ ଆମେଚର ଟେବୁଲ ଟେନିସ ଖେଳାଳିଙ୍କୁ ପରାସ୍ତ କରିବାରେ ସଫଳ ହୋଇଛି । ଏହି ରୋବଟ୍‌ଟି ଅଭିଜ୍ଞ ଖେଳାଳିଙ୍କ ବିପକ୍ଷରେ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଥିବା ଜଣାପଡିଛି । ଏହାସହ ସମୁଦାୟ ୧୩ଟି ଗେମ୍‌ରୁ ୭ଟି ଜିତି ନିଜର ଶାରୀରିକ ଏବଂ ବୌଦ୍ଧିକ ଦକ୍ଷତାର ପ୍ରମାଣ ଦେଇଛି । ତେବେ ଜାପାନୀ ଲିଗ୍‌ର ପେସାଦାର ଖେଳାଳିଙ୍କ ବିପକ୍ଷରେ ଏହା ସାମାନ୍ୟ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ତଥାପି ରୋବଟର ଏହି ଉପଲବ୍ଧିକୁ 'ଫିଜିକାଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ' କ୍ଷେତ୍ରରେ ବହୁତ ବଡ ବୋଲି ମତ ପ୍ରକାଶ ପାଇଛି ।  ଏହା ପ୍ରଥମ ଥର ପାଇଁ ପ୍ରମାଣିତ କରିଛି ଯେ ଏକ ସ୍ୱୟଂଚାଳିତ ରୋବଟ୍ ବାସ୍ତବ ଦୁନିଆର ପ୍ରତିଯୋଗିତାମୂଳକ କ୍ରୀଡ଼ାରେ ମଣିଷ ପରି କ୍ଷିପ୍ର ନିଷ୍ପତ୍ତି ନେଇପାରିବ। ଏହି ରୋବଟ୍‌ର ବିଶେଷତ୍ୱ ହେଉଛି ଏହାର ଉନ୍ନତ 'ପର୍ସେପ୍ସନ ସିଷ୍ଟମ', ଯାହା କେବଳ ଦ୍ରୁତଗାମୀ ବଲ୍‌କୁ ଟ୍ରାକ୍ କରେ ନାହିଁ ବରଂ ବଲ୍‌ର 'ସ୍ପିନ୍' କୁ ମଧ୍ୟ ସଠିକ୍ ଭାବେ ବୁଝିପାରେ। ଏକକୁ ଏକ ଶକ୍ତିଶାଳୀ ୮- ଜଏଣ୍ଟ ବିଶିଷ୍ଟ ରୋବୋଟିକ ବାହୁ ଏବଂ 'ଡିପ୍ ରିଇନଫୋର୍ସମେଣ୍ଟ ଲର୍ଣ୍ଣିଂ' ଜରିଆରେ ପ୍ରଶିକ୍ଷିତ କରାଯାଇଛି ।  ବୈଜ୍ଞାନିକମାନଙ୍କ ମତରେ, ରୋବଟ୍‌ର ଏହି ଦକ୍ଷତା କେବଳ କ୍ରୀଡ଼ା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଆଗାମୀ ଦିନରେ ବାସ୍ତବ ଦୁନିଆର ଜଟିଳ ଏବଂ ଗତିଶୀଳ ପରିବେଶରେ ରୋବଟ୍‌ମାନଙ୍କ ବ୍ୟବହାର ପାଇଁ ଏକ ନୂତନ ଦିଗ ଖୋଲିବ ।

Tags: