ଶିରା ସଫା କରିବ ରୋବଟ

ଶିରା ସଫା କରିବ ରୋବଟ
Ipsita Picture
By: Ipsita
Published On


ଆଜିକାଲି ରୋବଟକୁ ଶିକ୍ଷା, ସ୍ୱାସ୍ଥ୍ୟ, କାର୍ଯ୍ୟାଳୟ, ଶିଳ୍ପ ଭଳି ଅନକ କ୍ଷେତ୍ରରେ ବ୍ୟବହାର କରାଯାଉଛି । ବିଭିନ୍ନ କାର୍ଯ୍ୟକୁ ରୋବଟ ସହାୟତାରେ ସମ୍ପାଦନ କରାଯାଉଛି । ସେହିଭଳି ଏକ ରୋବଟ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ସୁଇଜରଲାଣ୍ଡର ବୈଜ୍ଞାନିକମାନେ ଏକ ମିନି ରୋବଟର ଉଦ୍ଭୁାବନ କରିଛନ୍ତି, ଯିଏ ମଣିଷର ଶିରା ପ୍ରସିରାକୁ ସଫା କରି ବ୍ଲକେଜ ହଟାଇବାରେ ସକ୍ଷମ । ଏହି ମିନି ରୋବଟ ରକ୍ତ ସହାୟତାରେ ଶରୀରରେ ପ୍ରବାହିତ ହୋଇ ବ୍ଲକେଜ ହୋଇଥିବା ସ୍ଥାନରେ ପହଞ୍ଚିବ, ଏବଂ ସଠିକ ଚିକିତ୍ସା କରିବାରେ ସକ୍ଷମ ହେବ । ଏହି ମନକୁ ମନ ଚାଲିବ ନାହିଁ ଏହାକୁ ଚିକିତ୍ସକମାନେ ଚୁମ୍ବକ ସହାୟତାରେ ନିୟନ୍ତ୍ରଣ କରିବେ । ଏହି ରୋବଟରେ ଔଷଧ ମଧ୍ୟ ପୂର୍ବରୁ ରଖାଯିବ । ଏହାର ସ୍ୱତନ୍ତ୍ରତା ଏହା କି ଏହି ରୋବଟଟି ଶରୀରର ସ୍ଥାନରେ ପହଞ୍ଚିବା ପରେ ମନକୁ ମନ ତରଳିଯିବ । ଏହା ରକ୍ତର ବୀପରିତ ଦିଗରେ ମଧ୍ୟ ପହଁରି ପାରିବ, ତେଣୁ ଏହା ଶରୀରର ସମସ୍ତ ଭାଗରେ ପହଞ୍ଚିବାରେ ସକ୍ଷମ ହେବ । ଏହା ଗୋଟିଏ ସେକେଣ୍ଡରେ ୨୦ ସେଣ୍ଟିମିଟର ପହଁରିବାରେ ସକ୍ଷମ । ଏହି ରୋବଟର ବ୍ୟବହାରରେ କିଛି ଇଞ୍ଜେକସନ୍‌ର ବ୍ୟବହାର କମିବ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି । ଘୁଷୁରୀ ଉପରେ କରାଯାଇଥିବା ପରୀକ୍ଷାରେ ଜଣା ପଡିଛି କି ଏହା ୯୫ ପ୍ରତିଶତ ସଠିକ ଭାବେ କାମ କରିବ । ଆଗକୁ ଏହାକୁ ମନୁଷ୍ୟଙ୍କ ଉପରେ ମଧ୍ୟ ପରୀକ୍ଷଣ କରାଯିବ ବୋଲି ସୂଚନା ରହିଛି ।

Tags: