ରୋବଟିକ ସର୍ଜରୀ

ରୋବଟିକ ସର୍ଜରୀ
Ipsita Picture
By: Ipsita
Published On

 

ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ଏକ ଚମତ୍କାର ଓ ଐତିହାସିକ ସଫଳତା ସ୍ୱରୂପ ଚୀନର ୱୁହାନରେ ବସି ଜଣେ ଭାରତୀୟ ୟୁରୋଲଜିଷ୍ଟ ପ୍ରାୟ ୩୦୦୦ କିଲୋମିଟର ଦୂର ହାଇଦ୍ରାବାଦରେ ଥିବା ଜଣେ ରୋଗୀଙ୍କର ସଫଳ ରୋବୋଟିକ୍ ସର୍ଜରୀ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଭାରତୀୟ ପ୍ରସିଦ୍ଧ ୟୁରୋଲଜିଷ୍ଟ ଡାକ୍ତର ସୈୟଦ ମହମ୍ମଦ ଗୌସ ଚୀନର ୱୁହାନ ସ୍ଥିତ ଟୋଙ୍ଗଜୀ ହସ୍ପିଟାଲରେ ଉପସ୍ଥିତ ଥିବା ବେଳେ ୫ଜି ଇଣ୍ଟରନେଟ୍ ଏବଂ ଅତ୍ୟାଧୁନିକ ରୋବୋଟିକ୍ ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ ହାଇଦ୍ରାବାଦର ରୋଗୀଙ୍କର ଏହି ଅପରେସନ କରିଛନ୍ତି । ଏହି ଅପରେସନ ପୂର୍ବରୁ ଉଭୟ ଦେଶର ମେଡିକାଲ ଟିମ୍ ଅନଲାଇନ୍ ମାଧ୍ୟମରେ ରୋଗୀଙ୍କ ରିପୋର୍ଟ ଯାଞ୍ଚ କରି ସମ୍ପୂର୍ଣ୍ଣ ପ୍ଲାନିଂ କରିଥିଲେ । ଯେଉଁଠାରେ ହାଇଦ୍ରାବାଦର ଡାକ୍ତରମାନେ ରୋଗୀଙ୍କୁ ଆନେସ୍ଥେସିଆ ଦେଇ ରୋବୋଟିକ୍ ମେସିନ୍ ପ୍ରସ୍ତୁତ ରଖିଥିଲେ ଏବଂ ଡାକ୍ତର ଗୌସ ୱୁହାନରୁ କଣ୍ଟ୍ରୋଲ କନସୋଲ୍ ଜରିଆରେ ରୋବୋଟିକ୍ ଆର୍ମସକୁ ଅପରେଟ୍ କରିଥିଲେ । ଏହି ସର୍ଜରୀରେ ହାଇ-ଡେଫିନିସନ୍ ଥ୍ରୀଡି କ୍ୟାମେରା ଏବଂ ଅତ୍ୟନ୍ତ ସୂକ୍ଷ୍ମ ରୋବୋଟିକ୍ ଉପକରଣ ବ୍ୟବହାର କରାଯାଇଥିଲା । ହାଇ-ସ୍ପିଡ୍ ୫ଜି ନେଟୱର୍କ ଯୋଗୁଁ ଡାକ୍ତରଙ୍କ ହାତର ମୁଭମେଣ୍ଟ ମାତ୍ର ୨୦୦ ମିଲିସେକେଣ୍ଡ ମଧ୍ୟରେ ହାଇଦ୍ରାବାଦରେ ପହଞ୍ଚୁଥିଲା, ଯାହା ଫଳରେ ପ୍ରାୟ ୯୦ ମିନିଟ୍ ଧରି ଚାଲିଥିବା ଏହି ଜଟିଳ ଅପରେସନ ବିନା କୌଣସି ବାଧାରେ ସଫଳତାର ସହ ସମ୍ପନ୍ନ ହୋଇପାରିଛି ।

Tags: