ରୋବୋଟିକ ଶୌଚାଳୟ

ରୋବୋଟିକ ଶୌଚାଳୟ
Ipsita Picture
By: Ipsita
Published On

 

ବୟସ୍କ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଆବଶ୍ୟକତାକୁ ଆଖିରେ ରଖି ଚୀନର ଏକ କମ୍ପାନୀ ଏପରି ଏକ ଅଭିନବ ରୋବୋଟିକ୍ ଶୌଚାଳୟ ପ୍ରସ୍ତୁତ କରିଛି, ଯାହା ବ୍ୟବହାରକାରୀଙ୍କ ଆଦେଶ ପାଇବା ମାତ୍ରେ ନିଜେ ଚାଲି ଚାଲି ବେଡ୍ ପର୍ଯ୍ୟନ୍ତ ପହଞ୍ଚିପାରିବ । ଚୀନର ସାଂଘାଇଠାରେ ଆୟୋଜିତ ଏକ ପ୍ରଦର୍ଶନୀରେ ଉନ୍ମୋଚିତ ହୋଇଥିବା ଏହି ସ୍ମାର୍ଟ ଟଏଲେଟ୍‌କୁ ୟୁଜର ନିଜର ସ୍ୱର (ଭଏସ୍ କମାଣ୍ଡ) କିମ୍ବା ରିମୋଟ୍ କଣ୍ଟ୍ରୋଲ୍ ସାହାଯ୍ୟରେ ନିଜ ପାଖକୁ ଡକାଇ ପାରିବେ । ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଭାବେ କାମ କରିବା ପାଇଁ ଏଥିରେ ଲାଇଡାର୍, ଲେଜର ଏବଂ ଅଲ୍ଟ୍ରାସୋନିକ ସେନ୍ସର ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଖଞ୍ଜାଯାଇଛି । ଯାହାଦ୍ୱାରା ଏହା ଘର ଭିତରେ ଥିବା କାନ୍ଥ, ଆସବାବପତ୍ର ଏବଂ ସିଡ଼ିକୁ ସହଜରେ ଚିହ୍ନି ନିଜର ଗତିପଥ ବଦଳାଇ ଦେଇଥାଏ । ଏହି ରୋବୋଟିକ୍ ଟଏଲେଟ୍‌ର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ, ବ୍ୟବହାର ସରିବା ପରେ ଏହା ନିଜେ ନିଜର ଚାର୍ଜିଂ ଷ୍ଟେସନକୁ ଫେରିଯାଏ । ଏଥିରେ ଥିବା ଅଟୋମେଟିକ୍ ୱେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍, ଗରମ ପାଣିରେ ସଫା କରିବା ଏବଂ ଡ୍ରାଇଙ୍ଗ୍ ସର୍ଭିସ୍ ସହିତ ଦୁର୍ଗନ୍ଧ ରୋକିବା ପାଇଁ ସ୍ୱତନ୍ତ୍ର ଫିଲ୍ଟର ବ୍ୟବସ୍ଥା ଯୋଗୁଁ ଏହା ନିଜର ସଫେଇ ମଧ୍ୟ ନିଜେହିଁ କରିଥାଏ । ବଜାରରେ ଏହି ଅତ୍ୟାଧୁନିକ ତଥା ସ୍ୱୟଂଚାଳିତ ରୋବୋଟିକ୍ ଟଏଲେଟ୍‌ର ମୂଲ୍ୟ ପ୍ରାୟ ୪,୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୩.୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

Tags: