ରୋବଟକୁ ହେବ କଷ୍ଟ
ସାଧାରଣତଃ ରୋବଟ ଗୁଡିକ ମେସିନରୁ ପ୍ରସ୍ତୁତ ହୋଇଥାଆନ୍ତି ଯାହାକୁ କୌଣସି ଶାରିରୀକ କଷ୍ଟ ହୋଇନଥାଏ ବୋଲି ସମସ୍ତଙ୍କର ଧାରଣା ରହିଛି । ହେଲେ ନୂଆଗବେଷଣା ଅନୁସାରେ ବର୍ତ୍ତମାନ ରୋବଟକୁ ମଧ୍ୟ କଷ୍ଟହେବ । ମଣିଷ ଭଳି କ୍ଷତ ହେଲେ ବର୍ତ୍ତମାନ ରେବଟ ମଧ୍ୟ କଷ୍ଟ ପାଇବ । ହଂକଂର ବୈଜ୍ଞାନିକମାନେ ଦେଇଥିବା ସୂଚନା ଅନୁସାରେ ରୋବଟଙ୍କର ଏନ୍ଆରଇ ସ୍କିନ ନାମରେ ଏକ ଇଲକ୍ଟ୍ରୋନିକ ସ୍କିନର ନିର୍ମାଣ କରାଯାଇଛି । ରୋବଟ ଉପରେ ଏହି ସ୍କିନକୁ ଲଗାଯିବାପରେ ରୋବଟକୁ ମଣିଷ ଭଳି ସ୍ପର୍ଶ ଅନୁଭବ ହେବ । ଏହି ଏନ୍ଆରଇ ସ୍କିନରେ ଚାରୋଟି ପରସ୍ତ ରହିଛି ଯାହା ମିଳିମିଶି କାମ କରିଥାଆନ୍ତି । ସବୁଠାରୁ ଉପର ପରସ୍ତ ମଣିଷଙ୍କ ଭଳି ତ୍ବଚା ରହିବ । ଏହା ସୁରକ୍ଷା ପ୍ରଦାନ କରିବ । ଭିତରର ପରସ୍ତରେ ସେନ୍ସର ଲାଗିଛି ଯାହା ପ୍ରେସରକୁ ଧରିବ । ଯାହା ରୋବଟକୁ ସୂଚନା ପ୍ରଦାନ କରିବ କି ତାକୁ କେତେ ଜୋରେ ଧରା ଯାଇଛି କି ଛୁଆଁ ଯାଇଛି । ଯଦି ରୋବଟକୁ ଧୀରେ ଧରାଯାଇଛି ତେବେ ରୋବଟ କିଛି ପ୍ରତିକ୍ରିୟା ଦେବନି, ହେଲେ ଯଦି ରୋବଟକୁ ଅଧିକ ଯୋରେ ଧରାଯାଇଛି ତେବେ ରୋବଟ ନିଜକୁ ସୁରକ୍ଷା ଦେବାପାଇଁ ପଛକୁ ହଟିଯିବ ।



